🔥 TRENDING छठ महापर्व से पूर्व सभी कर्मियों का वे... माननीय मुख्यमंत्री ने मधुबनी जिले के 5... Mortal remains of 26 years oid adhan A... माँ काली के आशीर्वाद से भरा फर्बिसगंज... ଟ୍ରେନକୁ ପଛରୁ ପିଟିଲା ଟ୍ରେନ: ୪ ମୃତ, ୮୮ ଆ... डीएम एवं एसपी ने नगर क्षेत्र के छठ घाट...
10 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ଦେବଗଡ଼ରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ

✍️ Reporter: Deepak Mahapatra 🗓 10 Nov 2026, 12:42 PM 👁 13
Share: 💬 WhatsApp 📘 Facebook 𝕏 Post
ସାମ୍ନାକୁ ଆସିଛି ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ଜଣେ ୫ ବର୍ଷୀୟ ଶିଶୁ କନ୍ୟାକୁ କରାଯାଇଛି ଦୁଷ୍କର୍ମ। ଗାଁ ଗାଁ ବୁଲି କନ୍ଥା ସିଲେଇ କରୁଥିବା ଜଣେ ଯୁବକ ଘଟାଇଛି ଏପରି ଜଘନ୍ୟକାଣ୍ଡ।
ଦୁଷ୍କର୍ମ ଯୋଗୁ ଏବେ ନାବାଳିକାଙ୍କ ଅବସ୍ଥା ଗୁରୁତର। ଏଥିପାଇଁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଦେବଗଡ଼ ସହର ଉପକଣ୍ଠରେ ଥିବା ଗୋଟିଏ ସ୍ଥାନରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ଘଟଣା ପରେ ପୁଲିସ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କରଲଗା ଗାଁର ଦୁଷ୍କର୍ମ ଅଭିଯୁକ୍ତ ଯୁବକକୁ ଗିରଫ। ଗିରଫ ଯୁବକ ଜଣକ ଗାଁ ଗାଁ ବୁଲି କନ୍ଥା ସିଲେଇ କରେ। ଏହିକ୍ରମରେ ସେ ରବିବାର ଦେବଗଡ ସହର ଉପକଣ୍ଠରେ ଥିବା ଗୋଟିଏ ଗାଁକୁ ଯାଇଥିଲା।
ସେଠାରେ ଘର ଘର ବୁଲି କାହାର କନ୍ଥା ସିଲେଇ ହେବ କି ନାହିଁ, ସେକଥା ପଚାରିଥିଲା। ଘର ଘର ବୁଲୁଥିବା ଯୁବକର ନଜର ହଠାତ୍‌ ଜଣେ ୫ ବର୍ଷୀୟ ଝିଅ ଉପରେ ପଡ଼ିଥିଲା। ନାବାଳିକା ଏକାକୀ ଘରେ ଥିବା ଦେଖି ଯୁବକ ଜଣକ ଘଟାଇଥିଲା ଭୟଙ୍କର କାଣ୍ଡ। ସେ ଘରେ ଭିତରେ ପଶି ନାବାଳିକାଙ୍କୁ କରିଥିଲା ଦୁଷ୍କର୍ମ।
ଘଟଣା ପରେ ସେ ଚମ୍ପଟ ମାରିଥିଲା। କିଛି ସମୟ ପରେ ଘରକୁ ଫେରିଥିଲେ ପୀଡ଼ିତାଙ୍କ ମା’। ସେ ଝିଅକୁ ଗୁରୁତର ଅବସ୍ଥାରେ ଦେଖି ପୂରା ଆତଙ୍କିତ ହୋଇ ପଡ଼ିଥିଲେ। ତୁରନ୍ତ ପଡ଼ୋଶୀଙ୍କ ସହାୟତାରେ ତାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରମାନେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ସେଠାରେ ଏବେ ତାଙ୍କର ଚିକିତ୍ସା ଚାଲିଛି। ଏନେଇ ପୀଡ଼ିତାଙ୍କ ମା’ ପୁଲିସ୍‌ରେ ଅଭିଯୋଗ କରିବା ପରେ ପୋକସୋ ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି।
ପୁଲିସ୍‌ ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ଏବେ ପୁଲିସ୍‌ ଘଟଣାର ଅଧିକ ତଦନ୍ତ କରୁଛି। ସେହିପରି ଯୁବକର ଅପରାଧିକ ରେକର୍ଡର ମଧ୍ୟ ଯାଞ୍ଚ କରାଯାଉଛି।
📲Get App