🔥 TRENDING Haryana Discoms File Challenge to HERC... Haryana School Assault: 8-Year-Old Boy... 49 Pakistani Sikh Pilgrims Return to I... 49 Pakistani Sikh Pilgrims Return Home... ବାତ୍ୟା ‘ଅର୍ଣ୍ଣବ’ କ୍ଷତିର ଆକଳନ: ଗଞ୍ଜାମରେ... BJP's Hemant Khandelwal Blames Congres...
05 Nov 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

ଚୌଦ୍ୱାର ଜେଲ୍‌ର ପୂର୍ବତନ ମହିଳା ଜେଲରଙ୍କୁ ଯୌନ ନିର୍ଯାତନା ଅଭିଯୋଗ; ଘୁଞ୍ଚିଲା ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ଅନ୍ତରୀଣ ସୁରକ୍ଷା ଶୁଣାଣି

✍️ Reporter: Deepak Mahapatra 🗓 05 Nov 2026, 12:51 PM 👁 17
Share: 💬 WhatsApp 📘 Facebook 𝕏 Post
ପୂର୍ବତନ ଜେଲ ଡିଜି ତଥା ବର୍ତ୍ତମାନ ଗୃହ ବିଭାଗରେ ଓଏସ୍‌ଡି ଭାବେ ଅବସ୍ଥାପିତ ବରିଷ୍ଠ ଆଇପିଏସ୍ ଅଫିସର ସୁଶାନ୍ତ ନାଥଙ୍କ ଆଗୁଆ ଜାମିନ ଆବେଦନ ଉପରେ ଆଜି ହାଇକୋର୍ଟରେ ଶୁଣାଣି ହେବାକୁ ଥିବା ବେଳେ ତାହା ଘୁଞ୍ଚିଯାଇଛି। ଅକ୍ଟୋବର ୬ ତାରିଖରେ ତାଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ।
ଗତ ସେ।ମବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଇଥିଲେ ପୂର୍ବତନ ଜେଲ ଡିଜି ସୁଶାନ୍ତ ନାଥ। ଚୌଦ୍ୱାର ଜେଲ୍‌ର ପୂର୍ବତନ ମହିଳା ଜେଲରଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଚୌଦ୍ୱାର ଥାନା ପୁଲିସ ମାମଲା ରୁଜୁ କରିଥିବା ବେଳେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ଶ୍ରୀ ନାଥ। ଏହା ସହିତ ତାଙ୍କ ବିରୁଦ୍ଧରେ ହୋଇଥିବା ମାମଲା ଖାରଜ କରିବା ପାଇଁ ମଧ୍ୟ ସେ କରିଥିଲେ ଆବେଦନ।
ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ମଧ୍ୟସ୍ଥି କୁଲଦୀପ ରଥ ମଧ୍ୟ ହାଇକୋର୍ଟରେ ଆଗୁଆ ଜାମିନ ସହ ମାମଲା ଖାରଜ ପାଇଁ ଯେଉଁ ଆବେଦନ କରିଥିଲେ ତା’ର ଶୁଣାଣିକୁ ବି ହାଇକୋର୍ଟ ଘୁଞ୍ଚାଇ ଦେଇଛନ୍ତି। ତାଙ୍କ ଆବେଦନ ଉପରେ ମଧ୍ୟ ୬ ତାରିଖରେ ଶୁଣାଣି କରିବେ ହାଇକୋର୍ଟ।
ଅନ୍ୟପକ୍ଷରେ ଅଭିଯୋଗ ଆଣିଥିବା ଚୌଦ୍ୱାର ଜେଲ୍‌ର ପୂର୍ବତନ ମହିଳା ଜେଲରଙ୍କ ବୟାନ ଆଜି ଟାଙ୍ଗୀ କେ।ର୍ଟ ମାଜିଷ୍ଟ୍ରେଟଙ୍କ ଆଗରେ ରେକର୍ଡ କରାଯାଇଛି। କିଛି ଦିନ ତଳେ ଚୌଦ୍ୱାର ଥାନାରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା।
