🔥 ट्रेंडिंग ସଡକ ଦୁର୍ଘଟଣା ରେ ଦୁଇ ମୃତ୍ୟୁ ଜଣେ ଗୁରୁତର... बहराइच में रिसिया थाना ने जुआ अधिनियम... ढोढ़ा पंचायत में छठ महापर्व: 2035 तक स... जिला निर्वाचन अधिकारी ने मायापुर सहित... थाना मोतीपुर में समाधान दिवस: जिलाधिका... केरल सरकार ने मंत्रियों व मुख्य सचिव क...
14 नव. 2026•
ગુજરાતી मराठी ਪੰਜਾਬੀ বাংলা
खानपान

ଆପଣ ଖାଉଛନ୍ତି ଏହି ଗୁପ୍‌ଚୁପ? ଚଢ଼ାଉ ବେଳେ ସ୍ତବ୍ଧ ହେଲେ ଅଧିକାରୀ

✍️ रिपोर्टर: Deepak Mahapatra 🗓 14 नव. 2026, 02:43 PM 👁 34
शेयर करें: 💬 WhatsApp 📘 Facebook 𝕏 Post
ଗୁପଚୁପ ବ୍ୟବସାୟୀଙ୍କ ଘରେ କଟକ ମହାନଗର ନିଗମ (KMC) ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ। ଶୁକ୍ରବାର କଟକ ସହରର ୩ଟି ସ୍ଥାନରେ ୨୦ରୁ ଅଧିକ ଗୁପଚୁପ ବ୍ୟବସାୟୀଙ୍କ ଘର ଉପରେ ଚଢ଼ାଉ କରାଯାଇ ପ୍ରାୟ ଏକ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ କରାଯାଇଛି।
ସହରର ବିଡ଼ାନାସୀ ରାଣୀଗୁମ୍ଫା, ରାଧାକିଶୋରପୁର ଓ ସିଡିଏ କାଠଯୋଡ଼ି ବିହାର ବସ୍ତିରେ ଅତି ଅସ୍ୱାସ୍ଥ୍ୟକର ପରିବେଶରେ ଗୁପଚୁପ ପ୍ରସ୍ତୁତ ହେଉଥିବା ଖବର ପାଇ କେଏମସିର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ବିଶେଷ କରି ବିହାରର ଅନେକ ବ୍ୟବସାୟୀ ଏଠାରେ ବିଭିନ୍ନ ବସ୍ତିରେ ରହି ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଗୁପଚୁପ ପ୍ରସ୍ତୁତ କରି ବ୍ୟବସାୟ କରିଆସୁଛନ୍ତି।
କଟକର ସିଡିଏ ସେକ୍ଟର ୭ ନିକଟରେ ନଦୀପଠାରେ କାଠଯୋଡ଼ି ବିହାର ବସ୍ତିରେ ଏକାଧିକ ଗୁପଚୁପ ବେପାରୀ ରହୁଛନ୍ତି। ସେମାନଙ୍କ ଘର ବାହାରେ ବୋହି ଯାଉଛି ପାଇଖାନା ଓ ନାଳନର୍ଦ୍ଦମା ପାଣି। ଘର ଆଖପାଖ ଅଳିଆ ଆବର୍ଜନାରେ ଭର୍ତ୍ତି। ଚାରିଆଡ଼େ ମାଛି ଭଣଭଣ। ଆଉ ଏମିତି ପରିବେଶରେ ତିଆରି ହେଉଛି ଗୁପ୍‌ଚୁପ୍‌। ସେଗୁଡ଼ିକୁ ବାହାରେ ଖୋଲାରେ ରଖାଯାଉଛି। କେବଳ ସେତିକି ନୁହେଁ, ପୋଡ଼ା ତେଲରେ ଛଣା ଯାଉଛି ଗୁପ୍‌ଚୁପ୍‌। ସସ୍‌ ଓ ଖଟା ପାଣିରେ ମିଶାଯାଉଛି କେମିକାଲ ରଙ୍ଗ। ଖରାପ ଆଳୁ ମଧ୍ୟ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି।
ଆଜି କେଏମସି ସ୍ୱାସ୍ଥ୍ୟ ବିଭାଗ ଓ ଖାଦ୍ୟ ସୁରକ୍ଷା ଟିମ୍‌ ଚଢାଉ କରି ଫାଇନ ଆଦାୟ କରିବା ସହିତ ଗୁପଚୁପ,ସସ୍‌, ଖଟା ପାଣି ଓ ଅନ୍ୟାନ୍ୟ ଜିନିଷ ସବୁ ନଷ୍ଟ କରିଛି। କାଠଯୋଡ଼ି ବିହାର ବସ୍ତିରେ ଚଢ଼ାଉ ବେଳେ ଗୁପଚୁପ ବ୍ୟବସାୟୀ ଓ ସ୍ୱାସ୍ଥ୍ୟ ବିଭାଗ ଟିମ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟାନୁଷ୍ଠାନକୁ କିଛି ଗୁପଚୁପ ବ୍ୟବସାୟୀ ଓ ତାଙ୍କ ପରିବାର ଲୋକେ ବିରୋଧ କରିଥିଲେ।
ଏହି ଗୁପଚୁପ ଖାଇବା ଦ୍ୱାରା ଲୋକେ ପେଟ ଜନିତ ସମସ୍ୟା ସହିତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି କଟକ ମହାନଗର ନିଗମ (KMC)ର ସ୍ୱାସ୍ଥ୍ୟ ଅଧିକାରୀ ନୃପଙ୍ଗ ଶତପଥୀ କହିଛନ୍ତି। ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଗୁପ୍‌ଚୁପ୍ ପ୍ରସ୍ତୁତ ନ କରିବାକୁ ସେମାନଙ୍କୁ ସଚେତନ କରାଯାଇଥିଲା। ଚଢ଼ାଉ ବେଳେ ଦେଖିବାକୁ ମିଳିଥିଲା ଯେ ସେମାନେ ପାଇପ୍‌ରୁ ସିଧାସଳଖ ପାଣି ଆଣି ବ୍ୟବହାର କରୁଛନ୍ତି। ଗୁପ୍‌ଚୁପ୍ ପ୍ରସ୍ତୁତ କରିବା ପୂର୍ବରୁ ହାତ ସଫା କରୁ ନାହିଁ। ପ୍ରାୟ ସମସ୍ତେ ଗୋଟିଏ ଖରାପ ବ୍ରାଣ୍ଡର ତେଲ ବ୍ୟବହାର କରୁଛନ୍ତି। ଏଭଳି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ସେ କହିଛନ୍ତି।
📲Get App