🔥 TRENDING जिले में 49 ग्रामीण आशा कार्यकर्ता के... Cyclone Murasu Downgrades to Depressio... Cyclone Murasu Set to Strike Andhra Pr... सफाई अभियान Gujarat CM Bhupendra Patel Commences T... GMDCL Shares Surge 9% on Strong Market...
04 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ପୋତି ରଖିଥିବା ଟଙ୍କା ଆଣିବାକୁ ଯାଇ ଫସିଗଲେ ଆତ୍ମସମର୍ପଣ କରିସାରିଥିବା ନକ୍ସଲ, ଗିରଫ କଲା ପୁଲିସ

✍️ Reporter: Deepak Mahapatra 🗓 03 Nov 2026, 12:59 PM 👁 30
Share: 💬 WhatsApp 📘 Facebook 𝕏 Post
ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟ ସ୍ରୋତକୁ ଫେରିଥିଲେ। ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ସେମାନଙ୍କୁ ଆବଶ୍ୟକ ସରକାରୀ ସହାୟତା ପ୍ରଦାନ କରାଯାଇଥିଲା। ତା’ସହିତ ରୋଜଗାରର ମାଧ୍ୟମ ପାଇବା ପାଇଁ ବୈଷୟିକ ତାଲିମ ଦିଆଯାଇଥିଲା। କିନ୍ତୁ ନକ୍ସଲ ସଂଗଠନରେ ସକ୍ରିୟ ଥିବା ବେଳେ ମାଟି ତଳେ ପୋତି ରଖିଥିବା ଲୁଟ୍ ଟଙ୍କା ସଂଗ୍ରହ କରୁଥିବା ବେଳେ ପୁଲିସ ଦ୍ୱାରା ସେମାନେ ଗିରଫ ହୋଇଛନ୍ତି। ଘଟଣାଟି ଘଟିଛି ଓଡ଼ିଶାର ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ର ମେନପୁରରେ।
ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ରୋଶନୀ, ବୁଦ୍ଧାରି ମୁଚାକି ଓରଫ ସୋନି ଓ ନେହର ମର୍କାମ। ଆତ୍ମସମର୍ପଣ କରିବା ପରେ ସେମାନଙ୍କ ଆଚରଣକୁ ଦେଖି ପୁଲିସ ଛାଡ଼ି ଦେଇଥିଲା। କିନ୍ତୁ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା।
କିଛି ଦିନ ତଳେ ସେମାନେ ଜଙ୍ଗଲରେ ମାଟି ତଳେ ପୋତା ଯାଇଥିବା ୨୧ ଲକ୍ଷ ଟଙ୍କା ବାହାର କରି ଫେରୁଥିବା ବେଳେ ପୁଲିସ ସେମାନଙ୍କୁ ଧରିଥିଲା। ଏକ ବଡ଼ ଷ୍ଟିଲ୍ ଟିଫିନ୍‌ରେ ସେହି ଟଙ୍କା ରଖାଯାଇଥିଲା। ପୁଲିସ ସମସ୍ତ ଟଙ୍କା ଜବତ କରିଛି। ୨୦୨୪ ମସିହାରେ ସେମାନେ ଅନ୍ୟ ନକ୍ସଲ ସାଥୀଙ୍କ ସହ ମିଶି ବିଭିନ୍ନ ସ୍ଥାନରୁ ଏହି ଟଙ୍କା ଲୁଟ୍ କରିଥିଲେ।
📲Get App