କ’ଣ ରହିଛି ଅଭିଯୋଗ
ଚୌଦ୍ୱାର ଜେଲ୍‌ର ଉକ୍ତ ପୂର୍ବତନ ମହିଳା ଜେଲର୍ ଅଭିଯୋଗ କରିଛନ୍ତି ଯେ କୁଲଦୀପ ରଥ ନାମକ ଜଣେ ବ୍ୟକ୍ତି ଜେଲ୍ ପରିଦର୍ଶନରେ ଆସିଥିବା ବେଳେ ନିଜକୁ ଡିଜି (ଜେଲ୍‌)ଙ୍କ ବନ୍ଧୁ ଭାବେ ପରିଚୟ ଦେଇଥିଲେ ଓ ତାଙ୍କ ମୋବାଇଲ ଫୋନ୍ ନମ୍ବର ନେଇଥିଲେ। ପରେ କୁଲଦୀପ ରଥ ତାଙ୍କ ପାଖକୁ ଇମୋଜି ସହିତ ଏମିତି କିଛି ମେସେଜ୍ ପଠାଇଥିଲେ, ଯେଉଁଗୁଡ଼ିକ ଗ୍ରହଣଯୋଗ୍ୟ ନୁହେଁ। ୨୦୨୫ ଅଗଷ୍ଟ ୨୯ ଓ ସେପ୍ଟେମ୍ବର ୨୫ ଓ ୨୬ ତାରିଖରେ କୁଲଦୀପ ରଥ ତାଙ୍କୁ ଏକ ହୋଟେଲକୁ ଏକୁଟିଆ ଆସିବାକୁ ନିମନ୍ତ୍ରଣ କରିଥିଲେ। ସେଠାରେ ଡିଜି ତାଙ୍କୁ ଏକାକୀ ଭେଟିବାକୁ ଚାହୁଁଥିବା ସେ କହିଥିଲେ। ତେବେ ପୂର୍ବତନ ମହିଳା ଜେଲର ଏହି ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଫଳସ୍ୱରୂପ ସୁଶାନ୍ତ କୁମାର ନାଥ ତାଙ୍କ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନଗୁଡ଼ିକୁ ତାଙ୍କର ସେହି ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ ସହିତ ଯୋଡ଼ିଥିଲେ। ଚଳିତ ବର୍ଷ ସେପ୍ଟେମ୍ବର ୭/୮ ତାରିଖରେ ହୋଇଥିବା ବୈଠକରେ ସେ ତାଙ୍କୁ କହିଥିଲେ, ‘ତୁମେ ଯଦି ମୋତେ ଭେଟିବାକୁ ଆସିଥାଆନ୍ତ, ତା’ହେଲେ ଏସବୁର ସମ୍ମୁଖୀନ ହୋଇନଥାନ୍ତ।’
ଏହି ପୂର୍ବତନ ମହିଳା ଜେଲର୍ ଆହୁରି ଅଭିଯୋଗ କରିଛନ୍ତି ଯେ ଚୌଦ୍ୱାର ଜେଲ୍‌ର ପୂର୍ବତନ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ବିରୋଧରେ ସେ ଦେଇଥିବା ଏଫଆଇଆରକୁ ପ୍ରତ୍ୟାହାର କରିନେବାକୁ ତାଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ ସୁଶାନ୍ତ କୁମାର ନାଥ। ଏହା ସହିତ ତାଙ୍କୁ ଚାକିରିରୁ ବାହାର କରିଦେବାକୁ ତଥା ଶାରୀରିକ କ୍ଷତି ପହଞ୍ଚାଇବାକୁ ଧମକ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।
ସୁଶାନ୍ତ ନାଥଙ୍କ ବିରୋଧରେ କର୍ମକ୍ଷେତ୍ରରେ ଯୌନ ନିର୍ଯାତନା, ପଦବୀର ଅପବ୍ୟବହାର, ଅପରାଧିକ ଧମକ ଓ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ଭଳି ଅଭିଯୋଗ ଆସିବା ପରେ ଆକ୍ସନ ମୁଡ୍‌କୁ ଆସିଥିଲେ ରାଜ୍ୟ ସରକାର। ତାଙ୍କୁ ଜେଲ୍ ଡିଜି ପଦରୁ ହଟାଇ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି।
📲Get App