🔥 ट्रेंडिंग ଉପକୂଳରେ ପାରଦ ବଢିଲା ଶୀତ କମିଲା, ଆଭ୍ୟନ୍ତର... କଟକରେ ହେବ ଆଦାନୀଙ୍କ ୨୪୦୦ ମେଗାୱାଟ୍‌ର ବିଶ... आईएसआई ने पंजाब में उथल-पुथल के लिए गु... धनतेरस पर धुमरी पब्लिक स्कूल में बंपर... कानपुर में चारू चौरा एक्सप्रेस का डेरा... असम के व्यक्ति ने कन्नड़ में पत्नी को...
12 नव. 2026•
ગુજરાતી मराठी ਪੰਜਾਬੀ বাংলা
अपराध

ଚାକିରି ପ୍ରଲୋଭନ ଦେଖାଇ ଭୁବନେଶ୍ୱରରେ ମହିଳାଙ୍କୁ ଦୁଷ୍କର୍ମ, ଯୁବକ ଗିରଫ

✍️ रिपोर्टर: Deepak Mahapatra 🗓 12 नव. 2026, 12:48 PM 👁 10
शेयर करें: 💬 WhatsApp 📘 Facebook 𝕏 Post
ଜଣେ ବିବାହିତା ମହିଳାଙ୍କୁ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବା, ଅଶ୍ଳୀଳ ଫୋଟୋ ଭିଡିଓ ସୋଶାଲ ମିଡିଆରେ ଭାଇରାଲ କରିବା ଓ ହତ୍ୟା ଧମକ ଦେବା ଅଭିଯୋଗରେ ଦୀନେଶ କୁମାର ସେଠୀ ନାମକ ଜଣେ ଯୁବକକୁ ଗିରଫ କରିଛି ଭୁବନେଶ୍ୱର ମହିଳା ଥାନା ପୁଲିସ।
ପୀଡ଼ିତାଙ୍କ ସ୍ୱାମୀ ଓଡ଼ିଶା ବାହାରେ ରହନ୍ତି। ସେ ତାଙ୍କ ଝିଅ ସହିତ ଭୁବନେଶ୍ୱରରେ ରହନ୍ତି। ସେ ଏଠାରେ ଚାକିରି ଖୋଜୁଥିବା ବେଳେ ଅଭିଯୁକ୍ତ ଦୀନେଶ କୁମାର ସେଠୀଙ୍କ ସହିତ ତାଙ୍କର ଯୋଗାଯୋଗ ହୋଇଥିଲା।
ଦୀନେଶ ଏକ କଂପାନୀରେ ସୁପରଭାଇଜର ଥିବା ପୀଡ଼ତାଙ୍କୁ କହିଥିଲେ। ଏହା ସହିତ ସେହି କମ୍ପାନୀରେ ଏକ ଚାକିରି କରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଚାକିରି ବାବଦରେ ଆଲୋଚନା କରିବା ପାଇଁ ଦିନେ ଦୀନେଶ ତାଙ୍କୁ ନିଜ ରୁମ୍‌କୁ ଡାକିଥିଲେ। ସେଠାରେ ସେ ତାଙ୍କୁ ଦୁଷ୍କର୍ମ କରିଥିଲେ। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଫୋଟ ଓ ଭିଡିଓ ନିଜ ମୋବାଇଲ ଫୋନ୍‌ରେ ଉତ୍ତୋଳନ କରିଥିଲେ। ଘଟଣା ସଂପର୍କରେ କାହାକୁ କହିଲେ ଉକ୍ତ ଫଟୋ ଓ ଭିଡିଓକୁ ତାଙ୍କ ସ୍ୱାମୀଙ୍କ ପାଖକୁ ପଠାଇ ଦେବାକୁ ତଥା ତାଙ୍କୁ ମାରି ଦେବାକୁ ଧମକ ଦେଇଥିଲେ ଦୀନେଶ।
ମହିଳା ଜଣଙ୍କ ଘଟଣା ସଂପର୍କରେ ମହିଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଦୀନେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
📲Get App