🔥 TRENDING Kareena Kapoor Chooses to Live with Sa... Geeta Basra Reveals Hindi Struggles Be... Congress Launches Punjab Campaign in M... Punjab Announces 3% Dearness Allowance... ଆଦିବାସୀ ସମାଜ ମହାସଂଘ ପକ୍ଷରୁ ନବନିର୍ବାଚିତ... Rahul Gandhi Criticises Amit Shah Over...
04 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ରାଜ୍ୟସଭା କ୍ରସଭୋଟିଂ ବିବାଦ: ନିଲମ୍ବିତ ୫ ବିଜେଡି ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍ , ବାଚସ୍ପତିଙ୍କ ଆଭିମୁଖ୍ୟକୁ ନେଇ ବର୍ଷିଲା ବିଜେଡି

✍️ Reporter: Deepak Mahapatra 🗓 30 Oct 2026, 03:44 PM 👁 35
Share: 💬 WhatsApp 📘 Facebook 𝕏 Post
ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ କରିଥିବା ବିଜେଡି ବିଧାୟକମାନଙ୍କ ସଭ୍ୟପଦ ରଦ୍ଦ ମାମଲା ଏବେ ନୂଆମୋଡ଼ ନେଇଛି। ହାଇକୋର୍ଟ ଏହି ମାମଲାରେ ବିଜେଡିରୁ ନିଲମ୍ବିତ ୫ଜଣ ବିଧାୟକଙ୍କୁ ନୋଟିସ୍ ଜାରି କରି ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ହାଇକୋର୍ଟଙ୍କ ଏହି ନୋଟିସ୍ ପରେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀ କରି ବିଧାନସଭା ବାଚସ୍ପତିଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି।
ହାଇକୋର୍ଟ ବିଚାରପତି ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କ ଖଣ୍ଡପୀଠ ରାଜ୍ୟସଭା କ୍ରସଭୋଟିଂ ମାମଲାର ଶୁଣାଣି କରି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଏବଂ ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କୁ ନୋଟିସ ଜାରି କରିଛନ୍ତି।ସେମାନଙ୍କୁ ଡିସେମ୍ବର ୪ତାରିଖ ସୁଦ୍ଧା ନିଜର ଜବାବ ରଖିବାକୁ କୁହାଯାଇଥିବା ଜଣାପଡ଼ିଛି। ଖଣ୍ଡପୀଠ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୭ ଜାନୁୟାରୀ ୧୧ତାରିଖକୁ ଧାର୍ଯ୍ୟ କରିଛନ୍ତି।
ଏପଟେ ହାଇକୋର୍ଟଙ୍କ ଏହି ନୋଟିସ୍ ପରେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲକ ସାମ୍ବାଦିକ ସମ୍ମିଳନୀ କରି କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ,ବିଜେଡି ଟିକେଟରେ ଜିତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଦଳ ସହିତ ବେଇମାନି କରି ଅନ୍ୟ ଦଳକୁ ଭୋଟ୍ ଦେଇଥିବା ବିଧାୟକଙ୍କ ବିରୋଧରେ ହାଇକୋର୍ଟ ନିଶ୍ଚିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ବାଚସ୍ପତି କୌଣସି ପକ୍ଷ ରଖିବାର ଅବସର ନଦେଇ ପ୍ରକ୍ରିୟାଗତ ତ୍ରୁଟି ଦର୍ଶାଇ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ଭାବେ ଏକତରଫା ଭାବେ ଆବେଦନ ଖାରଜ କରିଥିଲେ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି।
ସେ ମଧ୍ୟ ଆଡଭୋକେଟ ଜେନେରାଲଙ୍କ ଆଭିମୁଖ୍ୟ ଉପରେ କ୍ଷୋଭ ବ୍ୟକ୍ତ କରି କହିଛନ୍ତି ଯେ, ଏଜି ରାଜନୈତିକ ବକ୍ତବ୍ୟ ରଖିବା ଓ ବାଚସ୍ପତିଙ୍କ ତରଫରୁ ଏଭଳି ମନ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ବିଧାନସଭା କାର୍ଯ୍ୟବିଧି କିମ୍ବା ଭାରତୀୟ ସମ୍ବିଧାନରେ ହାଇକୋର୍ଟ ବା ସୁପ୍ରିମକୋର୍ଟ ଯିବା ପାଇଁ କୌଣସି ପ୍ରତିବନ୍ଧକ ନାହିଁ।
ନ୍ୟାୟପାଳିକା ଉପରେ ଦଳର ସମ୍ପୂର୍ଣ୍ଣ ଆସ୍ଥା ରହିଛି ଓ ବିଶ୍ୱାସଘାତକତା କରିଥିବା ବିଧାୟକମାନଙ୍କ ବିରୋଧରେ ହାଇକୋର୍ଟଙ୍କ ଠାରୁ ବିଜେଡିକୁ ନିଶ୍ଚୟ ନ୍ୟାୟ ମିଳିବ ବୋଲି ସେ ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ କରିଥିବା ୮ଜଣ ବିଜେଡି ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ଦଳ ପକ୍ଷରୁ ବାଚସ୍ପତିଙ୍କ ନିକଟରେ ଆବେଦନ କରାଯାଇଥିଲା। ଯାହାକୁ ପ୍ରକ୍ରିୟାଗତ ତ୍ରୁଟି ଦର୍ଶାଇ ବାଚସ୍ପତି ଖାରଜ କରିଦେବା ପରେ ଶ୍ରୀମତୀ ମଲ୍ଲିକ ହାଇକୋର୍ଟରେ ପୃଥକ ପିଟିସନ ଦାଖଲ କରି ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି। ଆବେଦନରେ ତ୍ରୁଟି ଥିଲେ ତାହା ସୁଧାରିବାକୁ ସୁଯୋଗ ନଦେଇ ଏଭଳି ଖାରଜ କରିବା ବେଆଇନ ବୋଲି ବିଜେଡି ଯୁକ୍ତି ବାଢ଼ିଛି। ଏହି ପ୍ରସଙ୍ଗରେ ହାଇକୋର୍ଟ ପୂର୍ବରୁ ବାଚସ୍ପତିଙ୍କୁ ନୋଟିସ କରିଥିବାବେଳେ ଜବାବ ରଖିବା ପାଇଁ ବାଚସ୍ପତି ଅଧିକ ସମୟ ଲୋଡ଼ିଥିଲେ।
ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ କରିଥିବା ସମସ୍ତ ୮ଜଣ ଦଳୀୟ ବିଧାୟକଙ୍କୁ ବିଜେଡି ନିଲମ୍ବନ କରିସାରିଛି। ହାଇକୋର୍ଟ( Odisha Highcourt)ରେ ଏହି ସମସ୍ତ ୮ଜଣ ବିଧାୟକଙ୍କ ପାଇଁ ବିଜେଡି ପକ୍ଷରୁ ସ୍ୱତନ୍ତ୍ର ପିଟିସନ ବିଚାରାଧୀନ ରହିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୫ଜଣ ବିଧାୟକଙ୍କ ମାମଲାର ନଥିପତ୍ର ଓ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇ ଖଣ୍ଡପୀଠ ସମ୍ମୁଖକୁ ଶୁଣାଣି ପାଇଁ ଆସିଥିଲା। କୋର୍ଟ ସେହି ୫ଜଣଙ୍କୁ ନୋଟିସ୍ ଜାରି କରିଥିବା ଜଣାପଡ଼ିଛି।
📲Get App