🔥 TRENDING काशीदास बाबा जी की पूजा के लिए सहतवार... Indian Box Office Crosses Rs 4,000 Cro... West Bengal warns of strict action on... Political Tensions Rise After Pradeep... Political Momentum Builds for Kolhapur... Maharashtra Drought Updates and Mahayu...
29 Oct 2026•
ગુજરાતી मराठी ਪੰਜਾਬੀ বাংলা
International

ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ; କାହିଁକି ନେଲା ଏହି ବଡ଼ ପଦକ୍ଷେପ?

✍️ Reporter: Deepak Mahapatra 🗓 29 Oct 2026, 02:07 PM 👁 18
Share: 💬 WhatsApp 📘 Facebook 𝕏 Post
ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ସମ୍ପର୍କରେ ତିକ୍ତତା ଲାଗି ରହିଥିବା ବେଳେ ଏବେ ସାମ୍ନାକୁ ଆସିଛି ଏକ ବଡ଼ କୂଟନୈତିକ ଖବର। ସାଂଘାଇ ସହଯୋଗ ସଂଗଠନ (SCO)ର ପ୍ରଥମ ସଭ୍ୟତା ସଂଳାପ ଫୋରମ୍‌ରେ ଯୋଗଦେବା ପାଇଁ ଭାରତ ପାକିସ୍ତାନ ସମେତ ସମସ୍ତ ୧୦ଟି ସଦସ୍ୟ ଦେଶକୁ ନିମନ୍ତ୍ରଣ କରିଛି। ନଭେମ୍ବର ୨୦ରୁ ୨୨ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଏହି ଫୋରମ୍ ଅନୁଷ୍ଠିତ ହେବ।
ଏହି ନିମନ୍ତ୍ରଣ ଅପରେସନ ସିନ୍ଦୂରର ପ୍ରାୟ ୧୮ ମାସ ପରେ ଆସିଥିବାରୁ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। ପାକିସ୍ତାନର ଜାତୀୟ ଐତିହ୍ୟ ଓ ସଂସ୍କୃତି ମନ୍ତ୍ରୀ ଔରଙ୍ଗଜେବ ଖାନ ଖିଚିଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ମିଳିଥିବା ସୂଚନା ରହିଛି।
ତେବେ ଏହି ପଦକ୍ଷେପକୁ ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସମ୍ପର୍କରେ ସୁଧାରର ସଙ୍କେତ ବୋଲି ଧରିନେବା ଠିକ୍ ହେବ ନାହିଁ। ଅଧିକାରୀଙ୍କ ଅନୁସାରେ, ଏହା ଏକ ବହୁପକ୍ଷୀୟ କାର୍ଯ୍ୟକ୍ରମ ଏବଂ SCOର ସମସ୍ତ ସଦସ୍ୟ ଦେଶକୁ ନିମନ୍ତ୍ରଣ କରାଯାଇଛି। ତେଣୁ ଏହାକୁ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କଠାରୁ ଅଲଗା କରି ଦେଖିବାକୁ ହେବ।
କାହିଁକି ତିକ୍ତ ହୋଇଥିଲା ସମ୍ପର୍କ?
୨୦୨୫ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ ଭାରତ ମେ’ ୭ ତାରିଖରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହି ସାମରିକ ଅଭିଯାନରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ମେ’ ୧୦ ତାରିଖରେ ଯୁଦ୍ଧବିରତି ଘୋଷଣା ହୋଇଥିଲେ ମଧ୍ୟ ଦୁଇ ଦେଶ ମଧ୍ୟରେ ତିକ୍ତତା ଜାରି ରହିଛି।
ଆତଙ୍କବାଦ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ
ଏସସିଓ ବୈଠକରେ ଭାରତ ଆତଙ୍କବାଦ ବିରୋଧରେ କଠୋର ଆଭିମୁଖ୍ୟ ଜାରି ରଖିଛି। ଅକ୍ଟୋବର ୨୦ରେ ତାଜିକିସ୍ତାନର ଦୁଶାନବେରେ ଅନୁଷ୍ଠିତ ଏସସିଓ ସରକାର ମୁଖ୍ୟମାନଙ୍କ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ମିଳିତ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଥିଲେ।
ଏସସିଓରେ ଭାରତ, ପାକିସ୍ତାନ, ଚୀନ୍, ରୁଷିଆ, ଇରାନ, ବେଲାରୁସ, କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନ ସଦସ୍ୟ ରହିଛନ୍ତି। ନଭେମ୍ବରରେ ହେବାକୁ ଥିବା ଏହି ସଂଳାପ ଫୋରମ୍‌ରେ ପାକିସ୍ତାନର ଅଂଶଗ୍ରହଣ ଏବଂ ଆଞ୍ଚଳିକ ସମ୍ପର୍କ ଉପରେ ଏହାର ପ୍ରଭାବକୁ ନେଇ ନଜର ରହିବ।
📲Get App