🔥 ट्रेंडिंग काशीदास बाबा जी की पूजा के लिए सहतवार... PVR INOX के रिकॉर्ड Q2 में भारतीय बॉक्... पश्चिम बंगाल ने फटाके नियम उल्लंघन पर... प्रदीप पूर्णेकर हत्येनंतर राजकारण तापल... कोल्हापूर गोखुल अध्यक्ष निवडणुकीसाठी र... महाराष्ट्र में सूखा प्रभाव और महायुती...
29 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

ସୁପ୍ରିମକୋର୍ଟଙ୍କ ବଡ଼ ଝଟକା, ଭାସ୍କର ରାଓଙ୍କ ଜାମିନ ରଦ୍ଦ; ୨ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ନିର୍ଦ୍ଦେଶ

✍️ रिपोर्टर: Deepak Mahapatra 🗓 29 अक्टू. 2026, 01:56 PM 👁 21
शेयर करें: 💬 WhatsApp 📘 Facebook 𝕏 Post
ରାୟଗଡ଼ା: ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା। ତାଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଓଡ଼ିଶା ହାଇକୋର୍ଟ ଦେଇଥିବା ଜାମିନକୁ ରଦ୍ଦ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏହାସହ ଦୁଇ ସପ୍ତାହ ମଧ୍ୟରେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ ଭାସ୍କର ରାଓ ଓ ଅନ୍ୟ ଅଭିଯୁକ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଅକ୍ଟୋବର ୨୬, ୨୦୨୬ରେ ଜଷ୍ଟିସ୍ ସଞ୍ଜୟ କୁମାର ଓ ଜଷ୍ଟିସ୍ ସଞ୍ଜୀବ ସଚଦେବାଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ସ୍ପେଶାଲ୍ ଲିଭ୍ ପିଟିସନ୍ (SLP) ନମ୍ବର ୬୫୫୫ରୁ ୬୫୫୯/୨୦୨୬ର ଶୁଣାଣି କରି ହାଇକୋର୍ଟଙ୍କ ପୂର୍ବ ଆଦେଶକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।
ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ରାୟ ପ୍ରକାଶ ପାଇବା ଦିନଠାରୁ ଦୁଇ ସପ୍ତାହ ମଧ୍ୟରେ ଭାସ୍କର ରାଓ ଓ ଅନ୍ୟ ଅଭିଯୁକ୍ତମାନେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବେ। ଆତ୍ମସମର୍ପଣ ପରେ ସେମାନଙ୍କୁ ନ୍ୟାୟିକ ହାଜତକୁ ପଠାଯିବ। ତେବେ ଜେଲ୍ ଯିବା ପରେ ଅଭିଯୁକ୍ତମାନେ ଉପଯୁକ୍ତ ସମୟରେ ପୁନର୍ବାର ଜାମିନ ପାଇଁ ଓଡ଼ିଶା ହାଇକୋର୍ଟରେ ଆବେଦନ କରିପାରିବେ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।
ରାୟଗଡ଼ା ରାଜନୀତିରେ ଚର୍ଚ୍ଚା
ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ରାୟଗଡ଼ା ସମେତ ଆଖପାଖ ଅଞ୍ଚଳର ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଭାସ୍କର ରାଓଙ୍କ ଆଇନଗତ ଲଢ଼େଇରେ ଏହି ରାୟ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆଣିଥିବା ବେଳେ ଆଗାମୀ ଦିନରେ ମାମଲା କେଉଁ ଦିଗକୁ ଗତି କରିବ, ତାହା ଉପରେ ନଜର ରହିଛି।
📲Get App