🔥 ट्रेंडिंग ୨୮ରେ ଓଡ଼ିଶା ଆସିବେ ଅମିତ ଶାହ; କେନ୍ଦ୍ର ଗୃ... સાંસદ શોભના એમ. બારૈયાએ વિક્રમ સંવત ૨૦... Bhedi District Police Use CEIR Portal... गयाजी में कबाड़ी दुकान में लगी आग केरल के मंत्री डीके शिवाकुमार की मंदिर... जालौर में पूर्व राज्य मंत्री पुखराज पा...
10 नव. 2026•
ગુજરાતી मराठी ਪੰਜਾਬੀ বাংলা
धर्म

ଶ୍ରୀମନ୍ଦିର ବାହାର ଉତ୍ତର ଦ୍ୱାର ନିକଟରେ ବିକ୍ରି ହେଉଛି ଅବଢ଼ା; ମନଇଚ୍ଛା ଦର ବୃଦ୍ଧିକୁ ନେଇ ତେଜିଲା ବିବାଦ

✍️ रिपोर्टर: Deepak Mahapatra 🗓 10 नव. 2026, 01:02 PM 👁 13
शेयर करें: 💬 WhatsApp 📘 Facebook 𝕏 Post
ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦକୁ ନେଇ ବଡ଼ ବିବାଦ। ଆନନ୍ଦ ବଜାର ବଦଳରେ ଏବେ ଶ୍ରୀମନ୍ଦିର ବାହାରେ ଖୋଲାଖୋଲି ବିକ୍ରି ହେଉଛି ଅବଢ଼ା। ଶ୍ରୀମନ୍ଦିରର ଉତ୍ତରଦ୍ୱାର ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିବା ପରେ ଭକ୍ତ ଓ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।
ଅଭିଯୋଗ ଅନୁସାରେ, ଅନ୍ନ, ଡାଲି, ମହୁର ଓ ବେସର ଭଳି ମହାପ୍ରସାଦକୁ ମନଇଚ୍ଛା ଦରରେ ବାହାରେ ବିକ୍ରି କରାଯାଉଛି। ବୋଝିଆମାନେ ବରାଦି ଅବଢ଼ା ଆଣି ବିଭିନ୍ନ ଗାଡ଼ିରେ ରଖିବା ପରିବର୍ତ୍ତେ ବାହାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଏହି ମହାପ୍ରସାଦ ପୁରୀ ଜିଲ୍ଲା ସମେତ ଓଡ଼ିଶାର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ। କିନ୍ତୁ ମନ୍ଦିର ବାହାରେ ଏଭଳି ବିକ୍ରିକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି।
କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ମହାପ୍ରସାଦ। ଶ୍ରୀମନ୍ଦିର ଭିତରେ ଆନନ୍ଦ ବଜାରରେ ସୁଆର ମହାସୁଆର ନିଯୋଗର ବ୍ୟବସ୍ଥା ଅନୁଯାୟୀ ଏହା ଉପଲବ୍ଧ ହୋଇଥାଏ। ତେବେ ମନ୍ଦିର ବାହାରେ କେଉଁ ଅନୁମତି ଓ କେଉଁ ନିୟମ ଆଧାରରେ ମହାପ୍ରସାଦ ବିକ୍ରି ହେଉଛି, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ମହାପ୍ରସାଦ ବିକ୍ରି ପାଇଁ ଅନୁମତି ଦେଲା କିଏ? ଏହା ଉପରେ ଶ୍ରୀମନ୍ଦିର ପ୍ରଶାସନ ଓ ସମ୍ପୃକ୍ତ ନିଯୋଗର ସ୍ପଷ୍ଟୀକରଣ ଦାବି କରୁଛନ୍ତି ଭକ୍ତମାନେ। ମହାପ୍ରସାଦର ମର୍ଯ୍ୟାଦା ଓ ପବିତ୍ରତା ବଜାୟ ରଖିବାକୁ ଏହି ଘଟଣାର ଉଚିତ ତଦନ୍ତ ହେବା ଜରୁରୀ ବୋଲି ମତ ପ୍ରକାଶ ପାଉଛି।
📲Get App