🔥 TRENDING हसनपुर के अमरोहा अड्डे पर भीषण जाम, पु... Dhubri Folk Musician Dulal Chandra Roy... Assam Govt Unveils ₹546 Crore Healthca... Draft Electoral Roll for 2027 Released... Delhi Mother Loses Unborn Baby Before... Police seize 627 cannabis plants in Ba...
12 Nov 2026•
ગુજરાતી मराठी ਪੰਜਾਬੀ বাংলা

ଜୁନାଗଡ଼ ବ୍ଲକର ଉନ୍ନୟନମୂଳକ କାର୍ଯ୍ୟ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟିଲେ ସାଂସଦ ପ୍ରତିନିଧି

✍️ Reporter: Dulendra Kumar Meher 🗓 12 Nov 2026, 08:12 PM 👁 15
Share: 💬 WhatsApp 📘 Facebook 𝕏 Post
ଜୁନାଗଡ଼ ବ୍ଲକର ଉନ୍ନୟନମୂଳକ କାର୍ଯ୍ୟ ନେଇ ବିଡିଓଙ୍କୁ ଭେଟିଲେ ସାଂସଦ ପ୍ରତିନିଧି l

​କଳାହାଣ୍ଡି : କଳାହାଣ୍ଡି ଜିଲ୍ଳା ଜୁନାଗଡ଼ ବ୍ଲକର ସର୍ବାଙ୍ଗୀନ ଉନ୍ନତି ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ନେଇ ଆଜି ବ୍ଲକ ସାଂସଦ ପ୍ରତିନିଧି ମୁକେଶ ଅଗ୍ରୱାଲ ଦଳୀୟ ନେତୃବୃନ୍ଦଙ୍କ ସହ ଜୁନାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO) ଙ୍କୁ ସାକ୍ଷାତ କରିଛନ୍ତି।
​ଏହି ସାକ୍ଷାତ ସମୟରେ ବିଭିନ୍ନ ସରକାରୀ ଯୋଜନା କିପରି ସାଧାରଣ ଲୋକଙ୍କ ପାଖରେ ସହଜ ଓ ସରଳ ଭାବରେ ପହଞ୍ଚିପାରିବ, ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷ କରି ଯୋଗ୍ୟ ବୃଦ୍ଧବୃଦ୍ଧାଙ୍କୁ ସରଳରେ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ, ଗରିବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେବା ଏବଂ ପ୍ରତି ପଞ୍ଚାୟତରେ ବିଶୁଦ୍ଧ ପାନୀୟ ଜଳର ସୁବିଧା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
​ଜୁନାଗଡ଼ ବ୍ଲକର ବିକାଶ ତଥା ଅଞ୍ଚଳବାସୀଙ୍କ ଯେକୌଣସି ଉଚିତ ଦାବି ପୂରଣ କରିବା ପାଇଁ ମାନ୍ୟବର ସାଂସଦ ମାଳବିକା ଦେବୀ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ସବୁ ପ୍ରକାର ସହଯୋଗ କରିବେ ବୋଲି ସାଂସଦ ପ୍ରତିନିଧି ଶ୍ରୀ ଅଗ୍ରୱାଲ ପ୍ରତିଶ୍ରୁତି ଦେଇଛନ୍ତି।
​ଏହି ସାକ୍ଷାତ ସମୟରେ ଜୁନାଗଡ଼ ନଗର ସଭାପତି ବିକ୍ରାନ୍ତ ପଟ୍ଟନାୟକ, ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ କାଞ୍ଚନ ବାଗ, ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସାଧାରଣ ସମ୍ପାଦକ ମହମ୍ମଦ ସରିଫ, ଜୁନାଗଡ଼ ନଗର ପୂର୍ବତନ ସଭାପତି ଶିବରାମ ରାଉତ, ନଗର ଉପସଭାପତି ପ୍ରଶାନ୍ତ ନିଆଲ, ସାଧାରଣ ସମ୍ପାଦକ ଗଣେଶ ଗହିର, ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ମିକুন ପଟ୍ଟନାୟକ, ବିଜୟ ଡନସେନାଙ୍କ ସମେତ ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
📲Get App