🔥 TRENDING Ashok Gahlot recalls Sonia Gandhi refu... ସ୍କୁଟରକୁ ପଛରୁ ଧକ୍କା ଦେଇ ଚଢ଼ିଗଲା ‘ଆମ ବସ... मेदिनीनगर के पुलिस लाइन के पास कार दुर... ପୁରୀ ସମୁଦ୍ରରେ ଅଘଟଣ: ଉଚ୍ଚ ଜୁଆରରେ ଭାସିଗଲ... Pj.2.1 पलामू के रकसाहा में लक्ष्मी पूजा के दौ...
10 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ବାଲି ବୋଝେଇ ଟ୍ରାକ୍ଟର ସହ ପିଟି ହେଲା ସ୍କୁଟି, ଚାଲିଗଲା ୨ ଯୁବକଙ୍କ ଜୀବନ

✍️ Reporter: Deepak Mahapatra 🗓 10 Nov 2026, 12:38 PM 👁 19
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସ୍କୁଟି ଓ ବାଲି ବୋଝେଇ ଟ୍ରାକ୍ଟର ମଧ୍ୟରେ ଘଟିଛି ଭୟଙ୍କର ଧକ୍କା। ଏହି ଦୁର୍ଘଟଣାରେ ଦୁଇ ଜଣ ଯୁବକ ପ୍ରାଣ ହରାଇଛନ୍ତି। ସେହିପରି ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।
ଆଜି ଅପରାହ୍ନରେ ତାର୍ଲାକୋଟା ପଞ୍ଚାୟତ ମହୁଲଫୁଟ ଗାଁର ଦୁଇ ଜଣ ଯୁବକ ଓ ସେମାନଙ୍କ ସମ୍ପର୍କୀୟ ମାମୁ ଗୋଟିଏ ସ୍କୁଟିରେ କୁଡୁମୁଲୁଗୁମ୍ମା ଯାଉଥିଲେ। ୩ ଜଣ ଯାକ ସ୍କୁଟିରେ ଯାଉଥିବା ବେଳେ ସମନାଥପୁର ସ୍କୁଲ ଛକ ନିକଟରେ ଘଟିଥିଲା ଅଘଟଣ। ସାମ୍ନାକୁ ଆସୁଥିବା ଗୋଟିଏ ଦ୍ରୁତଗାମୀ ବାଲି ବୋଝେଇ ଟ୍ରାକ୍ଟର ସହ ସ୍କୁଟିର ହୋଇଥିଲା ମୁହାଁମୁହିଁ ଧକ୍କା।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍କୁଟିଟି ସଂପୂର୍ଣ୍ଣ ଚୂରମାର ହୋଇଯାଇଥିଲା। ସେହିପରି ଘଟଣା ସ୍ଥଳରେ ରାଜୁ ଖିଲଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକମାନେ ତୁରନ୍ତ ବାକି ଦୁଇ ଜଣଙ୍କୁ ମାଲକାନଗିରି ମେଡିକାଲକୁ ନେଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ କୁମ ଖୋରାଙ୍କ ମୃତ୍ୟୁ ହୋଇଛି।
ତୃତୀୟ ଯୁବକଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। ଏଥିପାଇଁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏବେ ସେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।
ଏପଟେ ଦୁର୍ଘଟଣା ପରେ ଟ୍ରାକ୍ଟର ଛାଡ଼ି ଫେରାର ହୋଇଯାଇଛନ୍ତି ଚାଳକ। ପୁଲିସ୍‌ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରକୁ ଜବତ କରିଛି। ହେଲେ ଏଯାଏ ଫେରାର ଡ୍ରାଇଭରଙ୍କ ସମ୍ପର୍କରେ କିଛି ବି ଖୋଜ ଖବର ମିଳିନାହିଁ। ତାଙ୍କୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ କରୁଛି। ସେହିପରି ମୃତକଙ୍କ ପରିବାର ବାଲିମେଳା ଥାନାରେ ଅଭିଯୋଗ କରିବା ସହ ନ୍ୟାୟ ଓ କ୍ଷତିପୂରଣ ଦାବି କରିଛନ୍ତି।
📲Get App