🔥 TRENDING डिंडोली छठ तालाब पर हमारे परम मित्र प... आज दर वर्षी प्रमाणे या ही वर्षी जल्लोष... ମୋଟୁ ଅଞ୍ଚଳରେ ଚାଞ୍ଚଲ୍ୟ: ଘର ଭିତରୁ ବିବାହି... Three Rare Astronomical Events to Watc... Andhra Pradesh launches ₹25,000 crore... Andhra Pradesh’s Statewide Screening F...
15 Nov 2026•
ગુજરાતી मराठी ਪੰਜਾਬੀ বাংলা

ଅନ୍ଵେଷା ବାଳିକା ଛାତ୍ରୀନିବାସରେ ଅଭିଭାବକ-ଅଂଶୀଦାର ବୈଠକ ସହ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ପାଳିତ

✍️ Reporter: Sukumar Mandal 🗓 15 Nov 2026, 09:43 PM 👁 24
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୧୫ ନଭେମ୍ବର: ମାଲକାନଗିରି ସଦର ମହକୁମାସ୍ଥିତ ଅନ୍ଵେଷା ବାଳିକା ଛାତ୍ରୀନିବାସରେ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଛାତ୍ରୀମାନଙ୍କ ଅଭିଭାବକଙ୍କୁ ନେଇ ଅଭିଭାବକ-ଅଂଶୀଦାର ବୈଠକ ସହିତ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ପାଳିତ ହୋଇଯାଇଛି।

ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ମାଲକାନଗିରି ଶାଖାର ମୁଖ୍ୟ ପ୍ରବନ୍ଧକ ବିନୋଦ କୁମାର ବିଶୋୟୀ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଏବିଇଓ ତଥା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସଭାପତି ରବୀନ୍ଦ୍ର କୁମାର ମହାରଣା ଯୋଗଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଡଃ. ରଞ୍ଜନ କୁମାର ସ୍ୱାଇଁ, ଦୁର୍ଯ୍ୟୋଧନ ପାତ୍ର, ସନ୍ତୋଷ କୁମାର ପଣ୍ଡା ଓ ମାଧବାନନ୍ଦ ବିଶ୍ୱାଳ ଉପସ୍ଥିତ ଥିଲେ।

କଲ୍ୟାଣ ବିଭାଗର ମାଲକାନଗିରି ସଂପ୍ରସାରଣ ଅଧିକାରୀ ପ୍ରିୟବ୍ରତ ଦଣ୍ଡପତଙ୍କ ସଭାପତିତ୍ୱରେ ଆୟୋଜିତ ସଭା ପ୍ରାରମ୍ଭରେ ରାଷ୍ଟ୍ରୀୟ ସଙ୍ଗୀତ 'ବନ୍ଦେ ମାତରମ୍' ଗାନ କରାଯାଇଥିଲା। ଅନ୍ଵେଷା ଛାତ୍ରୀନିବାସର ଛାତ୍ରୀମାନେ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ସହକାରୀ ସୁପରିଟେଣ୍ଡେଣ୍ଟ ସାବିତ୍ରୀ ନାୟକ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଅଭିଭାଷଣ ରଖିଥିଲେ।

ଏହି ଅବସରରେ ଅତିଥିମାନେ ଛାତ୍ରୀନିବାସରେ ରହୁଥିବା ଛାତ୍ରୀମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗର ସଦୁପଯୋଗ କରି ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବା ସହ ଭବିଷ୍ୟତରେ ଜଣେ ଜଣେ ସୁଯୋଗ୍ୟ ନାଗରିକ ଭାବେ ନିଜକୁ ଗଢ଼ି ତୋଳିବାକୁ ପରାମର୍ଶ ଦେଇଥିଲେ।

ବକ୍ତାମାନେ ଭାରତର ସ୍ୱାଧୀନତା ସଂଗ୍ରାମରେ ଜନଜାତି ସମାଜର ଅବଦାନ ଓ ଭଗବାନ ବିର୍ସା ମୁଣ୍ଡାଙ୍କ ସାହସ, ଜାତୀୟତାବାଦୀ ଚିନ୍ତାଧାରା ଏବଂ କ୍ରାନ୍ତିକାରୀ ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ। ଇଂରେଜ ଶାସନ ସମୟରେ ଆଦିବାସୀ ସମାଜର ଜଙ୍ଗଲ, ଜଳ ଓ ଜମି ଅଧିକାର ଛଡ଼ାଇ ନିଆଯାଉଥିବା ବେଳେ ଏହାର ପ୍ରତିବାଦରେ ବିର୍ସା ମୁଣ୍ଡାଙ୍କ ନେତୃତ୍ୱରେ ହୋଇଥିବା ଐତିହାସିକ 'ଉଲଗୁଲାନ୍' ବିଦ୍ରୋହର ଗୁରୁତ୍ୱ ବିଷୟରେ ବୁଝାଇଥିଲେ।

ଏଥିସହ ସାମାଜିକ ଗଣମାଧ୍ୟମର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରହି ମୋବାଇଲ୍ ଫୋନ୍‌ର ସଠିକ୍ ବ୍ୟବହାର କରିବା ସହ ଶିକ୍ଷା ଓ ଜୀବନ ଗଠନ ଉପରେ ଧ୍ୟାନ ଦେବାକୁ ଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରାଯାଇଥିଲା।

ସଭା ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଗୁରୁମା ମମତା ସାହୁ ଧନ୍ୟବାଦ ଅର୍ପଣ କରିବା ପରେ ଜାତୀୟ ସଙ୍ଗୀତ ଗାନ ସହ ସଭାକାର୍ଯ୍ୟ ସମାପ୍ତ ହୋଇଥିଲା। ପରବର୍ତ୍ତୀ ସମୟରେ ଛାତ୍ରୀମାନଙ୍କ ଦ୍ୱାରା ସଙ୍ଗୀତ ବିଚିତ୍ରା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ଛାତ୍ରୀନିବାସର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ମ୍ୟାଟ୍ରନ୍ ଓ ସିସିଏଙ୍କ ସହଯୋଗରେ ସଫଳତାର ସହ ଆୟୋଜନ କରାଯାଇଥିଲା।
📲Get App