🔥 ट्रेंडिंग इलाहाबाद प्रकरण को लेकर बेगसराय सिविल... रायबरेली में 17 वर्षीय किशोर का शव नाल... लुथरा भाइयों ने 25 पीड़ितों को 20 लाख... गोवा ने उच्च न्यायालय के आदेश पर सुप्र... गोवा ने 2027 के चुनाव से पहले अनुसूचित... अमर फाल्कन नागालैंड पहुंचे, अफ्रीका की...
03 नव. 2026•
ગુજરાતી मराठी ਪੰਜਾਬੀ বাংলা
खेल

ଓସିଏ ନିର୍ବାଚନ ମାମଲା : ୨୦ ତାରିଖକୁ ଘୁଞ୍ଚିଲା ପରବର୍ତ୍ତୀ ଶୁଣାଣି

✍️ रिपोर्टर: Deepak Mahapatra 🗓 03 नव. 2026, 01:24 PM 👁 21
शेयर करें: 💬 WhatsApp 📘 Facebook 𝕏 Post
କଟକ : ଓଡ଼ିଶା କ୍ରିକେଟ୍ ଆସୋସିଏସନ (OCA) ନିର୍ବାଚନ ମାମଲାର ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି ଓଡ଼ିଶା ହାଇକୋର୍ଟ।
ମାମଲାର ଆବେଦନକାରୀଙ୍କୁ ପରବର୍ତ୍ତୀ ଶୁଣାଣି ସମୟରେ ନିଜ ପକ୍ଷର ସମର୍ଥନରେ ସତ୍ୟପାଠ ଦାଖଲ ବା ଏକ ଆନୁଷ୍ଠାନିକ ଆଫିଡେଭିଟ୍ କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହା ପୂର୍ବରୁ ଓସିଏର ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ସର୍ବସମ୍ମତି କ୍ରମେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ଡିସେମ୍ବର ୨୪ ତାରିଖରେ ହେବାକୁ ଥିବା ଭାରତ-ଶ୍ରୀଲଙ୍କା ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ପରେ ଓସିଏର ନୂତନ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ।
ସୂଚନା ଥାଉକି ଓସିଏ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ଶେଷ ହେବା ଓ ନିର୍ବାଚନରେ ବିଳମ୍ବ ହେବାକୁ ନେଇ କଟକର ସନରାଇଜ୍ କ୍ଲବ୍ ପ୍ରତିନିଧି ତଥା ଓସିଏ ସଦସ୍ୟ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏହି ପିଟିସନ ଦାୟର କରିଛନ୍ତି।
📲Get App