Local
ସ୍ୱାମୀଙ୍କ ମୃତ୍ୟୁ ପରେ ଘରେ ପୂରାଇଲେନି ଶ୍ୱଶୁର ଘର ଲୋକ, ପୁଅକୁ ଧରି ଧାରଣାରେ ବସିଲେ ବୋହୂ
ନ୍ୟାୟ ଓ ହକ ଦାବିରେ ଶ୍ୱଶୁର ଘର ଆଗରେ ବୋହୂଙ୍କ ଧାରଣା। ସାଙ୍ଗରେ ଅଛନ୍ତି ୮ ବର୍ଷର ପୁଅ। ଯେଉଁ ଘରକୁ ଦିନେ ବୋହୂ ହୋଇ ଆସିଥିଲେ ଆଜି ସେହି ଘରର ଦ୍ୱାର ତାଙ୍କ ପାଇଁ ବନ୍ଦ ହୋଇଯାଇଛି।
ସ୍ୱାମୀଙ୍କ ମୃତ୍ୟୁର ୮ ମାସ ପରେ ପୁଅ ସହ ବେସାହାରା ହୋଇ ଯାଇଛନ୍ତି ଜଣେ ମହିଳା। ସେ ପୁଅ ସହ ନିଜ ଭାଗ୍ୟକୁ ଆଦରି ଶ୍ୱଶୁର ଘରେ ରହିବାକୁ ଆସିଥିଲେ। ହେଲେ ଶ୍ୱଶୁର ଘର ଲୋକ ତାଙ୍କ ପାଇଁ ବନ୍ଦ କରି ଦେଇଛି କାବାଟ। ଏବେ ମହିଳା ଜଣଙ୍କ ନିଜ ୮ ବର୍ଷର ପୁଅକୁ ଧରି ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି।
ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ପ୍ରତାପପୁର ପଞ୍ଚାୟତ ଅନ୍ତର୍ଗତ ରାଉତରା ଗାଁରୁ ଆସିଛି ଏପରି ଘଟଣା। ରାଉତରା ଗାଁର କାର୍ତ୍ତିକ ଚନ୍ଦ୍ର ପାତ୍ରଙ୍କ ବଡ଼ ପୁଅ ଦିଲ୍ଲୀର ଗୋଟିଏ ଘରୋଇ ସଂସ୍ଥାରେ କାମ କରୁଥିଲେ। କିନ୍ତୁ ପ୍ରାୟ ଆଠ ମାସ ତଳେ ଗୋଟିଏ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ କାର୍ତ୍ତିକଙ୍କ ବଡ଼ ପୁଅ। ଗାଁରେ ପରିବାର ଲୋକ ଶେଷକୃତ୍ୟ ସମ୍ପନ୍ନ କରିଥିଲେ।
ସ୍ୱାମୀଙ୍କ ଅକାଳ ବିୟୋଗ ପରେ ବେସାହାରା ହୋଇଯାଇଥିଲେ କାର୍ତ୍ତିକଙ୍କ ବୋହୂ ସୁପ୍ରିୟା ପାତ୍ର। ସ୍ୱାମୀଙ୍କ ମୃତ୍ୟୁର ଦୁଃଖକୁ ଛାତି ତଳେ ଚାପି ରଖି ପୁଅର ଭବିଷ୍ୟତ ଗଢ଼ିବାକୁ ସୁପ୍ରିୟା ପଣ କରିଥିଲେ। ଏଥିପାଇଁ ଶ୍ୱଶୁରଘର ଲୋକଙ୍କ ଅନୁମତି ନେଇ ସ୍ୱାମୀ କାମ କରୁଥିବା ସଂସ୍ଥାରେ ଚାକିରି କରିବା ପାଇଁ ଦିଲ୍ଲୀ ଯାଇଥିଲେ। ସେଠାରେ ଏକ ଭଡ଼ାଘରେ ରହି ପୁଅର ଲାଳନପାଳନ ସହ ଜୀବିକା ନିର୍ବାହ କରିଥିଲେ।
