🔥 TRENDING Union Health Minister Mansukh Mandaviy... Kia India to Invest $2 Billion in New... Study Finds Shimla Monkeys Prefer Ice... Himachal High Court Bars Post‑Graduati... Himachal Pradesh Receives 306,000 Appl... Uttarakhand’s Kashi Pur & Rudrapur Top...
12 Nov 2026•
ગુજરાતી मराठी ਪੰਜਾਬੀ বাংলা
National

ସୋନିଆ ଗାନ୍ଧୀଙ୍କ ବହିକୁ ନେଇ ବଢ଼ିଲା ବିବାଦ: ‘ମିଛର ପୁଟୁଳି’ କହି ବର୍ଷିଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି

✍️ Reporter: Deepak Mahapatra 🗓 12 Nov 2026, 01:22 PM 👁 14
Share: 💬 WhatsApp 📘 Facebook 𝕏 Post
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନୂଆ ପୁସ୍ତକକୁ ନେଇ ରାଜନୈତିକ ମହଲରେ ବିବାଦ ତୀବ୍ର ହେବାରେ ଲାଗିଛି। ପୁସ୍ତକ 'Belonging: A Journey of Love' ପ୍ରକାଶ ପାଇବା ପରେ ଏହାର ବିଷୟବସ୍ତୁକୁ ନେଇ ଏବେ ବିଭିନ୍ନ ନେତା ନିଜ ନିଜ ମତ ରଖୁଛନ୍ତି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀଙ୍କ ପରେ ଏବେ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓଙ୍କ ନାତି ଏନ୍‌.ଭି. ସୁଭାଷ ସୋନିଆଙ୍କୁ ଟାର୍ଗେଟ କରିଛନ୍ତି।
ସୁଭାଷ ଏହି ପୁସ୍ତକକୁ 'ମିଛର ପୁଟୁଳି' ବୋଲି ଆଖ୍ୟା ଦେଇଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ପୁସ୍ତକରେ ଗାନ୍ଧୀ ପରିବାରର ଶାସନ ସମୟର କେତେକ ଐତିହାସିକ ଘଟଣା ଓ ନିଷ୍ପତ୍ତିକୁ ନେଇ ବିରୋଧାଭାସ ରହିଛି। ଏଥିସହ ଦେଶ ଓ କଂଗ୍ରେସ ପାଇଁ ପି.ଭି. ନରସିଂହ ରାଓଙ୍କ ଅବଦାନକୁ ଜାଣିଶୁଣି ଅଣଦେଖା କରାଯାଇଥିବା ସେ ଅଭିଯୋଗ କରିଛନ୍ତି।
ନରସିଂହ ରାଓଙ୍କ ଅବଦାନକୁ ଅଣଦେଖା କରାଯାଇଛି
ପି.ଭି. ନରସିଂହ ରାଓ ୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଏହାସହ ୧୯୯୨ରୁ ୧୯୯୬ ପର୍ଯ୍ୟନ୍ତ ସେ କଂଗ୍ରେସର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ। ତାଙ୍କ ନାତି ତଥା ବିଜେପିର ତେଲେଙ୍ଗାନା ମୁଖ୍ୟ ମୁଖପାତ୍ର ଏନ୍‌.ଭି. ସୁଭାଷ କହିଛନ୍ତି ଯେ, ସୋନିଆଙ୍କ ପୁସ୍ତକରେ ତାଙ୍କ ଜେଜେବାପାଙ୍କ ଉଲ୍ଲେଖ ନଥିବା ତାଙ୍କ ପରିବାର ପାଇଁ ଆଶ୍ଚର୍ଯ୍ୟଜନକ ନୁହେଁ।
ସୁଭାଷଙ୍କ ଅଭିଯୋଗ ହେଉଛି, କଂଗ୍ରେସ ଓ ଦେଶ ପାଇଁ ନରସିଂହ ରାଓଙ୍କ ଅବଦାନକୁ ଜାଣିଶୁଣି ପୁସ୍ତକରେ ସ୍ଥାନ ଦିଆଯାଇନାହିଁ। ଗାନ୍ଧୀ ପରିବାର ନିଜ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ଗୁରୁତ୍ୱ କମାଇ ନିଜ ପରିବାରକୁ ଅଧିକ ଗୁରୁତ୍ୱ ଦେବାକୁ ଚେଷ୍ଟା କରୁଥିବା ସେ ମତ ରଖିଛନ୍ତି।
ପୁସ୍ତକରେ ଦେଖିବାକୁ ମିଳିଛି ବିରୋଧାଭାସ !
ସୋନିଆଙ୍କ ପୁସ୍ତକର ବିଷୟବସ୍ତୁକୁ ନେଇ ମଧ୍ୟ ସୁଭାଷ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ କହିବା ଅନୁସାରେ, ଗୋଟିଏ ପଟେ ସୋନିଆ କହିଛନ୍ତି ଯେ ସେ ଚାହୁଁନଥିଲେ ତାଙ୍କ ସ୍ୱାମୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ରାଜନୀତିକୁ ଆସନ୍ତୁ। ଅନ୍ୟପଟେ ନିଜ ପିଲାମାନଙ୍କୁ ରାଜନୀତିର ମୁଖ୍ୟଧାରାକୁ ଆଣିଥିବା ସେ ଅଭିଯୋଗ କରିଛନ୍ତି। ଏହାକୁ ସେ ଦୋମୁହାଁ ନୀତି ବୋଲି କହିଛନ୍ତି। ଭବିଷ୍ୟତରେ ମଧ୍ୟ ଗାନ୍ଧୀ ପରିବାରର ପରବର୍ତ୍ତୀ ପିଢ଼ି ରାଜନୀତିରେ ସକ୍ରିୟ ରହିବାର ସମ୍ଭାବନା ଥିବା ନେଇ ସେ ଟିପ୍ପଣୀ ଦେଇଛନ୍ତି।
ଶର୍ମିଷ୍ଠା ମୁଖାର୍ଜୀ ମଧ୍ୟ ଉଠାଇଥିଲେ ପ୍ରଶ୍ନ
ସୋନିଆଙ୍କ ପୁସ୍ତକକୁ ନେଇ ଏହା ପ୍ରଥମ ବିବାଦ ନୁହେଁ। ଏହା ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ମଧ୍ୟ ସୋନିଆଙ୍କ ଏକ ଦାବିକୁ ନେଇ ପ୍ରଶ୍ନ ଉଠାଇଥିଲେ। ୨୦୧୦ରେ ପ୍ରଣବ ମୁଖାର୍ଜୀ ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜ ନାମ ଆଗକୁ ଆଣିବାକୁ ଚାହୁଁଥିଲେ ବୋଲି ସୋନିଆଙ୍କ ପୁସ୍ତକରେ ଥିବା ଉଲ୍ଲେଖକୁ ଶର୍ମିଷ୍ଠା ପ୍ରଶ୍ନ କରିଥିଲେ।
ରାଜନୀତିରେ ଆକାଂକ୍ଷା ରଖିବା କ'ଣ ଭୁଲ୍ ବୋଲି ସେ ପାଲଟା ପ୍ରଶ୍ନ କରିଥିଲେ। ସୋନିଆ ଗାନ୍ଧୀଙ୍କ ଏହି ନୂଆ ପୁସ୍ତକକୁ ନେଇ ଏବେ ରାଜନୈତିକ ମତଭେଦ ସାମ୍ନାକୁ ଆସୁଥିବା ବେଳେ ଆଗକୁ ଏହି ବିବାଦ କେଉଁ ମୋଡ଼ ନେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
📲Get App