🔥 TRENDING ୨୮ରେ ଓଡ଼ିଶା ଆସିବେ ଅମିତ ଶାହ; କେନ୍ଦ୍ର ଗୃ... સાંસદ શોભના એમ. બારૈયાએ વિક્રમ સંવત ૨૦... Bhedi District Police Use CEIR Portal... गयाजी में कबाड़ी दुकान में लगी आग Slippers hurled at screen of Karnataka... जालौर में पूर्व राज्य मंत्री पुखराज पा...
10 Nov 2026•
ગુજરાતી मराठी ਪੰਜਾਬੀ বাংলা
Agriculture

ଏଗ୍ରିଷ୍ଟାକ୍‌ ନ ଥିଲେ ବି ଚାଷୀଙ୍କ ଧାନ ଉଠିବ : ଯୋଗାଣ ମନ୍ତ୍ରୀ

✍️ Reporter: Deepak Mahapatra 🗓 10 Nov 2026, 01:03 PM 👁 15
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ରାଜ୍ୟର ଚାଷୀମାନଙ୍କ ପାଇଁ ରହିଛି ଏକ ଆଶ୍ଵସ୍ତିକର ଖବର। ଏଗ୍ରିଷ୍ଟାକ୍ ବ୍ୟବସ୍ଥା ନ ଥିଲେ ମଧ୍ୟ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବ ବୋଲି ଓଡ଼ିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଏଗ୍ରିଷ୍ଟାକ୍‌ ନ ଥିଲେ ବି ଚାଷୀଙ୍କ ଧାନ ଉଠିବ। ଯେଉଁମାନେ କରି ନାହାନ୍ତି କୌଣସି ଅସୁବିଧାର ସମ୍ମୁଖୀନ ହେବେନି। ଏଗ୍ରିଷ୍ଟାକ୍‌ ନ ଥାଇ ବି ଚାଷୀ ନାମ ପଞ୍ଜୀକରଣ କରିପାରିଛନ୍ତି। ଆମେ ସମ୍ପୂର୍ଣ୍ଣ ଧାନ କିଣିବୁ, ଏଗ୍ରିଷ୍ଟାକ୍‌ ସହ କୌଣସି ସମ୍ପର୍କ ନାହିଁ କିନ୍ତୁ ଏଗ୍ରିଷ୍ଟାକ୍‌ କରାଇ ନିଅନ୍ତୁ, କଲେ ଅନ୍ୟାନ୍ୟ ସୁବିଧା ମିଳିବ। ସାର, ବିହନ ଆଦି ମିଳିବ, କୃଷି ଋଣ ମଧ୍ୟ ମିଳିପାରିବ ତେଣୁ ଜଲଦି ଏଗ୍ରିଷ୍ଟାକ୍‌ କରାଇ ନେବାକୁ ଅନୁରୋଧ କରୁଛି।
କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଏଗ୍ରିଷ୍ଟାକ୍ ବାଧ୍ୟତାମୂଳକ ହୋଇଥିଲେ ସୁଦ୍ଧା, ଯେଉଁ ଚାଷୀମାନଙ୍କର ଏହି ପୋର୍ଟାଲରେ ପଞ୍ଜୀକରଣ ହୋଇପାରିନାହିଁ, ସେମାନଙ୍କୁ ଧାନ ବିକ୍ରିରୁ ବଞ୍ଚିତ କରାଯିବ ନାହିଁ।
ଯେଉଁ ଚାଷୀଙ୍କର ଏଗ୍ରିଷ୍ଟାକ୍ ତଥ୍ୟ ନାହିଁ, ସେମାନଙ୍କର ପୂର୍ବରୁ ଥିବା ସୋସାଇଟି ବା ପ୍ୟାକ୍ସ (PACS) ପଞ୍ଜୀକରଣ ଓ ପାସବୁକ୍ ଆଧାରରେ ଧାନ ଉଠାଯିବ। ମଣ୍ଡିରେ ଚାଷୀମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହେବେ ଏବଂ ସେମାନଙ୍କ ଉତ୍ପାଦିତ ଧାନର ଉଚିତ ମୂଲ୍ୟ ପାଇପାରିବେ, ସେଥିପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ଏହାଦ୍ଵାରା ରାଜ୍ୟର ସମସ୍ତ ଚାଷୀ ଉପକୃତ ହେବେ ଏବଂ ଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ହେବ।
📲Get App