सरकारी योजना
ଭୁବନେଶ୍ୱରରେ ୧୦.୩୯ ଲକ୍ଷ ଟଙ୍କାରେ ମିଳିବ ଫ୍ଲାଟ୍: ୧୦ ହଜାର ଟଙ୍କାରେ ବୁକିଂ; ଜାଣନ୍ତୁ, ଆପଣ କିଣି ପାରିବେ ନା ନାହିଁ
ଭୁବନେଶ୍ୱରରେ ଶସ୍ତାରେ ମିଳିବ ଘର। ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଘର ଦେବାକୁ ଅଣ୍ଟା ଭିଡ଼ିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)। ସେଥିପାଇଁ ପିପିପି ମୋଡ୍ରେ ହଂସପାଳରେ ନିର୍ମାଣ ହେବାକୁ ଯାଉଛି ନୂଆ ହାଉସିଂ ପ୍ରକଳ୍ପ। ପ୍ରଥମ ପର୍ଯ୍ୟାୟରେ ୪୧୫ଟି ୨ ବିଏଚକେ ବିଶିଷ୍ଟ ଘର ନିର୍ମାଣ ହେବ। ଏହି ଫ୍ଲାଟ୍ର ଦର ରହିବ ୧୦.୩୯ ଲକ୍ଷ ଟଙ୍କା। ମାଷ୍ଟର ବେଡ୍ ରୁମ୍ ୧୦ ଫୁଟ୍ରେ ୧୦ ଫୁଟ୍ ରହିବ। ଦ୍ଵିତୀୟ କୋଠରୀ ଆକାର ୭ ଫୁଟ୍ରେ ୯ ଫୁଟ ରହିବ। ଲିଭଙ୍ଗ୍ ରୁମ୍ ୧୧ ଫୁଟ୍ରେ ୯ ଫୁଟ ଓ ରୋଷେଇ ଘର ୬ରେ ୫ ଫୁଟ୍ ରହିବ। ଏହା ସହ ସେଠାରେ ଖେଳପଡିଆ ଓ ଦୋକାନ ଘର ସହ କମ୍ୟୁନିଟି ସେଣ୍ଟର ବ୍ୟବସ୍ଥା ରହିବ। ସ୍ୱରେଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ଓ ଷ୍ଟ୍ରିଟ୍ ଲାଇଟ୍ ଆଦି ବ୍ୟବସ୍ଥା ରଖାଯାଇଛି।
ଏହି ପ୍ରକଳ୍ପ କଟକ-ଭୁବନେଶ୍ଵର ଜାତୀୟ ରାଜପଥ କଡ଼ରେ ରହିଛି। ଗତ ଶନିବାର ବିଏମ୍ସି ପକ୍ଷରୁ ବସିଥିବା ବୈଠକରେ ଏହି ପ୍ରକଳ୍ପ ଉପରେ ମୋହର ବାଜିଛି। ଘର ନିର୍ମାଣର ସମ୍ପୂର୍ଣ ଦାୟିତ୍ଵ ଏକ ଘରେଇ କମ୍ପାନୀ ନେଇଛି। ଘର ବୁକିଂ ପାଇଁ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ। ପରବର୍ତ୍ତୀ ନିର୍ମାଣ ସହିତ କିସ୍ତିରେ ସମସ୍ତ ଟଙ୍କା ଦାଖଲ କରିବାକୁ ପଡ଼ିବ। ଏହା ପରେ ଘର ହସ୍ତାନ୍ତର କରଯିବ।
ଏହି ଫ୍ଲାଟ୍ ପାଇବା ପାଇଁ ଆବେଦନକାରୀ ଭୁବନେଶ୍ଵର ଅଞ୍ଚଳରେ ବାସ କରୁଥିବା ନିହାତି ଜରୁରୀ। ତାଙ୍କର ବାର୍ଷିକ ଆୟ ୬ ଲକ୍ଷ ଟଙ୍କାରୁ କମ୍ ଥିବା ଜରୁରୀ। ଆବେଦନକାରୀଙ୍କ ନାଁରେ କିମ୍ବା ପରିବାର ବର୍ଗ ନାଁରେ ଭାରତ ବର୍ଷରେ କେଉଁଠି ବି ପକ୍କା ଘର ନଥିବ ବୋଲି ନିୟମ କରାଯାଇଛି। ଅଧିକ ଲୋକ ଆବେଦନ କଲେ ଲଟେରୀ କରାଯିବ ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି।
