🔥 TRENDING Rajasthan Leads India in Latest Minera... Army Jawans Killed, Injured in Trailer... Roadways Panbus and PRTC Contract Work... PRTC contract workers protest at Farid... AAP block committee member kills young... ଗଞ୍ଜାମରେ ନିଆରା ଦୀପାବଳି; ବନ୍ୟା ପୀଡ଼ିତଙ୍...
10 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ଦେବଗଡ଼ରେ ଲଜ୍ଜା; ୫ ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

✍️ Reporter: Deepak Mahapatra 🗓 10 Nov 2026, 01:04 PM 👁 12
Share: 💬 WhatsApp 📘 Facebook 𝕏 Post
ଦେବଗଡ଼: ଦେବଗଡ଼ ଜିଲ୍ଲାରେ ଚାଞ୍ଚଲ୍ୟ। ଜଣେ ୫ ବର୍ଷର ନିଷ୍ପାପ ଶିଶୁକନ୍ୟାଙ୍କ ସହ ଅମାନବୀୟ ଯୌନ ନିର୍ଯାତନା ଅଭିଯୋଗକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ଆକ୍ରୋଶ ଓ ଉଦ୍‌ବେଗ ପ୍ରକାଶ ପାଇଛି। ଗୁରୁତର ଆହତ ଶିଶୁକନ୍ୟାଙ୍କୁ ଉନ୍ନତ ଚିକିତ୍ସା ପାଇଁ ବୁର୍ଲା ସ୍ଥିତ ଭିମ୍‌ସାରକୁ ସ୍ଥାନାନ୍ତର କରାଯାଇଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରବିବାର ଦିନ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କର୍ଲଗା ଗ୍ରାମର ଜଣେ ଯୁବକ ଦେବଗଡ଼ ସହର ଉପକଣ୍ଠସ୍ଥିତ ଏକ ଗ୍ରାମକୁ ଯାଇଥିଲେ। ସେ ପେସାରେ ଜଣେ ବୁଲା ଟେଲର ହୋଇଥିବା ବେଳେ ଗାଁ ଗାଁ ବୁଲି କନ୍ଥା ସିଲେଇ କରୁଥିଲେ। ଏହି ସମୟରେ ଘରେ ଏକୁଟିଆ ଥିବା ଶିଶୁକନ୍ୟାଙ୍କୁ ଟାର୍ଗେଟ କରି ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି।
ଘଟଣା ପରେ ମାଆ ଘରକୁ ଫେରି ଶିଶୁକନ୍ୟାଙ୍କୁ ଗୁରୁତର ଅବସ୍ଥାରେ ଦେଖିବା ପରେ ତୁରନ୍ତ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଶିଶୁର ଅବସ୍ଥା ଗୁରୁତର ଥିବା ଦେଖି ଅଧିକ ଚିକିତ୍ସା ପାଇଁ ବୁର୍ଲା ଭିମ୍‌ସାରକୁ ରେଫର କରିଥିଲେ।
ଅନ୍ୟପଟେ ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ଦେବଗଡ଼ ପୋଲିସ ମାମଲା ରୁଜୁ କରିଛି। ପୋକ୍ସୋ ଆଇନ ସମେତ ସମ୍ପୃକ୍ତ ଦଣ୍ଡବିଧି ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ଯୁବକଙ୍କୁ ପୋଲିସ ଗିରଫ କରିଛି। ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି।
📲Get App