🔥 TRENDING *साइबर ठगी के लिए बैंक खाते उपलब्ध करा... ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ୪ ବର... ଚିଲିକାରେ ମହାସମାରୋହ; ଦେଶକୁ ମିଳିବେ ୩,୩୦୦... ‘ପକେଟ୍‌ରେ ସମ୍ବିଧାନ ଧରି ବୁଲୁଛନ୍ତି କିଛି... CITU జిల్లా కార్యదర్శి పీవీ ప్రతాప్, డ... ಕರ್ನಾಟಕ ರಾಷ್ಟ್ರ ಸಮಿತಿ KARNATAKA RASHTR...
13 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଚ୍ୟାଲେଞ୍ଜ, ୨୦୨୯ରେ କଂଗ୍ରେସ ଜିତିଲେ ରାହୁଲଙ୍କ ସହ ହାତ ମିଶାଇବେ ରାମଦାସ

✍️ Reporter: Deepak Mahapatra 🗓 13 Nov 2026, 03:08 PM 👁 22
Share: 💬 WhatsApp 📘 Facebook 𝕏 Post
ବାରମ୍ବାର ସରକାରଙ୍କ ଉପରେ ଭୋଟ୍ ଚୋରିର ଅଭିଯୋଗ ଆଣୁଥିବା କଂଗ୍ରେସକୁ କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠୱଲେ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି । ଯଦି ୨୦୨୯ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସେ ତେବେ ସେ ଏନଡିଏ ଛାଡ଼ି ରାହୁଲ ଗାନ୍ଧୀଙ୍କ ସହିତ ହାତ ମିଶାଇବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଗୁରୁବାର ରାମଦାସ ଆଠୱଲେ କହିଛନ୍ତି ଯେ ଜନତା ଯାହାକୁ ଚାହାଁନ୍ତି ସିଏ କ୍ଷମତାକୁ ଆସେ । ଭୋଟ୍ ଚୋରି ଅଭିଯୋଗ ଆଣିବା ଠିକ୍ ନୁହେଁ । ଗଣତନ୍ତ୍ର ଯାହାକୁ ପସନ୍ଦ କରେ ତାର ଅଧିକାର । ରାମଦାସ ଓଡ଼ିଶାର ବିଜୁ ଜନତା ଦଳର ଉଦାହରଣ ଦେଇଛନ୍ତି । ବିଜେଡ଼ି ଅନେକ ବର୍ଷ କ୍ଷମତାରେ ରହିଛି, କିନ୍ତୁ ବିଜେପି କେବେବି ଭୋଟ୍ ଚୋରିର ଅଭିଯୋଗ ଆଣି ନାହିଁ । ଯାହାକୁ ସେଠାରେ ଲୋକ ପସନ୍ଦ କରନ୍ତି ସେଠାରେ ସିଏ ସରକାରକୁ ଆସେ ।
ସେହିପରି ରାମଦାସ ରାହୁଲ ଗାନ୍ଧୀଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ କ୍ରୋଧ ହେଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି । କାରଣ ନେହେରୁଙ୍କ ଠାରୁ ମୋଦୀ ଅଧିକ ସମୟ ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି । ରାମଦାସ ଦୃଢ଼ ଦାବି କରିଛନ୍ତି ୧୫ ବର୍ଷ ନୁହେଁ ତାଠାରୁ ଅଧିକ ସମୟ ମୋଦୀ ପ୍ରଧାନମନ୍ତ୍ରୀ ରହିବେ । ୨୦୨୯ରେ ମଧ୍ୟ ନିର୍ବାଚନ ଲଢ଼ିବାକୁ ବିଜେପି ପ୍ରସ୍ତୁତ ଅଛି । ଯଦି ଲୋକେ କଂଗ୍ରେସ ଏବଂ ବିରୋଧୀଙ୍କ ବହୁମତ ଦେବେ ତେବେ ସେ ରାହୁଲ ଗାନ୍ଧୀଙ୍କ ସହିତ ହାତ ମିଶାଇବେ କିନ୍ତୁ ତାଙ୍କ ସହିତ ଯିବେ ନାହିଁ । ଯଦି ମୋଦୀ ପୁଣି ଥରେ କ୍ଷମତାକୁ ଆସନ୍ତି, ତେବେ ଏହାକୁ ରାହୁଲ ଗାନ୍ଧୀଙ୍କୁ ସ୍ୱୀକାର କରିବାକୁ ପଡ଼ିବ ।
📲Get App