🔥 TRENDING सरणाऊ में MYPL 2026 का आगाज: 24 टीमों... ਜਪ੍ਹਉ ਜਿਨ੍ਰ ਅਰਜੁਨ ਦੇਵ ਗੁਰੂ ਫਿਰਿ ਸੰਕਟ ਜ... Diwali lights up Raigad as torches ill... Sanjay Raut raises NCP merger issue, s... નવી સિવિલ હોસ્પિટલમાં વર્ગ‑૪ કર્મચારીઓ... Uttar Pradesh Govt Mulls Rs 50,000 Wom...
07 Nov 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

୪ ଜେଲରଙ୍କ ବଦଳି

✍️ Reporter: Deepak Mahapatra 🗓 07 Nov 2026, 01:41 PM 👁 18
Share: 💬 WhatsApp 📘 Facebook 𝕏 Post
ପୁରୀ ଜିଲ୍ଲା କାରାଗାର ଜେଲର ଶୁଭସ୍ମିତା ବିଶ୍ବାଳଙ୍କୁ ଜୟପୁର ସ୍ୱତନ୍ତ୍ର ଜେଲକୁ ବଦଳି କରାଯାଇଛି। କଟକ ସର୍କଲ ଜେଲ୍‌ ଜେଲର ରଘୁନାଥ ମାଝୀଙ୍କୁ ବଣାଇଗଡ଼ ସ୍ୱତନ୍ତ୍ର ଜେଲକୁ ବଦଳି କରାଯାଇଛି।
ଭୁବନେଶ୍ୱର ସ୍ୱତନ୍ତ୍ର ଜେଲ୍‌ ଜେଲର ଅବିନାଶ ବେହେରାଙ୍କୁ ନବରଙ୍ଗପୁର ସବ୍‌ଜେଲକୁ ବଦଳି କରାଯାଇଛି।
ଫୁଲବାଣୀ ସର୍କଲ ଜେଲ୍‌ ଜେଲର ଲଲାଟେନ୍ଦୁ ଭୂଷଣ ଦାସଙ୍କୁ କଟକ ସର୍କଲ ଜେଲକୁ ବଦଳି କରାଯାଇଛି।
୫ ଦିନ ତଳେ ଜେଲ୍ ଡିଜି ସୁଶାନ୍ତ କୁମାର ନାଥଙ୍କୁ ତାଙ୍କ ପଦରୁ ହଟାଇ ଦେଇଥିଲେ ସରକାର। ତାଙ୍କୁ ଗୃହ ବିଭାଗକୁ ଓଏସ୍‌ଡି ଭାବେ ବଦଳି କରାଯାଇଛି। ତାଙ୍କ ନାଁରେ ଚୌଦ୍ୱାର ଜେଲ୍‌ର ଜଣେ ପୂର୍ବତନ ମହିଳା ଜେଲର ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ତାଙ୍କୁ ବଦଳି କରାଯାଇଥିଲା।
୧୯୯୫ ବ୍ୟାଚ୍‌ର ଆଇପିଏସ୍ ଅଫିସର ତଥା ଏସ୍‌ଏଫଏସଏଲ (State Forensic Science Laboratory) ନିର୍ଦ୍ଦେଶକ ଥିବା ସନ୍ତୋଷ ବାଲାଙ୍କୁ ଜେଲ୍ ବିଭିଗର ଅତିରିକ୍ତ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
📲Get App