🔥 ट्रेंडिंग उत्तarakhand में अदी कैलाश और ओम पर्वत... कर्नाटक के सीएम विजय दिल्ली जा रहे हैं... ਹਰ ਸਾਲ ਦੀ ਤਰ੍ਹਾਂ ਇਸ ਸਾਲ ਵੀ ਸਰਦਾਰ ਨਿਰਮਲ... NEED24 NEWS बिना बारिश और हवा के दिल्ली की वायु गु... ସୃଷ୍ଟି ହେଲା ଗଭୀର ଅବପାତ, ଆଜି ସନ୍ଧ୍ୟା ସୁ...
16 नव. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

ମା' ଓ ଛୁଆ ହାତୀର ମୃତ୍ୟୁ ଘଟଣା: ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ, ଅଭିଯୁକ୍ତ ଗିରଫ

✍️ रिपोर्टर: Deepak Mahapatra 🗓 16 नव. 2026, 11:24 AM 👁 21
शेयर करें: 💬 WhatsApp 📘 Facebook 𝕏 Post
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମ ରେଞ୍ଜରେ ହୋଇଥିବା ହାତୀ ମୃତ୍ୟୁ ଘଟଣାରେ ବିଭାଗୀୟ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ବନ ବିଭାଗ ପକ୍ଷରୁ ଦୁଇ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଉଛନ୍ତି ଅଁଳାବେରେଣୀ ସେକ୍ସନର ଫରେଷ୍ଟର ଶୁଭେନ୍ଦୁ ଭୂୟାଁ ଓ କଦଳୀପାଳ ବିଟ୍‌ର ଫରେଷ୍ଟ ଗାର୍ଡ ମନସ୍ମିତା ବରାଳ।
ଅନ୍ୟପକ୍ଷରେ ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଗୋଦରିବିଲି ଗ୍ରାମର ୫୧ ବର୍ଷୀୟ କୁମାର ନାଏକଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ।
ଗତକାଲି ଗୋଦରିବିଲି ଗ୍ରାମ ନିକଟସ୍ଥ ଏକ ଚାଷ ଜମିରୁ ମା' ଓ ଛୁଆ ହାତୀର ମୃତଦେହ ମିଳିଥିଲା । ଚାଷ ଜମିରେ ସୋଲାର ବାଡ଼ ପାଇଁ ବେଆଇନ ଭାବେ ଲଗାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଉଭୟ ହାତୀଙ୍କର ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି। ଏହି ଘଟଣାର ତଦନ୍ତ ଜାରି ରହିଛି।
📲Get App