🔥 TRENDING नवादा में उत्पाद विभाग ने 300 पेटी विद... Kota teacher Mandodari Chaudhary renam... Tamil Nadu NEET PG 2026: Registration... Tamil Nadu CM Vijay to Inaugurate Pudu... कबीरधाम में आबकारी विभाग ने अवैध शराब... कोटा पुलिस ने पुरानी रंजिश में खूनी खे...
31 Oct 2026•
ગુજરાતી मराठी ਪੰਜਾਬੀ বাংলা
Weather

ବାତ୍ୟା ଗଲା, ଶୀତର ଆଗମନ; କୁହୁଡ଼ିର ଚାଦରରେ ଘୋଡ଼େଇ ହେଲା ରାଜଧାନୀ, ୧୫୦ ମିଟରକୁ ଖସିଲା ଭିଜିବିଲିଟି

✍️ Reporter: Deepak Mahapatra 🗓 31 Oct 2026, 01:01 PM 👁 20
Share: 💬 WhatsApp 📘 Facebook 𝕏 Post
ବାତ୍ୟା ପରେ ବଦଳିଗଲା ଭୁବନେଶ୍ୱରର ପାଣିପାଗ। ଶନିବାର ସକାଳୁ ରାଜଧାନୀରେ ଦେଖିବାକୁ ମିଳିଲା ଘନ କୁହୁଡ଼ିର ଆସ୍ତରଣ। ଚାରିଆଡ଼େ କୁହୁଡ଼ିର ଚାଦର। ରାସ୍ତାଘାଟ ଠିକ୍‌ରେ ଦେଖାଯାଉନି। କେତେକ ସ୍ଥାନରେ ଦୃଶ୍ୟମାନ କ୍ଷମତା ୧୫୦ ମିଟରକୁ ଖସି ଆସିଥିବାରୁ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି।
ଚଳିତ ଋତୁରେ ରାଜଧାନୀରେ ଏହା ପ୍ରଥମ ଘନ କୁହୁଡ଼ି ବୋଲି କୁହାଯାଉଛି। ସକାଳୁ ରାସ୍ତାରେ ଯାତାୟାତ କରୁଥିବା ଗାଡ଼ି ଚାଳକଙ୍କୁ ନାନା ସମସ୍ୟା ଭୋଗିବାକୁ ପଡ଼ିଥିଲା। କୁହୁଡ଼ି ଯୋଗୁଁ ଆଗରେ ଥିବା ଗାଡ଼ି ଓ ରାସ୍ତା ସ୍ପଷ୍ଟ ଦେଖାଯାଉନଥିବାରୁ ଧୀରେ ଧୀରେ ଗାଡ଼ି ଚଳାଇଥିଲେ ଚାଳକ।
ବାତ୍ୟା ‘ଅର୍ଣ୍ଣବ’ ଅତିକ୍ରମ କରିବା ପରେ ରାଜଧାନୀରେ ପାଗରେ ପରିବର୍ତ୍ତନ ଆସିଛି। ରାତିର ତାପମାତ୍ରା ହ୍ରାସ ପାଇବା ସହ ହାଲୁକା ଶୀତ ଅନୁଭୂତ ହେଉଛି। ଏହା ସହ ସକାଳୁ ଘନ କୁହୁଡ଼ି ଦେଖାଯିବା ଶୀତ ଋତୁର ଆଗମନୀ ସଙ୍କେତ ଦେଇଛି।
ତେବେ କୁହୁଡ଼ି ସମୟରେ ଯାତାୟାତକୁ ନେଇ ସତର୍କ ରହିବା ଜରୁରୀ। ଗାଡ଼ି ଚଳାଇବା ବେଳେ ହେଡ୍‌ଲାଇଟ୍ ଓ ଫଗ୍ ଲାଇଟ୍ ବ୍ୟବହାର କରିବା ସହ ଆଗ ଗାଡ଼ିଠାରୁ ଉପଯୁକ୍ତ ଦୂରତା ରଖିବାକୁ ପରାମର୍ଶ ଦିଆଯାଇଛି।
📲Get App