🔥 TRENDING Assam Woman Reopens Allegations Agains... Assam CM Announces Expulsion of 28 Ill... Three Killed in Explosion at Oil India... उपराष्ट्रपति सीपी राधाकृष्णन और राज्यप... रुड़की में कानून-व्यवस्था तार-तार: छेड... अयोध्या ने दुनिया को दीपावली का पर्व द...
07 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ରାଜଧାନୀରେ ଗଡ଼ିଲା ୨ ମୁଣ୍ଡ: ଯୁବକଙ୍କୁ ଗୁଳି, ପରକୀୟା ପ୍ରୀତି ପାଇଁ ପଥରରେ ଛେଚି ହତ୍ୟା

✍️ Reporter: Deepak Mahapatra 🗓 07 Nov 2026, 10:36 PM 👁 22
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଦୀପାବଳି ପୂର୍ବରୁ ରକ୍ତ ରଞ୍ଜିତ ହୋଇଛି ରାଜ୍ୟ ରାଜଧାନୀ ଭୁବନେଶ୍ୱର । କମିଶନରେଟ୍ ପୋଲିସର ନିଦ ହଜାଇ ଦେଇଛି ହତ୍ୟା ମାମଲା । ଗତ ଦୁଇ ଦିନ ମଧ୍ୟରେ ଗଡ଼ିଛି ତିନି ତିନୋଟି ମୁଣ୍ଡ । ଶୁକ୍ରବାର ବିଳମ୍ବିତ ରାତିରେ ଭୁବନେଶ୍ୱରରେ ଭିନ୍ନ ଭିନ୍ନ ଦୁଇଟି ସ୍ଥାନରେ ଭିନ୍ନ ମାମଲାରେ ୨ ଜଣଙ୍କୁ ହତ୍ୟା କରାଯାଇଛି । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବମିଖାଲ ଅଞ୍ଚଳରେ ପଏଣ୍ଟ ବ୍ଲାଙ୍କରୁ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତକ ହେଲେ ହଳଦିଆପଡ଼ାର ସୋନୁ ନାଏକ । ସେପଟେ ଭିଏସ୍ଏସ୍ ନଗରରେ ଜଣଙ୍କୁ ପରକୀୟା ପ୍ରୀତି ପାଇଁ ଜଣେ ଯୁବକଙ୍କୁ ପଥରରେ ଛେଚି ଛେଚି ହତ୍ୟା କରାଯାଇଛି ।
ବମିଖାଲ ହତ୍ୟା ମାମଲା
ଗତକାଲି ରାତି ୩ଟା ସମୟରେ ସୋନୁ ନାଏକ ତାଙ୍କର ସାଙ୍ଗମାନଙ୍କ ଭୋଜି କରିବା ପରେ ସହିତ ରସୁଲଗଡ଼ ପେଟ୍ରୋଲ ପମ୍ପ ଗାଡ଼ିରେ ପେଟ୍ରୋଲ ଭରିବାକୁ ଯାଉଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ଏକ ଅଟୋରେ ରାସ୍ତାରେ ଗୁଳି ଗୁଳି ଫୁଟାଇ ଫୁଟାଇ ଆସିଥିଲେ । ଏହି ସମୟରେ ସୋନୁଙ୍କୁ ଅଟକାଇ ପଏଣ୍ଟ ବ୍ଲାଙ୍କରୁ ଗୁଳି କରିଥିଲେ । ତୁରନ୍ତ ସୋନୁଙ୍କୁ କ୍ୟାପିଟାଲରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଘଟଣା ସ୍ଥଳରେ ପୋଲିସ କମିଶନର ନିଜେ ପହଁଚି ତଦନ୍ତ କରିଛନ୍ତି । ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି । ପରକୀୟା ପ୍ରୀତି ପାଇଁ ବିଭତ୍ସ ହତ୍ୟା
ଭିଏସଏସ୍ ନଗର ତାରିଣୀ ବସ୍ତିରେ ଜଣେ ଯୁବକଙ୍କୁ ପଥର ଛେଚି ହତ୍ୟା କରାଯାଇଛି । ଯୁବକ ଜଣକ ଗଞ୍ଜାମର ହୋଇଥିବା ଜଣାପଡ଼ିଛି । ଯୁବକ ଜଣକ ଜଣେ ନେପାଳ ଦମ୍ପତିଙ୍କ ପଡ଼ୋଶୀ ଥିଲେ । ନେପାଳ ମହିଳାଙ୍କ ସହିତ ଯୁବକ ଜଣକଙ୍କର ପରକୀୟା ପ୍ରୀତି ଥିଲା । ଅନେକ ସମୟରେ ସେ ତାଙ୍କ ଘରକୁ ଯାଇ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖୁଥିଲେ । ଏହା ଜାଣିବା ପରେ ମହିଳାଙ୍କ ସ୍ୱାମୀ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି । ତାଙ୍କ ସ୍ତ୍ରୀ କେଉଁଆଡ଼େ ଫେରାର ହୋଇଯାଇଛନ୍ତି । ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖିବା ସହିତ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଧଉଳି ଥାନା ଅନ୍ତର୍ଗତ ଶିଶୁପାଳ ଗଡ଼ରେ ମଧ୍ୟ ଜଣକୁ ଗୁଳି କରି ହତ୍ୟା କରାଯାଇଥିଲା ।
📲Get App