🔥 ट्रेंडिंग ರಾಮಾಯಣ: ಭಾಗ 1' ಬಾಕ್ಸ್ ಆಫೀಸ್‌ನಲ್ಲಿ ₹500... ଗଞ୍ଜାମରେ ନିଆରା ଦୀପାବଳି; ବନ୍ୟା ପୀଡ଼ିତଙ୍... ମାଛ ଧରିବା ହେଲା କାଳ, ପୋଖରୀରେ ବୁଡ଼ି ଦୁଇଜ... মান্দরণ এলাকার পাল বাড়ির কালীপুজো नवादा के रजौली में अज्ञात शव बरामद, पह... ଦୀପାବଳିରେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର ; ୧୦...
09 नव. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

ମାଛ ମାରିବାକୁ ଯାଇଥିଲେ, ଜାଲରେ ଛନ୍ଦି ହୋଇ ଚାଲିଗଲା ୨ ଜୀବନ

✍️ रिपोर्टर: Deepak Mahapatra 🗓 09 नव. 2026, 12:59 PM 👁 13
शेयर करें: 💬 WhatsApp 📘 Facebook 𝕏 Post
ମାଛ ମାରିବାକୁ ଯାଇଥିବା ବେଳେ ଜାଲରେ ଛନ୍ଦି ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ବୁଗବୁଗା ଗାଁରେ ଘଟିଛି ଏହି ଘଟଣା।
ଦୁଇ ମୃତକ ହେଉଛନ୍ତି ରିଙ୍କୁ ବର୍ଗେ ଓ ରମେଶ ମହାକୁର। ଉଭୟେ ଗ୍ରାମ ପାଖରେ ଥିବା ଏକ ପୋଖରୀକୁ ମାଛ ମାରିବା ପାଇଁ ଯାଇଥିଲେ। ସେଠାରେ ଜାଲ ପକାଇ ପୋଖରୀ ଭିତରକୁ ଦୁହେଁ ପ୍ରବେଶ କରିଥିଲେ। ହେଲେ ପୋଖରୀ ଭିତରେ ଜାଲ ସହ ଛନ୍ଦି ହେବାରୁ ଆଉ ବାହାରି ପାରିନଥିଲେ ଓ ବୁଡ଼ି ଯାଇଥିଲେ।
ଖୋଜାଖୋଜି କରିବା ପରେ ଗ୍ରାମବାସୀ ଓ ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ଅତାବିରା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ଅତାବିରା ପୁଲିସ ମୃତଦେହ ଦୁଇଟିଗୁ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।
📲Get App