🔥 TRENDING Record 47.1% Revenue Share Secured for... Drug-case suspect arrested in Kullu af... Delhi bans non‑BS‑VI vehicles, diesel... 12th BRICS Parliamentary Forum wraps u... Bowler Kotian’s New Variations and Acc... Haryana Government Honors Asian Games...
31 Oct 2026•
ગુજરાતી मराठी ਪੰਜਾਬੀ বাংলা

କାଳିମେଳା ଆଦିବାସୀ କଲୋନୀରେ ବିଧାୟକ ପାଣ୍ଠିରୁ ସୋଲାର ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ

✍️ Reporter: SUKUMAR MANDAL 🗓 30 Oct 2026, 11:03 PM 👁 31
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, (୩୦ ଅକ୍ଟୋବର) – କାଳିମେଳା ଆଦିବାସୀ କଲୋନୀରେ ବିଧାୟକ ପାଣ୍ଠିରୁ ତିନିଟି ସୋଲାର ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ କରାଯାଇଛି। ଏହାଦ୍ୱାରା କଲୋନୀବାସୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ପ୍ରକାଶ ପାଇଛି। ରାତି ସମୟରେ ଆଲୋକ ବ୍ୟବସ୍ଥାରେ ସୁଧାର ଆସିବା ସହ ଏହା ଅଞ୍ଚଳବାସୀଙ୍କ ପାଇଁ ଉପକାରୀ ହେବ ବୋଲି ଆଶା କରାଯାଉଛି।
ଏହି ଲାଇଟ୍ ସ୍ଥାପନ ଅବସରରେ ଗ୍ରାମର ବହୁ ବରିଷ୍ଠ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏଥିରେ ବିଜେପି କାଳିମେଳା ମଣ୍ଡଳ ସଭାପତି ରାମଚନ୍ଦ୍ର ବେଟି, ମଣ୍ଡଳ ଯୁବ ସଭାପତି ମନ୍ମଥ ବିଶ୍ୱାସ, ଶକ୍ତିକେନ୍ଦ୍ର ପ୍ରମୁଖ ପରିତୋଷ ମଣ୍ଡଳ, ସହ-ସଭାପତି ରାଜେନ୍ଦ୍ର ଖିଲ, ଯୁବ କାର୍ଯ୍ୟକର୍ତ୍ତା ସଞ୍ଜୁ ସରକାର ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତା ରାମଚନ୍ଦ୍ର କାରାମିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ଏହି ଜନହିତକର କାର୍ଯ୍ୟ ପାଇଁ କଲୋନୀବାସୀ ବିଧାୟକଙ୍କ ସମେତ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହୃଦୟର ସହ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି।
📲Get App