🔥 TRENDING Gaon ki samshya rooj ki samsya ਭਾਈ ਦੂਜ ਤੋਂ ਪਹਿਲਾਂ ਸੋਨੇ-ਚਾਂਦੀ ਦੀਆਂ ਕੀਮ... ଆଜିଠାରୁ ଆରମ୍ଭ ପ୍ରସିଦ୍ଧ ଭଦ୍ରକର ଐତିହାସିକ... ଦୀପାବଳି ପୂର୍ବରୁ OSPCBର ଜାରି କଲା ବଡ଼ ଆଡ... दबंगों ने 12 बीघे जमीन पर किया अतिक्रम... ਦੀਵਾਲੀ ''ਤੇ ਪਟਾਕੇ ਚਲਾਉਂਦੇ ਮੁੰਡੇ ਦੇ ਹੱਥ...
09 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ଦୀପାବଳିରେ ଘୋଟିଗଲା ଘନ ଅନ୍ଧକାର : ବାଣ ଫୁଟି ବାଜିଲା କାଚ, ଚାଲିଗଲା ନାବାଳକର ଜୀବନ

✍️ Reporter: Deepak Mahapatra 🗓 09 Nov 2026, 01:17 PM 👁 13
Share: 💬 WhatsApp 📘 Facebook 𝕏 Post
ରାଉରକେଲା: ଦୀପାବଳିରେ ଘୋଟିଗଲା ଘନ ଅନ୍ଧକାର । ରଘୁନାଥପାଲି ଥାନା ଅନ୍ତର୍ଗତ କୌଶଲ୍ୟା ନଗରରେ ବାଣ ଫୁଟି କାଚ ଖଣ୍ଡ ବାଜିବାରୁ ନାବାଳକର ଭାଇର ମୃତ୍ୟୁ ହୋଇଥିବାବେଳେ ଭଉଣୀ ଗୁରୁତର ଆହତ ହୋଇଛି । ତାଙ୍କୁ ରାଉରକେଲା ଆରଜିଏଚରେ ଭର୍ତ୍ତି କରାଯାଇଛି ।
ପ୍ରାଥମିକ ସୂଚନା ମୁତାବକ, ଦୀପାବଳି ପାଳନ ପାଇଁ ୧୪ ବର୍ଷୀୟ ନାବାଳକ ଚିନ୍ମୟ ଏବଂ ତାଙ୍କ ଭଉଣୀ ଟ୍ୟୁସନ୍ ସାରଙ୍କ ଘରକୁ ଯାଉଥିଲେ । ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ କାଚ ବୋତଲରେ ଖଞ୍ଜା ଯାଇଥିବା ବାଣ ଫୁଟିଥିଲା । ଫଳରେ ଚିନ୍ମୟ ଏବଂ ତାଙ୍କ ଭଉଣୀଙ୍କ ଦେହରେ କାଚ ଖଣ୍ଡ ବାଜିଥିଲା । ଉଭୟଙ୍କୁ ଗୁରୁତର ରାଉରକେଲା ଆରଜିଏଚ୍ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଚିନ୍ମୟଙ୍କ ଦେହରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଶେଷରେ ସେ ଆଖି ବୁଜିଥିଲା ।
ରଘୁନାଥପାଲି ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । କିଏ ଏଭଳି ବାଣ ଫୁଟାଉଥିଲେ ସେ ନେଇ ଖୋଳତାଡ଼ କରୁଛି । ସେପଟେ ଦୀପାବଳି ଭଳି ଗୋଟିଏ ଉତ୍ସବର ମୁହୂର୍ତ୍ତରେ ଏଭଳି ଅଘଟଣ ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
📲Get App