🔥 ट्रेंडिंग कर्नाटक ने मेकेडाटु बांध परियोजना को आ... सीएम विजय नई दिल्ली में 16 नवंबर को सो... पीएम मोदी ने कर्नाटक में डीके शिवाकुमा... मदर डेयरी का दूध अब मध्य प्रदेश में प्... राहुल गांधी पर फोन‑टैप केस, विपक्ष ने... मध्य प्रदेश में लोकायुक्त की छापेमारी...
14 नव. 2026•
ગુજરાતી मराठी ਪੰਜਾਬੀ বাংলা

ଜୀବନ୍ତ ବଜ୍ରକାପ୍ତା ଚାଲାଣ ବେଳେ ଜଣେ ଗିରଫ, ବନ ବିଭାଗର ଚଢ଼ାଉରେ ଧରାପଡ଼ିଲେ ଅଭିଯୁକ୍ତ

✍️ रिपोर्टर: Sukumar Mandal 🗓 14 नव. 2026, 09:58 PM 👁 23
शेयर करें: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୧୪ ନଭେମ୍ବର: ମାଲକାନଗିରି ଜିଲ୍ଲାରେ ବନ୍ୟପ୍ରାଣୀ ଚାଲାଣ ରୋକିବା ଦିଗରେ ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ଜୀବନ୍ତ ବଜ୍ରକାପ୍ତା ଚାଲାଣ କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ମାଲକାନଗିରି ବନ ବିଭାଗ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ୧୩ ତାରିଖ ରାତି ପ୍ରାୟ ୧୦ଟା ସମୟରେ ମାଲକାନଗିରି ରେଞ୍ଜର ବନ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ କୋଇଲିପାରି ଗ୍ରାମ ନିକଟସ୍ଥ ରାଜ୍ୟ ରାଜପଥରେ ଏକ ମୋଟରସାଇକେଲରେ ଜୀବନ୍ତ ବଜ୍ରକାପ୍ତା ନେଇ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଦେଖିଥିଲେ। ବନ କର୍ମଚାରୀଙ୍କୁ ଦେଖି ସେ ଖସି ପଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ କର୍ମଚାରୀମାନେ ତାଙ୍କୁ କାବୁ କରିଥିଲେ।

ଗିରଫ ବ୍ୟକ୍ତି ଜଣକ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ପାପୁଲୁର ପଞ୍ଚାୟତର ଦୁଲାମଣ୍ଡି ଗ୍ରାମର ଗଙ୍ଗାୟା କାକରଙ୍କ ପୁଅ ପେଣ୍ଡାୟା କାକର (୩୯) ବୋଲି ଜଣାପଡ଼ିଛି।

ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ର ବିଭିନ୍ନ ଧାରା ଉଲ୍ଲଂଘନ କରିଥିବା ଜଣାପଡ଼ିଛି। ଏନେଇ ଧାରା ୫୧ ଅନୁଯାୟୀ ମାମଲା ରୁଜୁ କରାଯାଇ ତାଙ୍କୁ ମାଲକାନଗିରି ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ହାଜର କରାଯାଇଛି। ପରେ ତାଙ୍କୁ ନ୍ୟାୟିକ ହାଜତକୁ ପଠାଇବା ପାଇଁ ଆଇନଗତ ପଦକ୍ଷେପ ନିଆଯାଇଛି।

ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ମାଲକାନଗିରି ଡିଭିଜନାଲ ଫରେଷ୍ଟ ଅଫିସରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍‌ ନୋଟ୍‌ରେ ଏହି ସୂଚନା ଦିଆଯାଇଛି।
📲Get App