ସେଠାରେ ପ୍ରାୟ ୮ ମାସ କାମ କରିବା ପରେ ସୁପ୍ରିୟା ସୋମବାର ନିଜ ପୁଅକୁ ଧରି ଶ୍ୱଶୁରଘର ରାଉତରା ଗାଁକୁ ଫେରିଥିଲେ। ଆଶା ଥିଲା ଶ୍ୱଶୁର କାର୍ତ୍ତିକ ବୋହୂ ଓ ନାତିକୁ ପାଇ ଖୁସି ହୋଇଯିବେ। ପୁଅ ମରିବାର ଦୁଃଖକୁ ଭୁଲି ଯିବେ।
ହେଲେ ସୁପ୍ରିୟା ଗାଁରେ ପହଞ୍ଚିବା ପରେ ତାଙ୍କୁ ଲାଗିଛି ଝଟକା। କାରଣ ତାଙ୍କ ଘରେ ପ୍ରବେଶ ପାଇଁ ଶ୍ୱଶୁର କାର୍ତ୍ତିକ ଅନୁମତି ଦେଇନାହାନ୍ତି। ଘରେ ପ୍ରବେଶ ପାଇଁ ସୁପ୍ରିୟା କିମ୍ବା ତାଙ୍କ ପୁଅର କୌଣସି ଅଧିକାର ନାହିଁ ବୋଲି ସେ ରୋକଠୋକ ଶୁଣାଇ ଦେଇଛନ୍ତି।
ତଥାପି ସୁପ୍ରିୟା ଘରେ ପ୍ରବେଶ ଜିଦରେ ଅଟଳ ରହିବାରୁ ଶ୍ୱଶୁର ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଘରର ଗ୍ରୀଲ୍ରେ ତାଲା ପକାଇ ଦେଇଛନ୍ତି। ଏଥିପାଇଁ ନିଜର ତଥା ନିଜ ପୁଅର ଅଧିକାର ପାଇଁ ନ୍ୟାୟ ଦାବିରେ ସୁପ୍ରିୟା ଘର ଆଗରେ ଧାରଣାରେ ଦେଇଛନ୍ତି।
ସ୍ୱାମୀଙ୍କ ମୃତ୍ୟୁ ପରେ ସମ୍ପୃକ୍ତ ଘରୋଇ ସଂସ୍ଥା ପକ୍ଷରୁ ମିଳିଥିବା ବୀମା ରାଶିକୁ ନେଇ ମଧ୍ୟ ବିବାଦ ଥିବା ସୁପ୍ରିୟା ଅଭିଯୋଗ କରିଛନ୍ତି। ଶ୍ୱଶୁର ଫୋନ୍ ଯୋଗେ ବୀମା ଟଙ୍କା ମାଗୁଥିବା ଓ ଟଙ୍କା ନଦେଲେ ଘରଦ୍ୱାର ସମେତ ସମସ୍ତ ସମ୍ପତ୍ତି ସାନ ପୁଅ ନାଁରେ କରିଦେବେ ବୋଲି ଧମକ ଦେଉଥିବା ସୁପ୍ରିୟା ଦାବି କରିଛନ୍ତି।
ଏପଟେ ଏ ସମ୍ପର୍କରେ ଶ୍ୱଶୁର କାର୍ତ୍ତିକ ଚନ୍ଦ୍ର ପାତ୍ରଙ୍କ କହିବା କଥା ଯେ ବୋହୂଙ୍କ ବିରୋଧରେ କୋର୍ଟରେ ମାମଲା ଚାଲିଥିବାରୁ ଏହାର ସମାଧାନ ନହେବା ପର୍ଯ୍ୟନ୍ତ ସେ ଘରେ ରହିପାରିବେ ନାହିଁ ବୋଲି କହିଛନ୍ତି।