🔥 ट्रेंडिंग चम्पा में मारपीट कर लूट करने वाले आरोप... सड़क पर बाइक स्टंट करने वाले पाँच युवक... एसबी‑11 पथरडांगा ने पाथरडांगा क्रिकेट... टारकेश्वर की उपलब्धि को बंगाल की सफलता... रिलीज़ के बाद गृह मंत्री प्रियंक पर आर... बिहार के व्यक्ति को गोवा के कणाकोना मे...
12 नव. 2026•
ગુજરાતી मराठी ਪੰਜਾਬੀ বাংলা

ଏମଭି-୭୦ ଗ୍ରାମରେ ଜୁଆ ଆଡ୍ଡା ଉପରେ କାଲିମେଳା ପୋଲିସର ଚଢ଼ାଉ, ୨ ଅଟକ

✍️ रिपोर्टर: Sukumar Mandal 🗓 11 नव. 2026, 11:50 PM 👁 20
शेयर करें: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୧୧ ନଭେମ୍ବର: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ଦୁଇ ଜଣଙ୍କୁ ଅଟକ ରଖାଯାଇଛି। ଏଥିସହ ଘଟଣାସ୍ଥଳରୁ ଜୁଆ ଖେଳ ସାମଗ୍ରୀ ସହ ନଗଦ ଟଙ୍କା ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ କାଲିମେଳା ଥାନାଠାରୁ ପ୍ରାୟ ୮ କିଲୋମିଟର ଦୂର ଏମଭି-୭୦ ଗ୍ରାମର ଏକ ଖୋଲା ପଡ଼ିଆରେ ଜୁଆ ଖେଳ ଚାଲିଥିବା ନେଇ ପୋଲିସକୁ ଖବର ମିଳିଥିଲା। ଏହାପରେ ପୋଲିସ ଟିମ୍ ସେଠାରେ ଚଢ଼ାଉ କରି ଦୁଇ ଜଣଙ୍କୁ ଅଟକ ରଖିଥିଲା।

ଅଟକ ବ୍ୟକ୍ତିମାନେ ହେଲେ ଏମଭି-୭୦ ଗ୍ରାମର ବିଧାନ ମଣ୍ଡଳ (୫୧) ଏବଂ ଏମପିଭି-୬୦ ଗ୍ରାମର ସୁଭାଷ ବିଶ୍ୱାସ (୩୬)। ପୋଲିସ ଘଟଣାସ୍ଥଳରୁ ୬ଟି ଜୁଆ ଗୋଟି, ଗୋଟିଏ ଜୁଆ ଖେଳ ମ୍ୟାଟ୍ ଏବଂ ନଗଦ ୩ ହଜାର ୨୫୦ ଟଙ୍କା ଜବତ କରିଛି। ଜବତ ସାମଗ୍ରୀର ମୋଟ ଆନୁମାନିକ ମୂଲ୍ୟ ୫ ହଜାର ୭୫୦ ଟଙ୍କା ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।

ଏହି ଘଟଣାକୁ ନେଇ କାଲିମେଳା ଥାନାରେ କେସ୍ ନମ୍ବର ୨୮୭/୨୦୨୬ ରୁଜୁ କରାଯାଇ ଓପିଜି ଆକ୍ଟର ଧାରା ୩ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ଜୁଆ ଖେଳ ବିରୋଧରେ କାଲିମେଳା ପୋଲିସର ଅଭିଯାନ ଜାରି ରହିଥିବା ବେଳେ ଆଗାମୀ ଦିନରେ ବିଭିନ୍ନ ଗ୍ରାମରେ ଏଭଳି ଚଢ଼ାଉ ଜାରି ରହିବ ବୋଲି ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ ପ୍ରକାଶ କରିଛନ୍ତି।
📲Get App