🔥 TRENDING ଆସୁଛି ଆଉ ଏକ ଲଘୁଚାପ, ଅବପାତର ରୂପ ନେବ ବୋଲ... India and New Zealand men's football t... ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ନାଁରେ... અમરેલી નાં રાજુલા નાં માંડલ ગામે અકસ્મ... Hardik Pandya Joins Punjab for Rs 18 C... Odisha Commissionerate Police Reveal N...
11 Nov 2026•
ગુજરાતી मराठी ਪੰਜਾਬੀ বাংলা
Education

ଉପଜିଲ୍ଲାପାଳଙ୍କ ସର୍ପରାଇଜ ଭିଜିଟ୍‌, ଧରାପଡ଼ିଗଲେ କଲେଜ ଅଧ୍ୟକ୍ଷ

✍️ Reporter: Deepak Mahapatra 🗓 11 Nov 2026, 12:56 PM 👁 8
Share: 💬 WhatsApp 📘 Facebook 𝕏 Post
ଉପଜିଲ୍ଲାପାଳଙ୍କ ସର୍ପରାଇଜ ଭିଜିଟ୍‌ ବେଳେ ଧରାପଡ଼ିଗଲା କଲେଜ ଅଧ୍ୟକ୍ଷଙ୍କ କାରନାମା। ମଦ ପିଇ ନିଜ କଠୋରୀରେ ବସିଥିଲେ ଅଧ୍ୟକ୍ଷ। ଏନେଇ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ବେଳେ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାନ୍ଦା ଆଞ୍ଚଳିକ ମହାବିଦ୍ୟାଳୟରେ। କଲେଜର ଅଧ୍ୟକ୍ଷ ଶିଶର କୁମାର ଦେହୁରୀଙ୍କ ବିରୋଧରେ ବହୁ ଅଭିଯୋଗ ରହିଛି। ବିଭିନ୍ନ ଫୋରମ ପକ୍ଷରୁ ବାରମ୍ବାର ତାଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା। ସେ ମଦ ପିଇ କଲେଜ ଆସୁଥିବା ମଧ୍ୟ ଅଭିଯୋଗ ହୋଇଥିଲା। ସେହି ଆଧାରରେ କାମାକ୍ଷାନଗର ଉପଜିଲ୍ଲାପାଳ ବିକାଶ କୁମାର ମହାନ୍ତି କଲେଜକୁ ଅଚାନକ ପରିଦର୍ଶନରେ ଆସିଥିଲେ। କଲେଜ ପରିଦର୍ଶନ ଆସିଥିବା ବେଳେ ଅଧ୍ୟକ୍ଷଙ୍କ ବ୍ୟବହାର ତାଙ୍କୁ ସ୍ୱାଭାବିକ ଲାଗି ନଥିଲା। ଅଧ୍ୟକ୍ଷ ମଦ ପିଇଛନ୍ତି ନା ନାହିଁ ତାହା ଜାଣିବା ପାଇଁ ଉପଜିଲ୍ଲାପାଳ ନିକଟସ୍ଥ ଫାଣ୍ଡିରୁ ପୁଲିସ କର୍ମଚାରୀଙ୍କୁ ଡକାଇ ଅଧ୍ୟକ୍ଷଙ୍କର ବ୍ରେଥ୍ ଆନାଲାଇଜର୍ ଟେଷ୍ଟ କରିଥିଲେ। ସେଥିରୁ ଜଣାପଡ଼ିଥିଲା ଯେ ସେ ମଦ ପିଇଥିଲେ।
ଉପଜିଲ୍ଲାପାଳ ଶିଶିର କୁମାର ଦେହୁରୀ କହିଛନ୍ତି ଯେ ଅଧ୍ୟକ୍ଷଙ୍କ ନାଁରେ ବହୁତ ଅଭିଯୋଗ ହୋଇଥିଲା। ସେଥିପାଇଁ ସେଠାକୁ ସର୍ପରାଇଜ ଭିଜିଟ୍‌ରେ ଯାଇଥିଲୁ। ମୁଁ ନିଜେ ସେଠାକୁ ଯାଇଥିଲି। ମୋ ସହିତ ସବ୍‌-କଲେକ୍ଟର ଅଫିସର ଆସିଷ୍ଟାଣ୍ଟ କଲେକ୍ଟର ମଧ୍ୟ ଯାଇଥିଲେ। ଆମେ ସେଠାରେ ପହଞ୍ଚି କଲେଜର ବିଭିନ୍ନ ସମସ୍ୟା ସଂପର୍କରେ କର୍ମଚାରୀମାନଙ୍କ ସହିତ ଆଲୋଚନା କରିଥିଲୁ। ଅଧ୍ୟକ୍ଷ ମଦ ପିଇ କଲେଜ ଆସୁଥିବା ଅଭିଯୋଗ ରହିଥିଲା। ଆମେ ଅଚାନକ ପରିଦର୍ଶନ ଯାଇଥିବା ବେଳେ ମଧ୍ୟ ଅଧ୍ୟକ୍ଷଙ୍କ ବ୍ୟବହାର ସ୍ୱାଭାବିକ ନଥିବା ମନେ କରିଥିଲୁ। ତେଣୁ ପୁଲିସ ଦ୍ୱାରା ଆମେ ତାଙ୍କର ଯାଞ୍ଚ କରିଥିଲୁ। ତାଙ୍କ ଶରୀରରେ ଆଲ୍‌କହଲ ଥିବା ନେଇ ରିପୋର୍ଟ ଆସିଥିଲା। ତେଣୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସେ ଉତ୍ତର ଦେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅଧ୍ୟକ୍ଷ ମଦ ପିଇ କଲେଜ ଆସୁଥିବା ନେଇ ପୂର୍ବରୁ ଅନେକ ଥର ଅଭିଯୋଗ ହୋଇଥିବା ବେଳେ ସେ ମଦ ପିଇ ନିଜ କାର୍ଯ୍ୟାଳୟରେ ଚଟାଣରେ ଶୋଇଥିବାର ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା। ଉପଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ ବେଳେ ଅଧ୍ୟକ୍ଷ ମଦ ପିଇଥିବା ଜଣାପଡ଼ିଥିବା ବେଳେ ଆଗକୁ ପ୍ରଶାସନ ପକ୍ଷରୁ କି କାର୍ଯ୍ୟାନୁଷ୍ଠାନ ତାକୁ ସମସ୍ତେ ଅପେକ୍ଷା କରିଛନ୍ତି।
📲Get App