🔥 TRENDING Gujarat Govt Announces Rs 9.27 crore A... Two Arrested with 52 Stolen Phones, Ah... 61 Bangladeshi Nationals Detained in A... Pro-Kannada Group Demands Local Jobs,... Karnataka to Reduce Nandini Curd Price... Bengaluru Celebrates 71st Karnataka Ra...
03 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

ବାତ୍ୟା ମୁରାସୁ କୁ ଆଖି ଆଗରେ ରଖି ଖୋଲିଲା ବାଲିମେଳା ଜଳଭଣ୍ଡାର ର ୪ଟି ଗେଟ ।

✍️ Reporter: DHARMENDRA ROUT 🗓 02 Nov 2026, 11:56 PM 👁 44
Share: 💬 WhatsApp 📘 Facebook 𝕏 Post
ଚିତ୍ରକୋଣ୍ଡା :- ଆସନ୍ତା ବାତ୍ୟା ମୁରାସୁ କୁ ଆଖି ଆଗରେ ରଖି  ଖୋଲିଲା ବାଲିମେଳା ଜଳଭଣ୍ଡାର ଗେଟ । ଆଗକୁ ସମ୍ଭାବ୍ୟ ବାତ୍ୟା ମୁରାସୁ ପ୍ରଭାବରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ମହକୁମା କୁ ଲାଗି ରହିଛି ବାଲିମେଳା  ଜଳଭଣ୍ଡାର । ୬୫ କିଲୋମିଟର ପରିମିତ ଅଞ୍ଚଳରେ ବ୍ୟାପିଛି ଏହି ଜଳଭଣ୍ଡାର । ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣା କ୍ଷମତା ୧୫୧୬ ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର ୧୫୧୦.୨୦ ରହିଛି । ଆଗକୁ ବାତ୍ୟା ମୁରାସୁ ପ୍ରଭାବରେ ଅଧିକ ବର୍ଷା ଆଶଙ୍କା ରେ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଜଳଭଣ୍ଡାର ର ଜଳସ୍ତର କୁ ସ୍ଥିର ରଖିବା ପାଇଁ ଗତ କାଲି ଚିତ୍ରକୋଣ୍ଡା ଜଳଭଣ୍ଡାର ରୁ ଗୋଟିଏ ରେଡ଼ିଇଲ ଗେଟ ଓ ଦୁଇଟି ସଲୁଇସ ଗେଟ ଯୋଗେ ପ୍ରତି ସେକେଣ୍ଡ ରେ 6000 କିଉସେକ ବନ୍ୟା ଜଳ ନିଷ୍କାସନ କରାଯାଉଥିବା ସୂଚନା ଦେଇଛନ୍ତି ପୋଟେରୁ ଜଳସେଚନ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ତୃପ କୁମାର ପାତ୍ର । ଜଳଭଣ୍ଡାର ଗେଟ ଖୋଲିବା ନେଇ ପୂର୍ବରୁ ବାଲିମେଳା ବନ୍ଧ ବିଭାଗ ପକ୍ଷରୁ କାଲି ଦିନ ଦୁଇଟା ସମୟରେ ଡାକବାଜି ଯନ୍ତ୍ର ଦ୍ୱାରା ସମସ୍ତ ତଳିଆ ଅଂଚଳ ରେ ଗ୍ରାମବାସୀଙ୍କୁ ସତର୍କ କରାଯିବା ପରେ ଗତ କାଲି ୪.୫୦ ସମୟରେ ଗେଟ ଖୋଲା ଯାଇଥିଲା । ଆଗକୁ ବର୍ଷାର ପ୍ରଭାବ ଓ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଥିବା ଜଳପ୍ରଭାବ କୁ ଦୃଷ୍ଟିରେ ରଖି ଅଧିକ ଗେଟ ଖୋଲାଯିବ ନା ନାହିଁ ନିର୍ଣ୍ଣୟ ନିଆଯିବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି । ଜଳଭଣ୍ଡାର ଗେଟ ଖୋଲା ଯିବା ସମୟରେ ପୋଟେରୁ ଜଳସେଚନ ବିଭାଗ ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ତୃପ କୁମାର ପାତ୍ର ଙ୍କ ସମେତ ବାଲିମେଳା ବନ୍ଧ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ କୈଳାଶ ଚନ୍ଦ୍ର ସେଠି,ସହକାରୀ ନିର୍ବାହୀ ଯନ୍ତ୍ରୀ ତୁଷାର ରଞ୍ଜନ ଖୁଣ୍ଟିଆ ଓ ଦିଲ୍ଲୀପ କୁମାର ଦଳବେହେରା, କନିଷ୍ଟ ଯନ୍ତ୍ରୀ ଜ୍ୟୋତି , ବିଭୁତି ବେହେରା ଉପସ୍ଥିତ ଥିଲେ । ଆଜି ଶୀଘ୍ର ଜଳ ନିଷ୍କାସନ କରାଯିବା ନେଇ ଆଉ ଗୋଟିଏ ଗେଟ ଖୋଲାଯାଇଛି ସମୁଦାୟ ୪ଟି ଗେଟ ଖୋଲା ଯାଇଛି ।
📲Get App