🔥 ट्रेंडिंग छठ महापर्व से पूर्व सभी कर्मियों का वे... माननीय मुख्यमंत्री ने मधुबनी जिले के 5... Mortal remains of 26 years oid adhan A... माँ काली के आशीर्वाद से भरा फर्बिसगंज... ଟ୍ରେନକୁ ପଛରୁ ପିଟିଲା ଟ୍ରେନ: ୪ ମୃତ, ୮୮ ଆ... डीएम एवं एसपी ने नगर क्षेत्र के छठ घाट...
10 नव. 2026•
ગુજરાતી मराठी ਪੰਜਾਬੀ বাংলা
राजनीति

୧୩ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ: ଛାତ୍ରଛାତ୍ରୀଙ୍କୁ ଦୈନିକ ମାଗଣା ୧ ଜିବି ଡାଟା, ଓସିଏସ୍ ପରୀକ୍ଷାରୁ ହଟିଲା ‘ଆଟେମ୍ପ୍ଟ’ କଟକଣା

✍️ रिपोर्टर: Deepak Mahapatra 🗓 10 नव. 2026, 12:30 PM 👁 22
शेयर करें: 💬 WhatsApp 📘 Facebook 𝕏 Post
ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କୁ ଆକୃଷ୍ଟ କରିବା ପାଇଁ ମୋହନ ମାଝୀଙ୍କ ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର କଲେଜ ଛାତ୍ରଛାତ୍ରୀ ଓ ଚାକିରି ଆଶାୟୀ ଯୁବପିଢ଼ିଙ୍କୁ ପ୍ରାଥମିକତା ଦେଇ ରାଜ୍ୟ ସରକାର କ୍ୟାମ୍ପସରେ ଦୈନିକ ୧ଜିବି ଡାଟା ସହ ମାଗଣା ୱାଇଫାଇ ଏବଂ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରୁ ଆଟେମ୍ପ୍‌ଟ କଟକଣାକୁ ହଟାଇ ଦେଇଛନ୍ତି। ଆବଶ୍ୟକ ଯୋଗ୍ୟତା ପୂରଣ କରୁଥିବା ଆଶାୟୀ ପ୍ରାର୍ଥୀମାନେ ଏଣିକି ବିନା କୌଣସି ‘ପ୍ରୟାସ’ ସୀମାରେ ଯେତେଥର ଚାହିଁବେ ପରୀକ୍ଷା ଦେଇପାରିବେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ରାତିରେ ଲୋକସେବା ଭବନରେ ରାଜ୍ୟ ମନ୍ତ୍ରିପରିଷଦ ଓ ପରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମନ୍ତ୍ରିପରିଷଦ ବୈଠକରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ଚିଠା ବଜେଟକୁ ଅନୁମୋଦନ ମିଳିଛି। ଏହାସହିତ କ୍ୟାବିନେଟ୍ ବୈଠକରେ ମୋଟ ୧୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏ ସମ୍ପର୍କରେ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ , ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଲସ୍ତରରେ ସଶକ୍ତ କରିବା ଓ ଗ୍ରାମାଂଚଳ ତଥା ଆର୍ôଥକ ଦୃଷ୍ଟିରୁ ଦୁର୍ବଳ ବର୍ଗର ପିଲାମାନଙ୍କ ମଧ୍ୟରେ ଥିବା ଡିଜିଟାଲ୍ ବିଭାଜନକୁ ଦୂର କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଫ୍ଲାଗସିପ୍ ଯୋଜନା ‘ଓଡ଼ିଶା ଶିକ୍ଷାନେଟ୍‌’କୁ ଅନୁମୋଦନ ଦେଇଛନ୍ତି।
