🔥 TRENDING Union Health Minister Mansukh Mandaviy... Kia India to Invest $2 Billion in New... Study Finds Shimla Monkeys Prefer Ice... Himachal High Court Bars Post‑Graduati... Himachal Pradesh Receives 306,000 Appl... Uttarakhand’s Kashi Pur & Rudrapur Top...
12 Nov 2026•
ગુજરાતી मराठी ਪੰਜਾਬੀ বাংলা
National

ଏସଆରଏଚ୍ ମାଲିକାଣୀ କାବ୍ୟା ମାରନ୍ ଏବଂ କଣ୍ଠଶିଳ୍ପୀ ଅନିରୁଦ୍ଧ ରବିଚନ୍ଦରଙ୍କ ସରିଲା ବିବାହ

✍️ Reporter: Deepak Mahapatra 🗓 12 Nov 2026, 01:19 PM 👁 16
Share: 💬 WhatsApp 📘 Facebook 𝕏 Post
ଆଇପିଏଲ୍ ଟିମ୍ ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାବ୍ୟା ମାରନ୍ ଏବଂ ତାମିଲ ସିନେମାର ପ୍ରଖ୍ୟାତ କଣ୍ଠଶିଳ୍ପୀ ଅନିରୁଦ୍ଧ ରବିଚନ୍ଦର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସୁଦୂର ଗ୍ରୀସରେ କିଛି ଜଣ ନିକଟ ସମ୍ପର୍କୀୟଙ୍କ ଗହଣରେ ଉଭୟ ବିବାହ କରିଛନ୍ତି ।
ଉଭୟ ଗତକାଲି ଗ୍ରୀସରେ ବିବାହ କରିଛନ୍ତି । ଅନିରୁଦ୍ଧ ନିଜେ ଇନଷ୍ଟାଗ୍ରାମରେ ଉଭୟଙ୍କ ବିବାହ ସମୟର ଫଟୋ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ଅନିରୁଦ୍ଧ ପାରମ୍ପାରିକ ସାଉଥ୍ ଲୁଙ୍ଘିକୁ ଷ୍ଟାଇଲିସ୍ ଲୁକ୍ ଦେଇଥିବାବେଳେ କାବ୍ୟା ଏକ ଲେହେଙ୍ଗା ପିନ୍ଧିଛନ୍ତି ।
ରଜନୀକାନ୍ତଙ୍କ ସମ୍ପର୍କୀୟ ବୋହୂ ହୋଇଛନ୍ତି କାବ୍ୟା
ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ସମ୍ପର୍କୀୟ ବୋହୂ ହୋଇଛନ୍ତି କାବ୍ୟା ମାରନ୍ । କାରଣ ରଜନୀକାନ୍ତ ଅନିରୁଦ୍ଧଙ୍କ ପିୟୁସା ଅଟନ୍ତି । ସେହିପରି ଅନିରୁଦ୍ଧଙ୍କ ପିତା, ରବି ରାଘବେନ୍ଦ୍ର ତାମିଲ ଚଳଚ୍ଚିତ୍ର ଏବଂ ଟେଲିଭିଜନରେ ଜଣେ ଜଣାଶୁଣା ଅଭିନେତା ଅଟନ୍ତି। ରବି ରାଘବେନ୍ଦ୍ର ତାମିଲ ଚଳଚ୍ଚିତ୍ର ଜଗତରେ ନିଜ ଅଭିନୟ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।
କାବ୍ୟା ଓ ଅନିରୁଦ୍ଧଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ୨୦୨୫ରେ ଉଭୟଙ୍କ ପ୍ରେମ ସମ୍ପର୍କ ଲୋକ ଲୋଚନକୁ ଧିରେ ଧିରେ ଆସିଥିଲା । କିନ୍ତୁ ଉଭୟ ଏହା ଉପରେ କୌଣସି ଆନୁଷ୍ଠାନିକ ଘୋଷଣା କରିନଥିଲେ । ଉଭୟଙ୍କୁ ଏକାଠି ନ୍ୟୁୟର୍କରେ ଦେଖିବାକୁ ମିଳିଥିଲା । ତେବେ ଉଭୟ ବିବାହର ଗୋଟିଏ ଦିନ ପୂର୍ବରୁ ନିର୍ବନ୍ଧ ଶେଷ କରିଥିଲେ ।
📲Get App