🔥 TRENDING उमरैह गांव के मतदान में आर्थिक दबाव से... कलेक्टर दिलीप कुमार यादव ने सागर के वा... Police Arrest Two Youths with Licensed... Jalandhar Government School Opens New... Delhi Police Seize Rs 14 Lakh of Unlic... Bihar: Family suspects friend in Kunda...
11 Nov 2026•
ગુજરાતી मराठी ਪੰਜਾਬੀ বাংলা
Religion

ହଜାର ହଜାର ଭକ୍ତଙ୍କ ଗହଣରେ ବୀରଗୋବିନ୍ଦପୁରର ମା’ ଦକ୍ଷିଣକାଳୀଙ୍କ ଭବ୍ୟ ଭସାଣୀ; ଘଣ୍ଟ, ଶଙ୍ଖ ଓ ଢୋଲରେ ପ୍ରକମ୍ପିତ ହେଲା ସାକ୍ଷୀଗୋପାଳ-ଚନ୍ଦନପୁର ରାସ୍ତା

✍️ Reporter: Deepak Mahapatra 🗓 11 Nov 2026, 06:46 PM 👁 12
Share: 💬 WhatsApp 📘 Facebook 𝕏 Post
ସାକ୍ଷୀଗୋପାଳ: ଭକ୍ତି, ଭାବାବେଗ ଓ ଆଧ୍ୟାତ୍ମିକ ଉତ୍ସାହର ମହାମିଳନ ମଧ୍ୟରେ ଅନୁଷ୍ଠିତ ହୋଇଛି ପୁରୀ ଜିଲ୍ଲା ସାକ୍ଷୀଗୋପାଳର ବୀରଗୋବିନ୍ଦପୁରସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ଦକ୍ଷିଣକାଳୀଙ୍କ ଭବ୍ୟ ଭସାଣୀ ଉତ୍ସବ। ମା’ଙ୍କୁ ଶେଷ ବିଦାୟ ଜଣାଇବା ପାଇଁ ସାକ୍ଷୀଗୋପାଳରୁ ଚନ୍ଦନପୁର ପର୍ଯ୍ୟନ୍ତ ଲାଗିଥିଲା ହଜାର ହଜାର ଭକ୍ତଙ୍କ ଭିଡ଼। ‘ଜୟ ମା’ ଦକ୍ଷିଣକାଳୀ’ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ସମଗ୍ର ଅଞ୍ଚଳ।
ମା’ଙ୍କ ବିସର୍ଜନ ଶୋଭାଯାତ୍ରାରେ ଘଣ୍ଟ, ଶଙ୍ଖ, ଢୋଲ ଓ ମୃଦଙ୍ଗର ତାଳେ ତାଳେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ପାରମ୍ପରିକ ଲଉଡ଼ି ଖେଳ, ଆକର୍ଷଣୀୟ ଘୋଡ଼ାନାଚ ଏବଂ ବିଭିନ୍ନ ସାଂସ୍କୃତିକ ଦଳର ପ୍ରଦର୍ଶନ ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ସାଜିଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଶ୍ରଦ୍ଧାଳୁମାନେ ଠିଆ ହୋଇ ମା’ଙ୍କ ଶେଷ ଦର୍ଶନ କରିବା ସହ ଭାବବିହ୍ୱଳ ହୋଇ ମେଲାଣି ଜଣାଇଥିଲେ।
ଶ୍ରଦ୍ଧା ଓ ବିଶ୍ୱାସର ଏହି ଅନନ୍ୟ ଦୃଶ୍ୟରେ ଅନେକ ଭକ୍ତ ନିଜ ଘର ସମ୍ମୁଖରେ ଧୂପ, ଦୀପ ଓ ନୈବେଦ୍ୟ ଅର୍ପଣ କରି ମା’ଙ୍କୁ ପୂଜାର୍ଚ୍ଚନା କରିଥିଲେ। ମା’ଙ୍କ କୃପା ଓ ଆଶୀର୍ବାଦ କାମନା କରିଥିଲେ ଶ୍ରଦ୍ଧାଳୁ।
ପରେ ଶୋଭାଯାତ୍ରା ନିର୍ଦ୍ଧାରିତ ବିସର୍ଜନ ସ୍ଥଳ ଚନ୍ଦନପୁରରେ ପହଞ୍ଚିଥିଲା। ସେଠାରେ ସେବାୟତ ଓ ପୂଜକଙ୍କ ଦ୍ୱାରା ଶାସ୍ତ୍ରୀୟ ରୀତିନୀତି ଅନୁସାରେ ଶେଷ ପୂଜାବିଧି ଓ ମନ୍ତ୍ରୋଚ୍ଚାରଣ ସମ୍ପନ୍ନ ହେବା ପରେ ଭକ୍ତଙ୍କ ଜୟଧ୍ୱନି ମଧ୍ୟରେ ମା’ଙ୍କ ପ୍ରତିମାକୁ ଭକ୍ତିପୂର୍ଣ୍ଣ ବାତାବରଣରେ ବିସର୍ଜନ କରାଯାଇଥିଲା।
ଅନ୍ୟପକ୍ଷରେ, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଏବଂ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ସଂଲଗ୍ନ ରାସ୍ତାରେ ଟ୍ରାଫିକ୍ ଚାପକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଏବଂ ଯାତାୟାତ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଥିଲା।
ମା’ଙ୍କ ଆଗମନରେ ଯେଉଁଠି ଉତ୍ସବର ଉଲ୍ଲାସ, ବିଦାୟ ବେଳେ ସେଇଠି ଭକ୍ତଙ୍କ ଆଖିରେ ଭାବବିହ୍ୱଳତା। ଆସନ୍ତା ବର୍ଷ ପୁଣି ମା’ଙ୍କ ଆଗମନକୁ ଅପେକ୍ଷା କରି ଭାରି ହୃଦୟରେ ଫେରିଛନ୍ତି ଶ୍ରଦ୍ଧାଳୁ।
📲Get App