🔥 TRENDING 21,000 Devotees Pay Homage to Buddha R... Foetus Recovered in Jammu's Bathindi;... J&K's 50 Protected Areas Span 4,861 Sq... ಸುಳ್ಳು ಸುದ್ದಿ, RTI ದುರುಪಯೋಗ, ಬ್ಲಾಕ್ ಮೇ... Food Safety Drive Intensifies Ahead of... Firozpur Railway Manager Announces Pas...
06 Nov 2026•
ગુજરાતી मराठी ਪੰਜਾਬੀ বাংলা
Business

ପୁରୀରେ ୧୫୦୦ କୋଟିର ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍: କେନ୍ଦ୍ର ନିଷ୍ପତ୍ତିକୁ ସ୍ୱାଗତ କଲା ଓଡ଼ିଶା ବିଜେପି

✍️ Reporter: Deepak Mahapatra 🗓 06 Nov 2026, 01:39 PM 👁 12
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ରାଜ୍ୟ ସରକାର ଏବଂ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ୧୫୦୦ କୋଟି ଟଙ୍କା ନିବେଶରେ ପୁରୀରେ ଏକ ଅତ୍ୟାଧୁନିକ ‘ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍’ ନିର୍ମାଣ ହେବାକୁ ଯାଉଛି। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏହି ବଡ଼ ଘୋଷଣା କରିବା ପରେ ଏହାକୁ ଓଡ଼ିଶା ବିଜେପି ପକ୍ଷରୁ ଉଚ୍ଛସିତ ସ୍ୱାଗତ କରାଯାଇଛି।
ବିଜେପି ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ ଏହି ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ସୋନୋୱାଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ପର୍ଯ୍ୟଟନ ଭିତ୍ତିଭୂମିର ଉନ୍ନତୀକରଣ, ଆଧୁନିକୀକରଣ ଏବଂ ସମ୍ପ୍ରସାରଣକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି ବୋଲି ସେ ପ୍ରକାଶ କରିଛନ୍ତି।
ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ପୁରୀ ପୁରୀକୁ ଏକ ପ୍ରମୁଖ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ିତୋଳିବା ପାଇଁ ସଡ଼କ, ରେଳ, ଆକାଶ, ଜଳପଥ ସହ ହୋଟେଲ ଶିଳ୍ପର ବିକାଶ ଉପରେ କ୍ରମାଗତ ଗୁରୁତ୍ୱ ଦିଆଯାଉଛି। ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍ ପ୍ରତିଷ୍ଠା ହେଲେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ବଡ଼ ବଡ଼ କ୍ରୁଜ୍ ଜାହାଜ ସିଧାସଳଖ ପୁରୀ ଉପକୂଳରେ ପହଞ୍ଚିପାରିବେ।
ନିଯୁକ୍ତି ଏବଂ ଅର୍ଥନୀତିକୁ ବଳ ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂଆ ଯୁଗର ଆରମ୍ଭ ହେବ। ହୋଟେଲ, ପରିବହନ, ହସ୍ତଶିଳ୍ପ ଏବଂ ସ୍ଥାନୀୟ ବ୍ୟବସାୟ କ୍ଷେତ୍ରରେ ହଜାର ହଜାର ଯୁବକଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ରାଜ୍ୟ ଅର୍ଥନୀତି ଆହୁରି ସୁଦୃଢ଼ ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି।
📲Get App