🔥 ट्रेंडिंग इलाहाबाद प्रकरण को लेकर बेगसराय सिविल... रायबरेली में 17 वर्षीय किशोर का शव नाल... लुथरा भाइयों ने 25 पीड़ितों को 20 लाख... गोवा ने उच्च न्यायालय के आदेश पर सुप्र... गोवा ने 2027 के चुनाव से पहले अनुसूचित... अमर फाल्कन नागालैंड पहुंचे, अफ्रीका की...
03 नव. 2026•
ગુજરાતી मराठी ਪੰਜਾਬੀ বাংলা
अपराध

ମୟୂରଭଞ୍ଜରେ ପୁଲିସର ବଡ଼ ଆକ୍ସନ୍; ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ୩ ଆନ୍ତଃରାଜ୍ୟ ମାଫିଆ ଗିରଫ

✍️ रिपोर्टर: Deepak Mahapatra 🗓 03 नव. 2026, 01:28 PM 👁 20
शेयर करें: 💬 WhatsApp 📘 Facebook 𝕏 Post
ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଲାଣ ଉପରେ ପୁଲିସର ବଡ଼ ଧରଣର ଚଢ଼ାଉ। ଗଞ୍ଜେଇ ଚାଲାଣ କରୁଥିବା ଏକ କାର୍‌କୁ ପିଛା କରି ଧରିଲା ଭଞ୍ଜପୁର ଥାନା ପୁଲିସ। ଏହି ଘଟଣାରେ ୩ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ, ଲକ୍ଷାଧିକ ଟଙ୍କା ଏବଂ ଚାଲାଣରେ ବ୍ୟବହୃତ ଏକ ଦାମୀ କାର୍ ଜବତ ହୋଇଛି।
ଗୁଇନ୍ଦା ସୂଚନାରୁ ଚଢ଼ାଉ
ସୂଚନା ଅନୁଯାୟୀ, ଲକ୍ଷ୍ମୀପୋଷିସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନିକଟ ସୁବର୍ଣ୍ଣରେଖା କେନାଲ ରାସ୍ତା ଦେଇ ଏକ କାର୍‌ରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ନେଇ ଭଞ୍ଜପୁର ପୁଲିସକୁ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ପୁଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନାକାବନ୍ଦୀ କରିବା ସହ ଯାନବାହନ ଯାଞ୍ଚ ଆରମ୍ଭ କରିଥିଲା।
ଏହି ସମୟରେ ପଶ୍ଚିମବଙ୍ଗ ନମ୍ବର ଥିବା ଏକ ସନ୍ଦିଗ୍ଧ କାର୍‌କୁ ଅଟକାଇ ତଲାସି କରାଯାଇଥିଲା। ଯାଞ୍ଚ ବେଳେ କାର୍ ଭିତରୁ ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ମିଳିଥିଲା।
୩ ଅଭିଯୁକ୍ତ ଗିରଫ, ଟଙ୍କା ଓ କାର୍ ଜବତ
ପୁଲିସ ଘଟଣାସ୍ଥଳରୁ କାର୍‌ରେ ଥିବା ୩ ଜଣଙ୍କୁ କାବୁ କରିଥିଲା। ସେମାନଙ୍କ ନିକଟରୁ ଗଞ୍ଜେଇ ସହ ଲକ୍ଷାଧିକ ଟଙ୍କା ଏବଂ ଚାଲାଣରେ ବ୍ୟବହୃତ ଦାମୀ କାର୍‌ଟିକୁ ଜବତ କରାଯାଇଛି।
କେଉଁଠୁ ଆସୁଥିଲା ଗଞ୍ଜେଇ, କେଉଁଠି ହେଉଥିଲା ଚାଲାଣ?
ଗିରଫ ଅଭିଯୁକ୍ତମାନଙ୍କୁ ଥାନାକୁ ଆଣି ପୁଲିସ ପଚରାଉଚରା କରୁଛି। ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ ଏହା କେଉଁ ଅଞ୍ଚଳକୁ ଚାଲାଣ ହେଉଥିଲା, ସେନେଇ ତଦନ୍ତ ଜାରି ରହିଛି। ଏହି ରାକେଟ୍‌ରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ମଧ୍ୟ ଖୋଳତାଡ଼ କରୁଛି ପୁଲିସ। ଭଞ୍ଜପୁର ପୁଲିସର ଏହି ଚଢ଼ାଉ ପରେ ଜିଲ୍ଲାରେ ବେଆଇନ ନିଶାଦ୍ରବ୍ୟ ଚାଲାଣ ରାକେଟ୍‌କୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
📲Get App