🔥 TRENDING आगरा में शुक्रवार परेड का आयोजन, डीसीप... ಬೇಂಗಲೂರು ಸ್ಕಿಲ್ಸ್ ಸಮ್ಮಿಟ್ 2026ರಲ್ಲಿ AI... ನಂದಿನಿ ಹಾಲಿನ ಖರೀದಿ ದರವನ್ನು ಲೀಟರ್‌ಗೆ ₹4... This party has Never been broken nor w... ಯಾದಗಿರಿ ಜಿಲ್ಲೆಯಲ್ಲಿ 1.06 ಲಕ್ಷಕ್ಕೂ ಹೆಚ್... ಕರ್ನಾಟಕ ಸರ್ಕಾರ ತೀವ್ರ ಬೆಳೆ ನಷ್ಟದ ರೈತರಿಗ...
06 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

କୋଟିଆରେ ଓଡ଼ିଶା ପୁଲିସର ବଡ଼ ଆକ୍ସନ୍; ଆନ୍ଧ୍ରର ଚେକ୍ ପୋଷ୍ଟ ହଟାଇ ନିଜ ନିୟନ୍ତ୍ରଣକୁ ନେଲା

✍️ Reporter: Deepak Mahapatra 🗓 06 Nov 2026, 02:18 PM 👁 11
Share: 💬 WhatsApp 📘 Facebook 𝕏 Post
କୋରାପୁଟ: କୋଟିଆ ସୀମା ବିବାଦକୁ ନେଇ ପୁଣି ଚର୍ଚ୍ଚାରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ। ସୀମା ବିବାଦ ମଧ୍ୟରେ ଓଡ଼ିଶା ପୁଲିସର ଏକ ବଡ଼ ପଦକ୍ଷେପ ସାମ୍ନାକୁ ଆସିଛି। କୋଟିଆ ପଞ୍ଚାୟତର ଉପର ସେମ୍ବି ଗାଁରେ ଥିବା ଆନ୍ଧ୍ରର ଚେକ୍ ପୋଷ୍ଟକୁ ହଟାଇ ଏହାକୁ ନିଜ ନିୟନ୍ତ୍ରଣକୁ ନେଇଛି ଓଡ଼ିଶା ପୁଲିସ। ଏହି ଘଟଣାକୁ ନେଇ ସୀମାନ୍ତ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁସାରେ, ଉପର ସେମ୍ବି ଗାଁରେ ଥିବା ଏହି ଚେକ୍ ପୋଷ୍ଟରେ CCTV କ୍ୟାମେରା ଲଗାଯାଇଥିଲା। ଏହା ମାଧ୍ୟମରେ କୋଟିଆ ଅଞ୍ଚଳର ଗତିବିଧି ଉପରେ ଆନ୍ଧ୍ର ପୁଲିସ ନଜର ରଖୁଥିବା ଅଭିଯୋଗ ହୋଇଆସୁଥିଲା। ଏପରିକି ଏହି ଚେକ୍ ପୋଷ୍ଟକୁ ନେଇ ପୂର୍ବରୁ ଓଡ଼ିଶା ଓ ଆନ୍ଧ୍ର ପୁଲିସ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ମଧ୍ୟ ସୂଚନା ରହିଛି।
ଏହି ଘଟଣାର ସବୁଠାରୁ ଚର୍ଚ୍ଚିତ ଦିଗ ହେଉଛି, ଏକ ଚର୍ଚ୍ଚକୁ ପୁଲିସ ଫାଣ୍ଡି ଭାବେ ବ୍ୟବହାର କରାଯାଉଥିବା ଅଭିଯୋଗ। ଏହି କାରଣରୁ ଚେକ୍ ପୋଷ୍ଟଟି ସାଧାରଣ ଲୋକଙ୍କ ନଜରକୁ ସେତେଟା ଆସୁନଥିବା କୁହାଯାଉଛି। ଏହା ସିଧାସଳଖ ଆନ୍ଧ୍ରର ପାର୍ବତୀପୁରମ୍‌ରେ ଥିବା ପୁଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ସହ ଯୋଡ଼ି ହୋଇଥିବା ମଧ୍ୟ ଚର୍ଚ୍ଚା ହେଉଛି।
ଅନ୍ୟପଟେ, ଏ ସମ୍ପର୍କରେ ଜାଣିବା ପରେ ଓଡ଼ିଶା ପୁଲିସ ଚେକ୍ ପୋଷ୍ଟକୁ ହଟାଇ ନିଜ ନିୟନ୍ତ୍ରଣକୁ ନେଇଥିବା ଜଣାପଡ଼ିଛି। ଆନ୍ଧ୍ରର ନିର୍ବାଚନ ଦିନ ଏଭଳି ପଦକ୍ଷେପ ନିଆଯାଇଥିବାରୁ ଘଟଣାଟି ଅଧିକ ଗୁରୁତ୍ୱ ବହନ କରୁଛି।
ଦୀର୍ଘଦିନ ଧରି କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ସୀମା ବିବାଦ ଏବେ ନୂଆ ମୋଡ଼ ନେଇଛି। ତେବେ ଏହି ପ୍ରସଙ୍ଗରେ ଉଭୟ ରାଜ୍ୟର ପୁଲିସ ଓ ପ୍ରଶାସନର ପରବର୍ତ୍ତୀ ଆଭିମୁଖ୍ୟ କ’ଣ ରହିବ, ତାହା ଉପରେ ସମସ୍ତଙ୍କ ନଜର ।କୋଟିଆରେ ଏହି ଘଟଣା ଆଗାମୀ ଦିନରେ ଓଡ଼ିଶା-ଆନ୍ଧ୍ର ସୀମା ବିବାଦକୁ କେଉଁ ଦିଗକୁ ନେବ, ତାହା ଦେଖିବାକୁ ବାକି ରହିଲା।
📲Get App