🔥 TRENDING સુરેન્દ્રનગર જિલ્લાના ધ્રાંગધ્રા તાલુક... जिला सलूंबर बालिया के दशवंतपुर में महिला लापता, पत... Accident जहांगीराबाद में जलभराव से स्कूली बच्चो... DIPR Nagaland Hosts One-Day Seminar on...
30 Oct 2026•
ગુજરાતી मराठी ਪੰਜਾਬੀ বাংলা
Local

ନଭେମ୍ବର ୧ ତାରିଖରୁ ଲିଙ୍ଗରାଜ ମନ୍ଦିରରେ ସାଧାରଣ ଦର୍ଶନ ସମୟରେ ହେବ ପରିବର୍ତ୍ତନ

✍️ Reporter: Deepak Mahapatra 🗓 30 Oct 2026, 03:58 PM 👁 15
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ଆସନ୍ତା ନଭେମ୍ବର ୧ ତାରିଖରୁ ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ସମୟରେ ପରିବର୍ତ୍ତନ କରାଯିବ। ମନ୍ଦିର ଭିତରେ ଜିର୍ଣ୍ଣୋଦ୍ଧାର କାର୍ଯ୍ୟ ହେବାକୁ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି।
ବିଶେଷ ସୂତ୍ରରୁ ପ୍ରକାଶ ଯେ, ମନ୍ଦିର ପ୍ରଶାସନ ପକ୍ଷରୁ ଗର୍ଭଗୃହର ମରାମତି ଓ ସଫେଇ କାର୍ଯ୍ୟ ପାଇଁ ପ୍ରସ୍ତୁତି ଚାଲିଛି। ନଭେମ୍ବର ୧ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଜିର୍ଣ୍ଣୋଦ୍ଧାର କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ କରାଯିବ, ଯାହାଫଳରେ ଦେବତାଙ୍କ ଦୈନନ୍ଦିନ ନୀତିକାନ୍ତିରେ କୌଣସି ବାଧା ସୃଷ୍ଟି ହେବ ନାହିଁ । ଏହି ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପାଦନ କରିବା ପାଇଁ ୨୦ ଜଣ କର୍ମଚାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଦଳ ଗଠନ ହୋଇଛନ୍ତି। ମନ୍ଦିର କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସେବାୟତ ନିଯୋଗର ଏକ ବୈଠକରେ ଏହି କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି।
ଏହା ପୂର୍ବରୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ASI) ଦ୍ୱାରା ଗର୍ଭଗୃହର ଜରୁରୀକାଳୀନ ମରାମତି କାର୍ଯ୍ୟ କରିବାକୁ ମନ୍ଦିର ପ୍ରଶାସନ ଅନୁମୋଦନ ଦେଇଥିଲା। ସେପ୍ଟେମ୍ୱର ୨୨ ତାରିଖରେ କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ କୁମାର ଭାରିମଲ୍ଲାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଭିନ୍ନ ସେବାୟତ ଗୋଷ୍ଠୀର ସମ୍ପାଦକମାନେ ଉପସ୍ଥିତ ରହିଥିଲେ। ମରାମତି କାର୍ଯ୍ୟ ଚାଲିଥିବା ସମୟରେ ଦେବତାଙ୍କ ଦୈନନ୍ଦିନ ନୀତିକାନ୍ତିରେ ଯେପରି ସୁରୁଖୁରୁରେ ଚାଲିପାରିବ, ସେ ବିଷୟ ଉପରେ ଏହି ବୈଠକରେ ଆଲୋଚନା କରାଯାଇଥିଲା।
📲Get App