🔥 TRENDING प्रेम प्रसंग में घर से निकली समस्तीपुर... ୧୧୮ କୋଟି ମୂଲ୍ୟର ମେଗା ଉଠା ଜଳସେଚନ ପ୍ରକଳ୍... ପବିତ୍ର ଦୀପାବଳି ଉପଲକ୍ଷେ ରାଜ୍ୟବାସୀଙ୍କୁ ଶ... एक मजदूर पिता का सवाल – क्या गरीब के ब... ଅମ୍ବାଦୋଳାରେ ଚାଞ୍ଚଲ୍ୟ: ପୋଲିସ ଏସ୍‌ଆଇଙ୍କ... ଓଡ଼ିଶାକୁ ନିଶାମୁକ୍ତ କରିବ କଳିଙ୍ଗ ସେନା, ପ...
09 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ଦୀପାବଳିରେ ଘୋଟିଗଲା ଘନ ଅନ୍ଧକାର : ବାଣ ଫୁଟି ବାଜିଲା କାଚ, ଚାଲିଗଲା ନାବାଳକର ଜୀବନ

✍️ Reporter: Deepak Mahapatra 🗓 09 Nov 2026, 01:17 PM 👁 18
Share: 💬 WhatsApp 📘 Facebook 𝕏 Post
ରାଉରକେଲା: ଦୀପାବଳିରେ ଘୋଟିଗଲା ଘନ ଅନ୍ଧକାର । ରଘୁନାଥପାଲି ଥାନା ଅନ୍ତର୍ଗତ କୌଶଲ୍ୟା ନଗରରେ ବାଣ ଫୁଟି କାଚ ଖଣ୍ଡ ବାଜିବାରୁ ନାବାଳକର ଭାଇର ମୃତ୍ୟୁ ହୋଇଥିବାବେଳେ ଭଉଣୀ ଗୁରୁତର ଆହତ ହୋଇଛି । ତାଙ୍କୁ ରାଉରକେଲା ଆରଜିଏଚରେ ଭର୍ତ୍ତି କରାଯାଇଛି ।
ପ୍ରାଥମିକ ସୂଚନା ମୁତାବକ, ଦୀପାବଳି ପାଳନ ପାଇଁ ୧୪ ବର୍ଷୀୟ ନାବାଳକ ଚିନ୍ମୟ ଏବଂ ତାଙ୍କ ଭଉଣୀ ଟ୍ୟୁସନ୍ ସାରଙ୍କ ଘରକୁ ଯାଉଥିଲେ । ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ କାଚ ବୋତଲରେ ଖଞ୍ଜା ଯାଇଥିବା ବାଣ ଫୁଟିଥିଲା । ଫଳରେ ଚିନ୍ମୟ ଏବଂ ତାଙ୍କ ଭଉଣୀଙ୍କ ଦେହରେ କାଚ ଖଣ୍ଡ ବାଜିଥିଲା । ଉଭୟଙ୍କୁ ଗୁରୁତର ରାଉରକେଲା ଆରଜିଏଚ୍ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଚିନ୍ମୟଙ୍କ ଦେହରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଶେଷରେ ସେ ଆଖି ବୁଜିଥିଲା ।
ରଘୁନାଥପାଲି ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । କିଏ ଏଭଳି ବାଣ ଫୁଟାଉଥିଲେ ସେ ନେଇ ଖୋଳତାଡ଼ କରୁଛି । ସେପଟେ ଦୀପାବଳି ଭଳି ଗୋଟିଏ ଉତ୍ସବର ମୁହୂର୍ତ୍ତରେ ଏଭଳି ଅଘଟଣ ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
📲Get App