🔥 TRENDING Al‑Falah University Under Scrutiny a Y... Haryana Thunders Pays Tribute to India... Car Crash on Canal Bridge in Haryana C... From 4-AM Slum Study Sessions to Fores... ED Seizes Rs 26-Crore Project of Chait... Punjab State Lottery Results Announced...
14 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ସଡକ ଦୁର୍ଘଟଣା ରେ ଦୁଇ ମୃତ ଜଣେ ଗୁରୁତର !

✍️ Reporter: UDDIPTA PRADHAN 🗓 14 Nov 2026, 07:23 PM 👁 35
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ସଡକ ଦୁର୍ଘଟଣା ରେ ଦୁଇ ମୃତ ଜଣେ ଗୁରୁତର ! ସୂଚନା ଅନୁସାରେ ଆଜି ଦିନ ପ୍ରାୟ 11ଟା ସମୟରେ ଭଣ୍ଡାର୍ଜୁରୀ ନିକଟସ୍ଥ ଗଣ୍ଡପଡା ଗ୍ରାମ ର ଶିବପ୍ରକାଶ ନାଏକ (ବୟସ 19), ଜୟପ୍ରକାଶ ନାଏକ, ଅର୍ଜୁନ ସାହୁ ତିନିଜଣ ଝାରବନ୍ଧ କୁ କ୍ରିକେଟ ବଳ କିଣିବାକୁ ଆସିଥିଲେ. ଫେରିବା ସମୟ ରେ ବଣ୍ଡାମୁଣ୍ଡ ଓ ହାର୍ଡ଼lଟାଲ ମଝିରେ ଛବିଳ ବରିହା (ବୟସ 26)ସାଇକେଲ ରେ କାଠ ଲୋଡ କରିବା ସମୟ ରେ ଦ୍ରୁତ ଗତି ରେ ଆସୁ ଥିବା ଉପରୋକ୍ତ ତିନିଜଣ ଭାରସମ୍ୟ ହରାଇ ସାଇକେଲ ସହିତ ମାଡ଼ହୋଇ ଛିଟିକି ପଡି ଏକ ଗଛରେ ବାଡେଇ ହୋଇଥିଲେ. ଯାହାଫଳରେ ଘଟଣା ସ୍ତଲରେ ଶିବପ୍ରକାଶ ନାଏକ ଏବଂ କାଠୁରିଆ ଛବିଲ ବରିହା ଙ୍କ ମୃତ୍ୟୁ ହୋଇଥିଲା ଓ ଅନ୍ୟଜଣେ ଅର୍ଜୁନ ସାହୁ ଗୁରୁତର ହୋଇ ତାଙ୍କୁ ପ୍ରଥମେ ଡଭା ସ୍ୱାସ୍ଥକେନ୍ଦ୍ର ରେ ଭର୍ତି କରିଥିଲେ ଅବସ୍ଥା ସଙ୍କଟପୂର୍ଣ୍ଣ ହେବା ଯୋଗୁ ତାଙ୍କୁ ପଦ୍ମପୁର ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି. ଶିବପ୍ରକାଶ ଓ ଜୟପ୍ରକାଶ ଦୁଇ ଭାଇ ଅଟନ୍ତି ଓ ତାଙ୍କର ବାପା ମାଆ ବାହାରକୁ କାମ କରିବାକୁ ଯାଇଛନ୍ତି. ଖବର ପାଇ ଝାରବନ୍ଧ ଅଗ୍ନିବିଭାଗ ର L, F, F ଜୟଦେବ ପଟେଲ, ଗିରିଧନ ଡନସନା,ଦୁଃଖିରାମ ପ୍ରଧାନ, ଶ୍ରୀପତି ପ୍ରଧାନ, ପବନ ଶବର, ଛବିନ୍ଦ୍ର ସାହୁ ସମେତ ଝାରବନ୍ଧ ଥାନା IIC ସମେତ ପୋଲିସ ଷ୍ଟାପ ଘଟଣା ସ୍ଥଳ କୁ ଯାଇ ମୃତ ଦୁଇଜଣଙ୍କୁ ଓ ଆହତ ଜୟପ୍ରକାଶ କୁ ଝାରବନ୍ଧ ଚିକିତ୍ସାଳୟ କୁ ଆଣିଥିଲେ. ଡାକ୍ତର ତାଙ୍କୁ ମୃତ ଘୋଷଣା କରିବାରୁ ତାଙ୍କୁ ସବବିବେଛେଦ ପାଇଁ ପଦ୍ମପୁର ଡାକ୍ତର ଖାନା କୁ ନିଅଯାଇଛି.
📲Get App