🔥 TRENDING Three AAP Rebel Leaders Switch to BJP... Three AAP MLAs Switch Allegiance to BJ... Three Assam Workers Assaulted in Benga... Kolkata Fatafat Result to be Released... Jharkhand Women’s Football League to b... Woman Fatally Stabbed in Seraikela, Jh...
02 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ଚାନ୍ଦା ମାଗିବାକୁ ଯାଇ ଦୁଷ୍କର୍ମ ଅଭିଯୋଗ, ସିସିଟିଭି ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତ ଗିରଫ

✍️ Reporter: Deepak Mahapatra 🗓 02 Nov 2026, 12:58 PM 👁 22
Share: 💬 WhatsApp 📘 Facebook 𝕏 Post
ଚାନ୍ଦା ମାଗିବାକୁ ଯାଇ ଦୁଷ୍କର୍ମ ଅଭିଯୋଗ। ଅଭିଯୁକ୍ତ ଗିରଫ। ଘଟଣା ଘଟିଛି ଢେଙ୍କାନାଳ ଟାଉନ ଥାନା ମହାବୀର ଅଞ୍ଚଳରେ ଥିବା ଏକ ବେସରକାରୀ କାର୍ଯ୍ୟାଳୟରେ। ଗିରଫ ଅଭିଯୁକ୍ତଙ୍କ ନାଁ ସୂର୍ଯ୍ୟକାନ୍ତ ପରିଡ଼ା ଓରଫ ବୁଲବୁଲ।
ପୀଡ଼ତା ସେହି ବେସରକାରୀ କାର୍ଯ୍ୟାଳୟରେ ଜଣେ ଡାଟା ଏଣ୍ଟ୍ରୀ ଅପରେଟର ଭାବେ କାର୍ଯ୍ୟ କରନ୍ତି। ସେ ବିବାହିତା। ଅଭିଯୋଗ ଅନୁଯାୟୀ, ସୂର୍ଯ୍ୟକାନ୍ତ ପରିଡ଼ା ସେହି ଅଫିସକୁ ଚାନ୍ଦା ମାଗିବାକୁ ଯାଇ ତାଙ୍କୁ ଦୁଷ୍କର୍ମ କରିଥିଲେ। ସେତେବେଳେ ଅଫିସରେ ମହିଳା ଜଣଙ୍କ ଏକା ଥିଲେ।
ଘଟଣା ସଂପର୍କରେ ମୁହାଁ ନଖୋଲିବାକୁ ସେ ମହିଳା ଜଣଙ୍କୁ ଧମକ ଦେଇଥିଲେ। ନହେଲେ ତାଙ୍କର ଫଟୋ ଓ ଭିଡିଓ ଭାଇରାଲ କରିବା ଦେବାକୁ ଧମକ ଦେଇଥିଲେ ଅଭିଯୁକ୍ତ।
ମହିଳା ଜଣଙ୍କ ଘଟଣା ସଂପର୍କରେ ଢେଙ୍କାନାଳ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ହୋଇଛି ଯେ ପୁଲିସ୍ ମାମଲା ରୁଜୁ କରିବା ବଦଳରେ ଘଟଣାକୁ ଚପାଇ ଦେବାକୁ ପ୍ରୟାସ କରିଥିଲା। ସେଥିପାଇଁ ଏକ ବୁଝାମଣା ପତ୍ର ଲେଖାଇ ଛାଡ଼ି ଦେଇଥିଲା। ପରେ ସିସିଟିଭି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ପରିଡ଼ାଙ୍କୁ ଗିରଫ କରିଛି।
📲Get App