🔥 TRENDING Udhna railway station રેલવે સ્ટેશનમાં... ଆଗାମୀ ୬ ମାସ ପାଇଁ ବନ୍ଦ ହେଲା ବାବା କେଦାରନ... પાલનપુરની સ્થાનિક ક્રાઈમ બ્રાંચે મેફેડ... କୁଲଗାମରେ ଆତଙ୍କବାଦୀ ଆକ୍ରମଣ, ସୁରକ୍ଷାକର୍ମ... ವಸಂತನರಸಾಪುರದಲ್ಲಿ ಆದರ್ಶ ಕಂಪನಿಯ ನೂತನ ಘಟಕ... ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ ,...
12 Nov 2026•
ગુજરાતી मराठी ਪੰਜਾਬੀ বাংলা
Sarkari Yojana

‘ଅର୍ଣ୍ଣବ’ ବିତ୍ପାତ: ୬ ଜିଲ୍ଲାର ପୁନରୁଦ୍ଧାର ପାଇଁ ୪୮୨ କୋଟି ମଞ୍ଜୁର, ୩ ଜିଲ୍ଲାର ସବୁ ବ୍ଲକର ପ୍ରଭାବିତଙ୍କୁ ମିଳିବ ୫୦କିଲୋ ଚାଉଳ ଓ ୨୫୦୦ ଟଙ୍କା

✍️ Reporter: Deepak Mahapatra 🗓 12 Nov 2026, 12:41 PM 👁 16
Share: 💬 WhatsApp 📘 Facebook 𝕏 Post
ପ୍ରଳୟଙ୍କରୀ ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ୬ଟି ଜିଲ୍ଲାରେ ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ଆଜି ୪୮୨କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହାସହିତ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ସବୁ ବ୍ଲକରେ ଯୋଗ୍ୟ ପ୍ରଭାବିତ ପରିବାରକୁ ୫୦କିଲୋ ଚାଉଳ ଓ ୨୫୦୦ଟଙ୍କା ନଗଦ ସହାୟତା ପ୍ରଦାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ଅର୍ଣ୍ଣବ ଯୋଗୁ ବିଭିନ୍ନ ଜିଲ୍ଲାର କ୍ଷତିଗ୍ରସ୍ତ ଅଂଚଳଗୁଡ଼ିକର ତ୍ୱରିତ ମରାମତି ଓ ନିର୍ମାଣ କାର୍ଯ୍ୟ ନିମନ୍ତେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ)ରୁ ମୋଟ ୪୮୨.୪୨କୋଟି ଟଙ୍କା ମଞ୍ଜୁର କରାଯାଇଛି।
ଏହାସହିତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ରିଲିଫ୍ ପ୍ୟାକେଜକୁ ଅଧିକ ବ୍ୟାପକ କରି ସର୍ବାଧିକ ପ୍ରଭାବିତ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକର ସବୁ ଯୋଗ୍ୟ ପରିବାରକୁ ତୁରନ୍ତ ୫୦ କିଲୋ ଲେଖାଏଁ ଚାଉଳ ଓ ନଗଦ ୨୫୦୦ ଟଙ୍କାର ଜରୁରୀକାଳୀନ ସହାୟତା ଯୋଗାଇ ଦେବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ (ଏସଆରସି) ଆଜି ନିର୍ଦ୍ଦେଶ ଦେଇଛନ୍ତି।
