🔥 TRENDING Haryana Bans Firecrackers in NCR Distr... Case Filed Against Haryana School Afte... Five Injured When Passenger Bus Skids... New Zealand and Fiji Clash in Rugby Le... Man arrested for killing co‑worker nea... અંકલેશ્વર શાલીમાર હોટેલ નજીક 6-લેન રોડ...
01 Nov 2026•
ગુજરાતી मराठी ਪੰਜਾਬੀ বাংলা

ଜାତୀୟ ଏକତା ଓ ଭାଇଚାରାର ବାର୍ତ୍ତା ନେଇ ମାଲକାନଗିରିରେ ଭବ୍ୟ ଏକତା ପଦଯାତ୍ରା

✍️ Reporter: SUKUMAR MANDAL 🗓 31 Oct 2026, 11:03 PM 👁 18
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୩୧ ଅକ୍ଟୋବର : ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଜାତୀୟ ଏକତା, ଭାଇଚାରା ଓ ସାମାଜିକ ସଦ୍ଭାବନାର ବାର୍ତ୍ତା ନେଇ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଆଜି ଏକ ଭବ୍ୟ ଏକତା ପଦଯାତ୍ରା ଆୟୋଜିତ ହୋଇଯାଇଛି। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ଅବସରରେ ଆୟୋଜିତ ଏହି ପଦଯାତ୍ରା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରୁ ବାହାରି ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା।

ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି, ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ, ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍., ବନଖଣ୍ଡ ଅଧିକାରୀ ସାଇ କିରଣ, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ବେଦବର ପ୍ରଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନା ତୁରୁକ୍‌ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

ପଦଯାତ୍ରା ପୂର୍ବରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ଏହାପରେ ସାଂସଦ ବଳଭଦ୍ର ମାଝୀଙ୍କ ନେତୃତ୍ୱରେ ଉପସ୍ଥିତ ଅଧିକାରୀ, କର୍ମକର୍ତ୍ତା ଓ ସାଧାରଣ ଜନତା ଜାତୀୟ ଏକତା ଓ ଅଖଣ୍ଡତା ରକ୍ଷା ପାଇଁ ଏକତା ସଂକଳ୍ପ ପାଠ କରିଥିଲେ।

ଏହି ଅବସରରେ ସାଂସଦ ଶ୍ରୀ ମାଝୀ କହିଥିଲେ ଯେ, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଆଦର୍ଶ ଓ ଅବଦାନ ଦେଶକୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଏକ ସୁଦୃଢ଼, ସମୃଦ୍ଧ ଓ ବିକଶିତ ଭାରତ ଗଠନ ପାଇଁ ଜାତୀୟ ଏକତା, ସଦ୍ଭାବନା ଓ ଭାଇଚାରାର ବାର୍ତ୍ତା ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚାଇବା ଆମ ସମସ୍ତଙ୍କ କର୍ତ୍ତବ୍ୟ।

ଏହି ପଦଯାତ୍ରାରେ ଜିଲ୍ଲା ପୋଲିସ କର୍ମଚାରୀ, ଏନ୍‌ସିସି କ୍ୟାଡେଟ୍‌, ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ସାମିଲ ହୋଇ ଜାତୀୟ ଏକତାର ବାର୍ତ୍ତା ପ୍ରସାର କରିଥିଲେ।

ସୂଚନାଯୋଗ୍ୟ, ସ୍ୱାଧୀନତା ପରେ ୫୬୦ରୁ ଊର୍ଦ୍ଧ୍ୱ ଦେଶୀୟ ରାଜ୍ୟକୁ ଭାରତୀୟ ସଂଘରେ ମିଶ୍ରଣ କରି ଅଖଣ୍ଡ ଭାରତ ଗଠନରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଐତିହାସିକ ଅବଦାନ ରହିଛି। ତାଙ୍କର ଜନ୍ମଜୟନ୍ତୀକୁ ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖରେ ଦେଶବ୍ୟାପୀ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି।
📲Get App