🔥 ट्रेंडिंग ଏଗ୍ରିଷ୍ଟାକ୍‌ ନ ଥିଲେ ବି ଚାଷୀଙ୍କ ଧାନ ଉଠି... ଶ୍ରୀମନ୍ଦିର ବାହାର ଉତ୍ତର ଦ୍ୱାର ନିକଟରେ ବି... कर्नाटक ने ईथेनॉल मिश्रण पर पेट्रोल नम... भारत पेट्रोलियम ने कर्नाटक के ई20 दावे... भास्कर ने सरकेज‑गांधीनगर 30 किमी यात्र... हार्दिक पांड्या का राजस्थान रॉयल्स में...
10 नव. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

କ୍ଲାସ ଚାଲିଥିବା ବେଳେ ସ୍କୁଲରେ ଟଳି ପଡ଼ିଲେ ୮ମ ଶ୍ରେଣୀ ଛାତ୍ର

✍️ रिपोर्टर: Deepak Mahapatra 🗓 10 नव. 2026, 12:39 PM 👁 21
शेयर करें: 💬 WhatsApp 📘 Facebook 𝕏 Post
ପାଠପଢ଼ା ଚାଲିଥିବା ବେଳେ ଘଟିଛି ଅଘଟଣ। ସ୍କୁଲର ଶ୍ରେଣୀ ଗୃହରେ ଟଳି ପଡ଼ିଛନ୍ତି ଜଣେ ୮ମ ଶ୍ରେଣୀ ଛାତ୍ର। ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ମହାଦେଇଆଡ଼ିଆର କମଳା ଆଦର୍ଶ ବାଳିକା ଉଚ୍ଚ ବିଦ୍ୟାଳୟରେ ଏପରି ଗୋଟିଏ ଘଟଣା ଘଟିଛି।
ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ୧୩ ବର୍ଷୀୟ ବିଶ୍ଵରୂପା ବେହେରା। ଆଜି ସେ ଅନ୍ୟ ପିଲାମାନଙ୍କ ଭଳି ସକାଳୁ ସ୍କୁଲ ଆସିଥିଲେ। ସ୍କୁଲରେ ସବୁ କିଛି ସ୍ୱାଭାବିକ ରହିଥିଲେ। ଅନ୍ୟମାନଙ୍କ ଭଳି ବିଶ୍ୱରୂପା ଶ୍ରେଣୀ ଗୃହରେ ରହିଥିଲେ।
ବିଜ୍ଞାନ ଶିକ୍ଷକ ପିଲାଙ୍କୁ ସବୁ ଦିନ ଭଳି ପାଠ ମଧ୍ୟ ପଢ଼ାଉଥିଲେ। କିନ୍ତୁ କ୍ଲାସ ଚାଲିଥିବା ବେଳେ ହଠାତ ଘଟିଥିଲା ଅଘଟଣ। ସମସ୍ତଙ୍କ ସାମ୍ନାରେ ଚେତା ହରାଇଥିଲେ ବିଶ୍ୱରୂପା। ତାଙ୍କ ଚେତା ଫେରାଇ ଆଣିବାକୁ ପ୍ରଥମେ କ୍ଲାସରେ ଉପସ୍ଥିତ ଶିକ୍ଷକ ଓ ପରେ କର୍ମଚାରୀମାନେ ଉଦ୍ୟମ କରିଥିଲେ।
କିନ୍ତୁ ବିଶ୍ୱରୂପାଙ୍କ ଚେତା ଫେରି ନଥିଲା। ଶେଷରେ ଖବର ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କ ପାଖରେ ପହଞ୍ଚିଥିଲା। ସେ କ୍ଲାସରୁମକୁ ଦୌଡ଼ି ଆସିବା ସହ ଛାତ୍ରୀଙ୍କ ଅଭିଭାବକଙ୍କୁ ଖବର ଦେଇଥିଲେ। ଏଥିସହ ଛାତ୍ରୀଙ୍କୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।
ହେଲେ ସେତେବେଳେକୁ ବହୁତ ବିଳମ୍ବ ହୋଇ ସାରିଥିଲେ। ହସ୍ପିଟାଲରେ ବିଶ୍ୱାରୂପାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏବେ କେଉଁ ପରିସ୍ଥିତିରେ ବିଶ୍ୱରୂପାଙ୍କ ମୃତ୍ୟୁ ଘଟିଛି, ତା’ର ଯାଞ୍ଚ ଏବେ ପୁଲିସ କରୁଛି।
📲Get App