କ୍ଷୟକ୍ଷତି ଆକଳନ ଅନୁସାରେ ରାଜ୍ୟର ମୋଟ ୬ଟି ଜିଲ୍ଲାରେ ଗ୍ରାମୀଣ ଭିତ୍ତିଭୂମି ଗୁରୁତର ଭାବେ ଧ୍ୱସ୍ତବିଧ୍ୱସ୍ତ ହୋଇଛି। ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କ୍ଷତି ଘଟିଥିବାରୁ ଏହି ଜିଲ୍ଲାର ପ୍ରକଳ୍ପଗୁଡ଼ିକ ପାଇଁ ସର୍ବାଧିକ ୩୦୬.୫୪କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେହିପରି ଗଜପତି ଜିଲ୍ଲା ପାଇଁ ୧୦୯.୯୭କୋଟି ଟଙ୍କା, କନ୍ଧମାଳ ଜିଲ୍ଲା ପାଇଁ ୪୨ .୫୭ କୋଟି ଟଙ୍କା, ନୂଆପଡ଼ା ଜିଲ୍ଲା ପାଇଁ ୧୫.୦୮କୋଟି ଟଙ୍କା, ନବରଙ୍ଗପୁର ଜିଲ୍ଲା ପାଇଁ ୭.୭୮କୋଟି ଟଙ୍କା ଓ ରାୟଗଡ଼ା ଜିଲ୍ଲା ପାଇଁ ୯୭.୬୦ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି।
ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ସ୍କୁଲ କୋଠା, ପଂଚାୟତ କାର୍ଯ୍ୟାଳୟ, କମ୍ୟୁନିଟି ହଲ, ଅଙ୍ଗନବାଡ଼ି କେନ୍ଦ୍ର, ଗ୍ରାମାଂଚଳ ରାସ୍ତା, ପୋଲ, କଲଭର୍ଟ, ସ୍ୱାସ୍ଥ୍ୟ ଉପକେନ୍ଦ୍ର ସମେତ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ନଳକୂପଗୁଡ଼ିକର ପୁନରୁଦ୍ଧାର ପାଇଁ ଏହି ଅର୍ଥ ବିନିଯୋଗ କରାଯିବ, ଯାହାଫଳରେ ଜନଜୀବନ ଖୁବଶୀଘ୍ର ସ୍ୱାଭାବିକ ହୋଇପାରିବ।
ଅନ୍ୟପକ୍ଷରେ ପୂର୍ବରୁ ଘୋଷିତ ରିଲିଫ୍ ସହାୟତାର ପରିସରକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ବୃଦ୍ଧି କରିଛନ୍ତି। ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର କୌଣସି ବି ପ୍ରଭାବିତ ପରିବାର ଯେପରି ସହାୟତାରୁ ବଂଚିତ ନହୁଅନ୍ତି, ସେଥିପାଇଁ ଏସବୁ ଜିଲ୍ଲାର ସମସ୍ତ ବ୍ଲକରେ ତୁରନ୍ତ ହିତାଧିକାରୀ ତାଲିକା ପ୍ରସ୍ତୁତ ଓ ଯାଂଚ କାର୍ଯ୍ୟ ଶେଷ କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।
ଖାଦ୍ୟ ଯୋଗାଣ ନିଗମ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହଯୋଗରେ ପ୍ରତ୍ୟେକ ପ୍ରଭାବିତ ପରିବାରକୁ ୫୦କିଲୋ ଚାଉଳ ବଣ୍ଟନ କରାଯିବା ସହ ୨୫୦୦ ଟଙ୍କାର ଆର୍ଥକ ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ।
ଯେଉଁ ଦୁର୍ଗମ ଅଂଚଳରେ ବ୍ୟାଙ୍କିଙ୍ଗ୍ ସେବା ବାଧାପ୍ରାପ୍ତ ହୋଇଛି, ସେଠାରେ ସ୍ୱଚ୍ଛତା ଓ ଉପଯୁକ୍ତ ରେକର୍ଡ ରଖି ବିକଳ୍ପ ଉପାୟରେ ଟଙ୍କା ବଣ୍ଟନ କରିବାକୁ ନିର୍ଦ୍ଦେଶ ରହିଛି। ଏହି ସମଗ୍ର ବଣ୍ଟନ ପ୍ରକ୍ରିୟାର ତ୍ୱରିତ ତଦାରଖ ପାଇଁ ସମ୍ପୃକ୍ତ ତିନି ଜିଲ୍ଲାର ଜିଲ୍ଲାପାଳମାନେ ପ୍ରତିଦିନ ଅପରାହ୍ନ ୫ଟା ସୁଦ୍ଧା ରାଜ୍ୟ ଜରୁରୀକାଳୀନ କାର୍ଯ୍ୟାଳୟକୁ ବ୍ଲକୱାରି ଦୈନିକ ଅଗ୍ରଗତି ରିପୋର୍ଟ ପ୍ରଦାନ କରିବେ ବୋଲି ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।
📲Get App