୨୦୨୬-୨୭ ଆର୍ଥିକ ବର୍ଷରୁ ୨୦୨୮-୨୯ ପର୍ଯ୍ୟନ୍ତ ମୋଟ୍ ୩ବର୍ଷ ଅବଧି ପାଇଁ ଏହି ଯୋଜନା ବାବଦରେ ୩୯୩.୬୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ନୂଆ ବ୍ୟବସ୍ଥା ଅଧୀନରେ ଓଡ଼ିଶାର ୬୦୧ଟି ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟକୁ ନିଶୁଳ୍କ, ସୁରକ୍ଷିତ ତଥା ହାଇସ୍ପିଡ୍ ୱାଇଫାଇ ସଂଯୋଗୀକରଣ ଯୋଗାଇ ଦିଆଯିବ। କଲେଜ କ୍ୟାମ୍ପସ ମଧ୍ୟରେ ଅଧ୍ୟୟନରତ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜର ଶୈକ୍ଷିକ, ଗବେଷଣା ଓ ଦକ୍ଷତା ବିକାଶ ଉଦ୍ଦେଶ୍ୟରେ ପ୍ରତିଦିନ ୧ ଜିବି ପର୍ଯ୍ୟନ୍ତ ନିଶୁଳ୍କ ଇଣ୍ଟରନେଟ୍ ଡାଟା ଉପଭୋଗ କରିପାରିବେ। ଏହାଦ୍ୱାରା ୬ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ତଥା ଅଧ୍ୟାପକ ସିଧାସଳଖ ଉପକୃତ ହେବାସହ ଇ-ବୁକ୍‌, ଡିଜିଟାଲ୍ ଲାଇବ୍ରେରୀ, ଭର୍ଚୁଆଲ୍ କ୍ଲାସରୁମ୍ ଓ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ସହଜସାଧ୍ୟ ହୋଇପାରିବ।
ସେହିପରି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ରାଜ୍ୟ କ୍ୟାବିନେଟ୍ ଓଡ଼ିଶା ସିଭିଲ ସର୍ଭିସ(ଓସିଏସ) ପରୀକ୍ଷାରେ ଥିବା ଆଟେମ୍ପଟ୍‌’ କଟକଣାକୁ ହଟାଇ ଦେଇଛନ୍ତି। ଦୀର୍ଘ ବର୍ଷ ଧରି ଓଡ଼ିଶା ସିଭିଲ ସର୍ଭିସ ଚାକିରି ଆଶାୟୀ ପ୍ରାର୍ଥୀମାନେ କରିଆସୁଥିବା ଦାବି ଉପରେ ସରକାର ସହାନୁଭୂତିର ସହ ମୋହର ଲଗାଇଛନ୍ତି।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧୀନସ୍ଥ ‘ଓଡ଼ିଶା ସିଭିଲ ସର୍ଭିସେସ୍ (ସମନ୍ୱିତ ପ୍ରତିଯୋଗିତାମୂଳକ ନିଯୁକ୍ତି ପରୀକ୍ଷା) ନିୟମାବଳୀ, ୧୯୯୧’ରେ ବଡ଼ ସଂଶୋଧନ କରାଯାଇ ଓସିଏସ୍ ପରୀକ୍ଷାରେ ଅଂଶଗ୍ରହଣ ଲାଗି ଥିବା ଆଟେମ୍ପ୍ଟ ବା ‘ପ୍ରୟାସ ସଂଖ୍ୟା’ କଟକଣାକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି। ଏହି ନିଷ୍ପତ୍ତି ଫଳରେ ନିର୍ଦ୍ଧାରିତ ବୟସ ଓ ଅନ୍ୟାନ୍ୟ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ପୂରଣ କରୁଥିବା ଆଶାୟୀ ପ୍ରାର୍ଥୀମାନେ ବିନା କୌଣସି ପ୍ରୟାସ ସୀମାରେ ଯେତେ ଥର ଚାହିଁବେ ପରୀକ୍ଷାରେ ଅବତୀର୍ଣ୍ଣ ହୋଇପାରିବେ। ଏହା ମେଧାବୀ ପ୍ରାର୍ଥୀମାନଙ୍କୁ ଚାପମୁକ୍ତ ପରିବେଶରେ ନିଜ ଦକ୍ଷତା ପ୍ରଦର୍ଶନ କରିବା ସହ ଅଧିକ ନ୍ୟାୟସଙ୍ଗତ ଓ ସମାନ ସୁଯୋଗ ସୁନିଶ୍ଚିତ କରିବ।
