🔥 TRENDING बिलासपुर में छठ महापर्व 2026 के लिए नई... తుఫాను గాలుల వల్ల తణుకు రైల్వే స్టేషన్... 21 ਨਵੰਬਰ ਨੂੰ ਹੋਣਗੀਆਂ ਪੰਚਾਇਤ ਤੇ ਨਗਰ ਨਿਗ... తుఫాను గాలుల వల్ల తణుకు రైల్వే స్టేషన్... पेंड्रा निवासी की दो मंजिला छत से गिरन... B. P. Singh, Creator of CID, Passes Aw...
28 Oct 2026•
ગુજરાતી मराठी ਪੰਜਾਬੀ বাংলা
Weather

ସ୍ଥଳଭାଗ ଅତିକ୍ରମ କଲା ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ', ସନ୍ଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ଛତିଶଗଡ଼

✍️ Reporter: Deepak Mahapatra 🗓 28 Oct 2026, 01:24 PM 👁 24
Share: 💬 WhatsApp 📘 Facebook 𝕏 Post
ସ୍ଥଳଭାଗ ଅତିକ୍ରମ କଲା ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ'। ଆନ୍ଧ୍ରପ୍ରଦେଶର ବାପଟଲା ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ୟାନାମ ପାଖରେ ଏହା ଗତକାଲି ରାତି ପ୍ରାୟ ୨ଟା ବେଳେ ଲ୍ୟାଣ୍ଡଫଲ କରିଥିଲା। ହେଲେ ସ୍ଥଳଭାଗ ଅତିକ୍ରମ କରିବାକୁ ଏହାକୁ ୬ ଘଣ୍ଟା ୩୦ ମିନିଟ୍ ଲାଗିଥିଲା। ପାଣିପାଗ ଜନିତ ବିଭିନ୍ନ କାରଣ ଯୋଗୁ ଗତକାଲି ରାତି ୨ଟାରୁ ଆଜି ସକାଳ ସାଢ଼େ ୮ଟା ଯାଏ ସଂଘର୍ଷ କରିବା ପରେ ସ୍ଥଳଭାଗ ଅତିକ୍ରମ କରିଛି ଅର୍ଣ୍ଣବ। ସ୍ଥଳଭାଗ ଅତିକ୍ରମ ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିମି ଥିଲା। ଏପରିକି ଘଣ୍ଟାପ୍ରତି ୧୫୦ କିମି ବେଗରେ ବହିଥିଲା ଝଟ୍‌କା ପବନ। ଉପକୂଳ ଅତିକ୍ରମ ସହ ଦୁର୍ବଳ ହୋଇ ଭୀଷଣ ବାତ୍ୟାରେ ପରିଣତ ହୋଇଛି ଅର୍ଣ୍ଣବ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଛତିଶଗଡ଼ ଯିବ ଅର୍ଣ୍ଣବ। ମାଲକାନଗିରି ପାଖାପାଖି ଆସିବା ବେଳକୁ ଏହା ଆହୁରି ଦୁର୍ବଳ ହୋଇଯିବ। ଏହା ଅବପାତ କିମ୍ବା ଗଭୀର ଅବପାତର ରୂପ ନେଇ ମାଲକାନଗିରି ଅତିକ୍ରମ କରିବ।
ଆଗାମୀ ୨୪ ଘଣ୍ଟା ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ସମୟରେ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତା’ ସହିତ ଘଣ୍ଟା ପ୍ରତି ୬୦ରୁ ୭୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁବା ପରେ ଦ୍ରୁତଗତିରେ ଦୁର୍ବଳ ହେଉଥିବା ଅର୍ଣ୍ଣବ ଆଗାମୀ ୬ ଘଣ୍ଟାରେ ବାତ୍ୟାରେ ପରିଣତ ହେବ। ତା’ ପରବର୍ତ୍ତୀ ୬ ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ସମ୍ଭାବନା ରହିଛି। ୪୮ ଘଣ୍ଟା ଯାଏ ଉତ୍ତର-ଉତ୍ତର ପଶ୍ଚିମଦିଗ ମୁହାଁ ହେବ ଅର୍ଣ୍ଣବ।
ଅର୍ଣ୍ଣବ ମୁକାବିଲା ନେଇ SRC ଏକ ପ୍ରେସମିଟ୍‌ରେ କହିଛନ୍ତି ଯେ ରାଜ୍ୟର ୮ ଜିଲ୍ଲାର ୨୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୪୮ ହଜାର ଲୋକଙ୍କୁ ସ୍ଥାନାନ୍ତର ଯୋଜନା ଥିଲା। ବର୍ଷା ବଢ଼ିଲେ ସ୍ଥିତି ଦେଖି ଲୋକଙ୍କୁ ସ୍ଥାନାନ୍ତର କରାଯିବ। ୨୨୦୦ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। କାଁ ଭାଁ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା। ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ ଦ୍ୱାରା ସ୍ଥିତି ସ୍ୱାଭାବିକ କରାଯାଇଛି।
ଅର୍ଣ୍ଣବ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟାରେ ଗଜପତି ଜିଲ୍ଲା ମହେନ୍ଦ୍ରଗିରିରେ ସର୍ବାଧିକ ୨୪୯.୯ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ କୋରାପୁଟର ପଟ୍ଟାଙ୍ଗି ୧୮୮ ମିମି, ଗଜପତିର ମୋହନାରେ ୧୬୮ ମିମି, ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ୧୫୪.୬ ମିମି, କୋରାପୁଟର ସିମିଳିଗୁଡ଼ାରେ ୧୪୮ ମିମି, ଗଜପତିରେ ପାରଳାଖେମୁଣ୍ଡିରେ ୧୪୦ ମିମି, ଗଞ୍ଜାମର ଦିଗପହଣ୍ଡିରେ ୧୩୯.୫ ମିମି, ଗଜପତିର ଗୁମାରେ ୧୩୫ ମିମି, ଗଞ୍ଜାମର ବ୍ରହ୍ମପୁରରେ ୧୩୧.୪ ମିମି ଓ ଗୋପାଳପୁରରେ ୧୧୪ ମିମି ବର୍ଷା ରେକର୍ଡ କରାଯାଇଛି। ରାଜ୍ୟର ୨୩ ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ୧୧ଟି ସ୍ଥାନରେ ଅତି ପ୍ରବଳ ବର୍ଷା। ଗୋଟିଏ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ରେକର୍ଡ ହୋଇଛି।
କାଲିଠୁ ବର୍ଷା କମିବ। ଉଭୟ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା କମିଯିବ। ତେବେ କାଲି ଉତ୍ତର ଓଡ଼ିଶାର ୧/୨ଟି ସ୍ଥାନରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
📲Get App