🔥 ट्रेंडिंग ବରଗଡ଼ ରେଳ ଷ୍ଟେସନରୁ ୨୧ ଗ୍ରାମ ବ୍ରାଉନ ସୁଗ... ଆଜି ୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଭତ୍ତା... फारबिसगंज विधानसभा क्षेत्र के भागकोहलि... Incorrect details in your EPF records ବୃଦ୍ଧବୃଦ୍ଧା ଓ ଅସହାୟଙ୍କୁ ବଡ଼ ଉପହାର; ପେନ... छठ महापर्व से पूर्व सभी कर्मियों का वे...
10 नव. 2026•
ગુજરાતી मराठी ਪੰਜਾਬੀ বাংলা
राजनीति

ଓଡ଼ିଶା ଗସ୍ତରେ ଉପରାଷ୍ଟ୍ରପତି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ: ୧୬ରେ ବିଧାୟକଙ୍କୁ ପାଠ ପଢ଼ାଇବେ ଉପରାଷ୍ଟ୍ରପତି ଓ ୨୮ରେ ଶାହଙ୍କ ଗସ୍ତ

✍️ रिपोर्टर: Deepak Mahapatra 🗓 10 नव. 2026, 12:34 PM 👁 13
शेयर करें: 💬 WhatsApp 📘 Facebook 𝕏 Post
ଓଡ଼ିଶା ଗସ୍ତରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଚଳିତମାସରେ ଆସିବାର କାର୍ଯ୍ୟକ୍ରମ ରହିଛି। ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ବିଧାୟକମାନଙ୍କ ସଂସଦୀୟ ଦକ୍ଷତା ବୃଦ୍ଧି ପାଇ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେବେ। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ମଧ୍ୟ ଚଳିତମାସ ୨୮ତାରିଖରେ ଆସି ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମ ଯୋଗ ଦେବେ ବୋଲି ଜଣାପଡ଼ିଛି।
ଉପରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଉପରାଷ୍ଟ୍ରପତି ଆସନ୍ତା ୧୫ତାରିଖରେ ଓଡ଼ିଶା ଆସି ବିଧାନସଭା ପରିସରରେ ଆୟୋଜିତ ହେବାକୁ ଥିବା ବିଧାୟକମାନଙ୍କ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଯୋଗଦେବେ। ବିଧାନସଭା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ୧୬ ତାରଖରେ ଏହି ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ମୋଟ ୩ଟି ସେସନରେ ପରିଚାଳିତ ହେବ। ପ୍ରଥମ ଅଧିବେଶନରେ ଉପରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ଏହାପରେ ଦୁଇଟି ସ୍ୱତନ୍ତ୍ର ଟେକ୍ନିକାଲ ସେସନ ଅନୁଷ୍ଠିତ ହେବ।
ଗୋଟିଏ ସେସନରେ ବିଧାନସଭାରେ ଥିବା ମୋଟ ୩୫ଟି କମିଟି ଓ ଅର୍ଥ ସମ୍ବନ୍ଧୀୟ ୪ଟି ସ୍ୱତନ୍ତ୍ର କମିଟିର କାର୍ଯ୍ୟଦକ୍ଷତା ତଥା ଏହାର ସଠିକ୍ କ୍ରିୟାନ୍ୱୟନ ଉପରେ ବିସ୍ତୃତ ଆଲୋଚନା କରାଯିବ। ଅନ୍ୟ ଏକ ସେସନରେ ବଜେଟ୍ ଉପସ୍ଥାପନା, ଖର୍ଚ୍ଚ, ଅନୁପାତ ଓ ଏଷ୍ଟିମେଟ୍ ଭଳି ବୈଷୟିକ ପ୍ରସଙ୍ଗରେ ବିଧାୟକମାନଙ୍କ ଅଂଶଗ୍ରହଣ ନେଇ ଉପରାଷ୍ଟ୍ରପତି ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେବେ।
କେରଳ ଓ ଓଡ଼ିଶା ଭଳି ରାଜ୍ୟରେ ଏହି କମିଟି ବ୍ୟବସ୍ଥା ବେଶ୍ ସୁଦୃଢ଼ ରହିଥିବାରୁ ଏହାକୁ ଆହୁରି କ୍ରିୟାଶୀଳ କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।
ସେହିପରି ନଭେମ୍ବର ୨୮ ତାରିଖରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିବାର ସମ୍ଭାବନା ରହିଛି ବୋଲି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହଙ୍କ ଏହି ଗସ୍ତର ଚୂଡ଼ାନ୍ତ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ପ୍ରକାଶ ପାଇ ନ ଥିଲେ ହେଁ, ସେ ଏକାଧିକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ବିଜେପିର ସାଂଗଠନିକ ବୈଠକରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ଦକ୍ଷିଣ ଓଡ଼ିଶାରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ଓ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଦଳୀୟ ପ୍ରସ୍ତୁତି ଉପରେ ଏହି ଗସ୍ତ ସମୟରେ ମାନସମନ୍ଥନ ହେବାର ସମ୍ଭାବନା ରହିଛି। ରାଜ୍ୟର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଦାବି ଓ ପ୍ରଶାସନିକ ସମସ୍ୟାଗୁଡ଼ିକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରିବା ସହିତ ବିକାଶମୂଳକ କାର୍ଯ୍ୟର ସମୀକ୍ଷା ପାଇଁ ଏହା ରାଜ୍ୟ ସରକାରଙ୍କ ଲାଗି ଏକ ବଡ଼ ସୁଯୋଗ ସୃଷ୍ଟି କରିବ ବୋଲି କୁହାଯାଉଛି।
📲Get App