ସେହିପରି ରାଜ୍ୟ କ୍ୟାବିନେଟ୍ ଆଜି ଖରିଫ ବିପଣନ ଋତୁ ୨୦୨୬-୨୭ ପାଇଁ ବ୍ୟାପକ ଖାଦ୍ୟ ଓ ଧାନ ସଂଗ୍ରହ ନୀତିକୁ ଅନୁମୋଦନ କରିଛନ୍ତି। କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ, ଖରିଫ ଋତୁରେ ୫୩ ଲକ୍ଷ ମେଟ୍ରିକ ଟନ୍ ଚାଉଳ (ପ୍ରାୟ ୭୮ ଲକ୍ଷ ମେଟ୍ରିକ ଟନ୍ ଧାନ) ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଓ ସର୍ବନିମ୍ନ ସହାୟକ ମୂଲ୍ୟ (msp) ସହିତ ଇନପୁଟ ସହାୟତା ମିଶାଇ ଚାଷୀମାନଙ୍କୁ କ୍ୱିଣ୍ଟାଲ ପିଛା ମୋଟ ୩୧୦୦ ଟଙ୍କା ପ୍ରଦାନ କରାଯିବ।
ଧାନ ବିକ୍ରିର ୨୪ ରୁ ୪୮ ଘଣ୍ଟ ମଧ୍ୟରେ ମାଧ୍ୟମରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ପ୍ରଦାନ ବ୍ୟବସ୍ଥା ହୋଇଛି । ଉପଗ୍ରହ ଚିତ୍ର ଜରିଆରେ ୧୦୦% ଫିଲ୍ଡ ଭେରିଫିକେସନ୍‌, ଡିଜିଟାଲ୍ ସମ୍ମତି ଆଧାରରେ ଯୋଗ୍ୟ ଭାଗଚାଷୀଙ୍କ ପଞ୍ଜିକରଣ ଓ ୫ହଜାର ମେଟ୍ରିକ ଟନ୍‌ରୁ ଅଧିକ କ୍ଷମତା ଥିବା ମଣ୍ଡିରେ ଏଆଇ ଭିତ୍ତିକ ଶସ୍ୟ ବିଶ୍ଳେଷକ ଯନ୍ତ୍ର ଓ ସିସିଟିଭି ଲଗାଇ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସ୍ୱଚ୍ଛ କରାଯିବ।
ସେହିପରି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଉଟିଙ୍କୁ ନିରବଚ୍ଛିନ୍ନ ସେବା ନିଶ୍ଚିତ କରିବା ପାଇଁ ବେସରକାରୀ ଡିଲରମାନଙ୍କ କାର୍ଯ୍ୟକାଳ ସମୟସୀମାକୁ ରାଜ୍ୟ କ୍ୟାବିନେଟ୍ ପୁଣିଥରେ ୨୦୨୭ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
କ୍ୟାବିନେଟ୍‌ର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ଗୋ-ପାଳକଙ୍କ ସୁରକ୍ଷା ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ‘ଓଡ଼ିଶା ଗୋ-ପ୍ରଜନନ (ନିୟନ୍ତ୍ରଣ) ବିଧେୟକ, ୨୦୨୬’ ଚିଠାକୁ କ୍ୟାବିନେଟ୍ ଗ୍ରହଣ କରିଛନ୍ତି, ଯାହା ଆଗାମୀ ଦିନରେ ବିଧାନସଭାରେ ଉପସ୍ଥାପିତ କରାଯିବ।
