🔥 TRENDING Punjab hikes inflation allowance for c... Babu tmi khala અમરેલીના ગાવડકા ગામમાં ગાળો ન બોલવા મા... बिहार में लिवर प्रत्यारोपण की सफलता पर... Students mock 'smart schools' as they... Bihar Police Seize Over 600 Kg Illegal...
07 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ବୈତରଣୀ ନଦୀଗର୍ଭକୁ ଧସିଲା ୪୦୦ ଫୁଟର ନଦୀବନ୍ଧ: ବନ୍ୟା ଆଶଙ୍କାରେ ଚାନ୍ଦବାଲିର ୨୪ ଗାଁ, ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

✍️ Reporter: Deepak Mahapatra 🗓 07 Nov 2026, 03:00 PM 👁 32
Share: 💬 WhatsApp 📘 Facebook 𝕏 Post
ଆରଡ଼ି (ଭଦ୍ରକ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ଗାଁ ନିକଟରେ ପୁଣି ଏକ ବଡ଼ ଦୁର୍ଘଟଣା ଘଟିଛି। ବୈତରଣୀ ନଦୀର ପ୍ରାୟ ୪୦୦ ଫୁଟ ଲମ୍ବର ନଦୀବନ୍ଧ ନଦୀଗର୍ଭକୁ ଧସିଯାଇଛି। ଏହାଫଳରେ ସୁନ୍ଦରପୁର ସମେତ ଆଖପାଖ ୨୪ଟି ଗାଁର ଲୋକଙ୍କ ମଧ୍ୟରେ ତୀବ୍ର ଆତଙ୍କ ସୃଷ୍ଟି ହୋଇଛି।
ଅସ୍ଥାୟୀ ପ୍ରତିକାର ବିଫଳ, ୮ ଫୁଟ ତଳକୁ ଖସିଲା ପଥର ପ୍ୟାକିଂ ନଦୀବନ୍ଧର ସୁରକ୍ଷା ପାଇଁ ଧାମନଗର ଜଳସମ୍ପଦ ବିଭାଗ ପକ୍ଷରୁ ଜରିପାଲ ଘୋଡ଼ାଯିବା ସହ ବାଲିବସ୍ତା ପକାଯାଇ ପ୍ରତିକାର କରାଯାଇଥିଲା। କିନ୍ତୁ ଏହି ଅସ୍ଥାୟୀ ପଦକ୍ଷେପ ସତ୍ତ୍ୱେ ଶୁକ୍ରବାର ସକାଳେ ବନ୍ଧରେ ପୁନର୍ବାର ଗଭୀର ଫାଟ ସୃଷ୍ଟି ହୋଇଥିଲା। ଦେଖୁ ଦେଖୁ ପ୍ରାୟ ୪୦୦ ଫୁଟ ଲମ୍ବର ପଥରପ୍ୟାକିଂ ବନ୍ଧ ନଦୀ ତଳକୁ ୮ ଫୁଟ ଖସିଯାଇଥିଲା।
ସ୍ଥିତି ଯାଞ୍ଚ କଲେ ଯନ୍ତ୍ରୀ ଖବର ପାଇ ଧାମନଗର ଜଳସମ୍ପଦ ବିଭାଗର ଏସ୍ଡିଓ ଶମ୍ଭୁନାଥ ମଲ୍ଲିକ ଓ କନିଷ୍ଠ ଯନ୍ତ୍ରୀ ବିମଳ ବେହେରା ଘଟଣାସ୍ଥଳରେ ପହଞ୍ଚି ବନ୍ଧର ସ୍ଥିତି ଯାଞ୍ଚ କରିଛନ୍ତି। ବାରମ୍ବାର ନଦୀବନ୍ଧ ଧସୁଥିବାରୁ ଆରଡ଼ି, ଓଳଗ, ସୁନ୍ଦରପୁର ଓ ନାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ୨୪ଟି ଗାଁର ହଜାର ହଜାର ଲୋକ ବନ୍ୟା ଭୟରେ ଦିନ କାଟୁଛନ୍ତି। ବନ୍ଧଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଲେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି।
୧୦ କୋଟି ଖର୍ଚ୍ଚ ପରେ ବି ସ୍ଥିତି ସଙ୍ଗୀନ, ଅଞ୍ଚଳବାସୀଙ୍କ ଅସନ୍ତୋଷ ଅନ୍ୟପକ୍ଷରେ ଗତ ଦୁଇ ବର୍ଷ ମଧ୍ୟରେ ନଦୀବନ୍ଧର ସୁଦୃଢ଼ୀକରଣ ନାଁରେ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସତ୍ତ୍ୱେ ବାରମ୍ବାର ଏଭଳି ସ୍ଥିତି ଉପୁଜୁଥିବାରୁ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ନଦୀବନ୍ଧର ସ୍ଥାୟୀ ମରାମତି ଏବଂ ସୁରକ୍ଷା ବ୍ୟବସ୍ଥା କରା ନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଏ ସମ୍ପର୍କରେ ଧାମନଗର ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ବିମଳ ପ୍ରସାଦ ବେହେରା କହିଛନ୍ତି ଯେ ଦୁର୍ବଳ ନଦୀବନ୍ଧ ଉପରେ ବିଭାଗ ସମ୍ପୂର୍ଣ୍ଣ ନଜର ରଖିଛି ଏବଂ ଖୁବ୍ଶୀଘ୍ର ଉପରିସ୍ଥ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିବେ।
📲Get App