୯୦ଟି ଫ୍ଲାଟ୍ ପାଇଁ ଆସିଛି ୪,୮୩୩ଟି ଆବେଦନ
ପଟିଆରେ BDAର ଟ୍ରାଇଡେଣ୍ଟ ଆବାସ ପ୍ରକଳ୍ପରେ ମାତ୍ର ୯୦ଟି ଫ୍ଲାଟ୍ ପାଇଁ ଆସିଛି ୪,୮୩୩ଟି ଆବେଦନ। ଅର୍ଥାତ୍ ଗୋଟିଏ ଫ୍ଲାଟ୍ ପାଇଁ ୫୩ ଜଣରୁ ଅଧିକ ଆବେଦନକାରୀ ଅଛନ୍ତି। ଏଥିରେ ୫୦ଟି ଟାଇପ୍-୧ (୫୬୨ ବର୍ଗଫୁଟ) ଫ୍ଲାଟ୍ର ମୂଲ୍ୟ ୧୫.୫୧ ଲକ୍ଷ ଟଙ୍କା ଏବଂ ୪୦ଟି ଟାଇପ୍-୨ (୫୩୨ ବର୍ଗଫୁଟ) ଫ୍ଲାଟ୍ର ମୂଲ୍ୟ ୧୪.୬୮ ଲକ୍ଷ ଟଙ୍କା ରଖାଯାଇଛି।
BDA ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆବଣ୍ଟନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ଏକ ସ୍ୱେଚ୍ଛାକୃତ ଲଟେରୀ ନିୟମ ପ୍ରସ୍ତୁତ କରିଛନ୍ତି। ପ୍ରଥମେ ଲଟେରୀ, ପରେ କାଗଜପତ୍ର ଯାଞ୍ଚ କରାଯିବ। ୪,୮୦୦ରୁ ଅଧିକ ଆବେଦନର ଯାଞ୍ଚ ପୂର୍ବରୁ କରିବା ସମୟସାପେକ୍ଷ। ତେଣୁ ସମସ୍ତ ଆବେଦନକୁ ପ୍ରାଥମିକ ଭାବେ ବୈଧ ଧରି ପ୍ରଥମେ ଲଟେରୀ କରାଯିବ। ଲଟେରୀରେ ଚୟନ ହୋଇଥିବା ଅସ୍ଥାୟୀ ହିତାଧିକାରୀଙ୍କର ଆୟ, ବାସସ୍ଥାନ ଓ ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ କରାଯାଇ ଚୂଡ଼ାନ୍ତ ଆବଣ୍ଟନ ପତ୍ର ଦିଆଯିବ। ଆବଣ୍ଟନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରଖିବାକୁ ଜଣେ ଅବସରପ୍ରାପ୍ତ କିମ୍ବା କାର୍ଯ୍ୟରତ ନ୍ୟାୟିକ ଅଧିକାରୀଙ୍କୁ ସ୍ୱାଧୀନ ପର୍ଯ୍ୟବେକ୍ଷକ ଭାବେ ରଖାଯିବ। ଏହାସହ ସମଗ୍ର ଲଟେରୀ ପ୍ରକ୍ରିୟାକୁ ସୋସିଆଲ ମିଡିଆରେ ଲାଇଭ୍ ଷ୍ଟ୍ରିମ୍ କରାଯିବ। ଯାହାକୁ ଆବେଦନକାରୀମାନେ ସିଧାସଳଖ ଦେଖିପାରିବେ। ଏହାସହ ବାକ୍ ବାଧିକ, ଦୃଷ୍ଟି ବାଧିତ ଓ ଶ୍ରୁତି ବାଧିତ ସ୍କୁଲର ଛାତ୍ରଛାତ୍ରୀ ଏହି ଲଟେରୀରେ ସାମିଲ ହୋଇ ନାଁ ଉଠାଇବେ ବୋଲି ଜଣାପଡ଼ିଛି। ଆବଣ୍ଟନରେ ସହରାଞ୍ଚଳ ବସ୍ତି ସର୍ବେକ୍ଷଣ ଅନ୍ତର୍ଗତ ହିତାଧିକାରୀଙ୍କ ପାଇଁ ୪୦% ପର୍ଯ୍ୟନ୍ତ ଫ୍ଲାଟ୍ ସଂରକ୍ଷିତ ରହିବ। ଏହାଛଡ଼ା, ଦିବ୍ୟାଙ୍ଗ ଆବେଦନକାରୀଙ୍କୁ ସୁବିଧା ପାଇଁ ଅଗ୍ରାଧିକାର ଭିତ୍ତିରେ ତଳ ମହଲାଗୁଡ଼ିକୁ ଆବଣ୍ଟନ କରାଯିବ।