ଗ୍ରାମାଂଚଳ ପ୍ରଶାସନର କର୍ମଚାରୀଙ୍କ ମନୋବଳ ବଢ଼ାଇବାକୁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଅନ୍ତର୍ଗତ ପଂଚାୟତ ନିର୍ବାହୀ ଅଧିକାରୀ କ୍ୟାଡର ସଂଶୋଧନ ନିୟମାବଳୀ, ୨୦୨୬କୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ପୂର୍ବରୁ ପିଇଓରୁ ଜିପିଡିଓ ପଦୋନ୍ନତି ସୁଯୋଗ ମାତ୍ର ୨.୫ ପ୍ରତିଶତ ଥିବାବେଳେ ଏବେ ପେ-ଲେଭଲ-୭ରେ ୨୦୩୦ ଓ ପେ-ଲେଭଲ୍‌-୯ରେ ୧୨୬୪ଟି ପଦବୀ ସହ ମୋଟ ୩୨୯୪ଟି ପଦବୀରେ ପଦୋନ୍ନତି ସୁଯୋଗ ସୃଷ୍ଟି ହୋଇଛି ଓ ପିଇଓ ପଦବୀର ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକକୁ ବୃଦ୍ଧି କରାଯାଇଛି।
ରାଜ୍ୟର ଭିତ୍ତିଭୂମି ଓ ଶକ୍ତି ସୁରକ୍ଷା କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲାର ରାଣୀବାହାଲଠାରେ ଓଏଚପିସି ମାଧ୍ୟମରେ ନିର୍ମିତ ହେବାକୁ ଥିବା ୬୦୦ ମେଗାୱାଟ ବିଶିଷ୍ଟ ‘ଉପର ଇନ୍ଦ୍ରାବତୀ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ’ର ଆର୍ôଥକ ଢାଂଚାକୁ ଅନୁମୋଦନ ମିଳିଛି। ମୋଟ ୪୭୦୮.୬୪ କୋଟି ଟଙ୍କାର ଏହି ମେଗା ପ୍ରକଳ୍ପ ପାଇଁ ମେସର୍ସ ମେଘା ଇଞ୍ଜିନିୟରିଂ ଆଣ୍ଡ୍ ଇନଫ୍ରାଷ୍ଟ୍ରକ୍ଟର୍ସ ଲିମିଟେଡକୁ ୩୩୭୨.୮୮ କୋଟି ଟଙ୍କା (ଜିଏସଟି ବ୍ୟତୀତ) ମୂଲ୍ୟରେ ଇପିସି କଣ୍ଟ୍ରାକ୍ଟର ଭାବେ ଦାୟିତ୍ୱ ଦିଆଯାଇଛି, ଯାହା ୨୦୩୦-୩୧ ସୁଦ୍ଧା ସମ୍ପୂର୍ଣ୍ଣ ହୋଇ ଗ୍ରୀଡ୍ ସ୍ଥିରତା ଓ ଶକ୍ତି ସଂରକ୍ଷଣରେ ବଡ଼ ଭୂମିକା ନେବ।
ଜଳସମ୍ପଦ କ୍ଷେତ୍ରରେ ବଡ଼ ନିଷ୍ପତ୍ତି ନେଇ ନୂଆପଡ଼ା ଜିଲ୍ଲାର ପାର୍ବତୀ ଗିରି ମେଗା ଲିଫ୍ଟ ଯୋଜନା (କ୍ଲଷ୍ଟର-୨୮) ଅନ୍ତର୍ଗତ ୭ଟି ପ୍ରକଳ୍ପ ପାଇଁ ୨୮୯.୬୮ କୋଟି ଟଙ୍କାର ଟେଣ୍ଡର ମଞ୍ଜୁର ହୋଇଛି, ଯାହାକି ୩ଟି ବ୍ଲକର ୫୯ଟି ଗ୍ରାମର ୮୮୦୦ ହେକ୍ଟର ଜମିକୁ ଜଳସେଚନ ଯୋଗାଇବ। ସେହିପରି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକର ପଥର୍ଲାଠାରେ ତେଲ୍ ନଦୀର ଉପନଦୀ ଉପରେ ଅନ୍ତଃନଦୀ ଜଳାଶୟ ନିର୍ମାଣ ପାଇଁ ପ୍ରାୟ ୧୦୦ କୋଟି ଟଙ୍କାର ଟେଣ୍ଡର ଅନୁମୋଦନ ଲାଭ କରିଛି।
ନଗର ଉନ୍ନୟନ ବିଭାଗ ଅଧୀନରେ ୧୯ ଜଣ ସହକାରୀ ସହର ଯୋଜନା ଅଧିକାରୀଙ୍କ ନିଯୁକ୍ତି ନିମନ୍ତେ ବୟସ ସୀମା ୨୧-୪୨ ବର୍ଷ ଧାର୍ଯ୍ୟ ସହ ନିୟମାବଳୀ ସଂଶୋଧନ ହୋଇଛି।
ଆଇନ ବିଭାଗ ଅଧୀନରେ ପ୍ରଶିକ୍ଷଣରତ ବିଚାର ବିଭାଗୀୟ ଅଧିକାରୀଙ୍କ ପାଇଁ ଏକ ବର୍ଷ ପ୍ରତିଷ୍ଠାନଗତ ତାଲିମ ପରେ ଆଉ ଏକ ବର୍ଷ ଆଇନ ସହାୟକ କାର୍ଯ୍ୟ ଲାଗି ୨୦୦୭ ନିୟମାବଳୀ ସଂଶୋଧନକୁ ମଧ୍ୟ କ୍ୟାବିନେଟ୍ ଗ୍ରହଣ କରିଛନ୍ତି।
📲Get App