🔥 TRENDING टैंपू और कार के बिच भीषण टक्कर आठ लोग... इलाहाबाद प्रकरण को लेकर बेगसराय सिविल... रायबरेली में 17 वर्षीय किशोर का शव नाल... Luthra Brothers to Pay ₹20 Lakh Each t... Goa to File Supreme Court Petition Aga... Goa to Approach Supreme Court Over Sch...
03 Nov 2026•
ગુજરાતી मराठी ਪੰਜਾਬੀ বাংলা
Lifestyle

ବାତ୍ୟା ‘ଅର୍ଣ୍ଣବ’ କ୍ଷୟକ୍ଷତିର ଆକଳନ କରିବ କେନ୍ଦ୍ରୀୟ ଟିମ୍, ଭୁବନେଶ୍ୱରରେ ପହଞ୍ଚିଲେ ୮ ସଦସ୍ୟ

✍️ Reporter: Deepak Mahapatra 🗓 03 Nov 2026, 01:22 PM 👁 23
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ପରେ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ଓ ଏହାର ପ୍ରଭାବର ଆକଳନ କରିବାକୁ ଓଡ଼ିଶାରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍। ଦିଲ୍ଲୀରୁ ଆସିଥିବା ୮ ଜଣିଆ ସଦସ୍ୟ ବିଶିଷ୍ଟ ଏହି କମିଟି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି।
ଆସନ୍ତାକାଲି ସକାଳେ ରାଜ୍ୟ ସରକାରଙ୍କ ସହ କେନ୍ଦ୍ରୀୟ ଟିମ୍‌ର ପ୍ରଥମ ପର୍ଯ୍ୟାୟ ବୈଠକ ଓ ବ୍ରିଫିଙ୍ଗ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ସାମିଲ ହେବେ। ବାତ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି, ପ୍ରଭାବିତ ଅଞ୍ଚଳର ସ୍ଥିତି ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ଟିମ୍‌କୁ ଅବଗତ କରାଯିବ।
କ୍ଷୟକ୍ଷତିର ସଠିକ୍ ଆକଳନ ପାଇଁ ୮ ଜଣିଆ କେନ୍ଦ୍ରୀୟ କମିଟିକୁ ଦୁଇଟି ଟିମ୍‌ରେ ବିଭକ୍ତ କରାଯିବ। ପ୍ରଥମେ ଗଞ୍ଜାମ ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଟିମ୍‌ର ସଦସ୍ୟମାନେ ଗସ୍ତ କରିବେ। ଏହାପରେ ଅନ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ପହଞ୍ଚି କ୍ଷୟକ୍ଷତିର ଅନୁଧ୍ୟାନ କରିବେ।
ଏହି ଗସ୍ତ ସମୟରେ କେନ୍ଦ୍ରୀୟ ଟିମ୍ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ସମନ୍ୱୟ ରଖି ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବେ। କ୍ଷେତ୍ରସ୍ତରରେ ସ୍ଥିତି ଅନୁଧ୍ୟାନ କରିବା ସହ ବାତ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତିର ବାସ୍ତବ ଚିତ୍ର ସଂଗ୍ରହ କରିବେ।କେନ୍ଦ୍ରୀୟ ଟିମ୍‌ର ଏହି ଗସ୍ତ ପରେ ବାତ୍ୟା କ୍ଷୟକ୍ଷତିର ଚୂଡ଼ାନ୍ତ ଆକଳନ ଏବଂ ପରବର୍ତ୍ତୀ ସହାୟତା ପ୍ରକ୍ରିୟାକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବା ଆଶା କରାଯାଉଛି।
📲Get App