🔥 TRENDING ଶ୍ରୀମନ୍ଦିର ରାମ୍ପକୁ ନେଇ ବଢ଼ିଲା ଚର୍ଚ୍ଚା;... ନୂଆପଡ଼ାରେ ପୁଣି ବାଘ ଆତଙ୍କ, ଘର ଅଗଣାରୁ ପୋ... बाबूलाल परिहार और उनके दो पुत्रों ने ब... ଡିସେମ୍ବର ୧୫ରୁ ଭୁବନେଶ୍ୱରରେ ଅନ୍ତର୍ଜାତୀୟ... ସ୍ୱଚ୍ଛତା ରାଙ୍କିଂରେ ନୂଆ ରେକର୍ଡ: ଦେଶର ଏକ... ବାତ୍ୟା ‘ଅର୍ଣ୍ଣବ’ ଓ ବନ୍ୟାରେ କ୍ଷତିଗ୍ରସ୍ତ...
12 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ଭଡ଼ା ଘରେ ଭୟଙ୍କର ବିସ୍ଫୋରଣ, ଘରର କାନ୍ଥ ଭାଙ୍ଗି ଯିବା ସହ ଲୁହା ଗେଟ୍ ଓ ଗ୍ରିଲ୍ ଉପୁଡ଼ି ପଡିଛି

✍️ Reporter: Deepak Mahapatra 🗓 12 Nov 2026, 01:07 PM 👁 7
Share: 💬 WhatsApp 📘 Facebook 𝕏 Post
ଗଞ୍ଜାମ ଜିଲ୍ଲା ଖଲ୍ଳିକୋଟ NAC ସ୍ଥିତ ଅରବିନ୍ଦନଗର ଲେନ୍-୨ରେ ଥିବା ଏକ ଭଡ଼ା ଘରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୨ ରୁ ୩ ଜଣ ବ୍ୟକ୍ତି ଆହତ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ସୂଚନା ଅନୁଯାୟୀ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସମ୍ପୃକ୍ତ ଘରର କାନ୍ଥ ଭାଙ୍ଗି ଯିବା ସହ ଲୁହା ଗେଟ୍ ଓ ଗ୍ରିଲ୍ ଉପୁଡ଼ି ଦୂରକୁ ଛିଟିକି ପଡ଼ିଛି। ବିସ୍ଫୋରଣରେ ଘର ଭିତରେ ଥିବା ୨ ରୁ ୩ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଖବର ପାଇ ଖଲ୍ଳିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳକୁ ସିଲ୍ କରିବା ସହ ଘଟଣାର ଛାନଭିନ୍ ଆରମ୍ଭ କରିଛି । ଭଡ଼ା ଘର ଭିତରେ ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ରଖାଯାଇଥିବା ଯୋଗୁଁ ଏହି ବିସ୍ଫୋରଣ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି।
📲Get App