🔥 TRENDING मनपाड़ा के निकट प्रदर्शनकारियों ने राज... ઇલેક્ટ્રિક પુરવ અને કલ્મ 63 (BSA 2023)... ఏసీ గుర్తుపై ఓటేసి భారీ మెజారిటీతో గెల... Rajat Naik Granted Interim Anticipator... 48 Amrita University Researchers Ranke... Nagaland Announces Dear Spark Wednesda...
28 Oct 2026•
ગુજરાતી मराठी ਪੰਜਾਬੀ বাংলা
Travel

ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ଘରୋଇ ବସ୍ ଚଳାଚଳ ବନ୍ଦ

✍️ Reporter: Deepak Mahapatra 🗓 28 Oct 2026, 01:26 PM 👁 17
Share: 💬 WhatsApp 📘 Facebook 𝕏 Post
ଆନ୍ଧ୍ର ପ୍ରଦେଶର ବାପଟଲା ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ୟାନାମ ଉପକୂଳ ଦେଇ ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ ସ୍ଥଳଭାଗକୁ ହିଟ୍ କରିବ। ଓଡ଼ିଶା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ। ବିଶେଷ କରି ଦକ୍ଷିଣ ଓଡ଼ିଶା ଅଧିକ ପ୍ରଭାବିତ ହେବ। ଲ୍ୟାଣ୍ଡଫଲ ପୂର୍ବରୁ ଆଜି ସକାଳୁ ‘ଅର୍ଣ୍ଣବ’ର ପ୍ରଭାବ ରାଜ୍ୟର କିଛି ଅଞ୍ଚଳରେ ପଡ଼ିବା ଆରମ୍ଭ ହୋଇସାରିଛି। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଓଡ଼ିଶାକୁ ବସ୍ ଚଳାଚଳକୁ ବନ୍ଦ କରିଛି ଭୁବନେଶ୍ୱର ବସ୍ ମାଲିକ ସଂଘ।
ସୁରକ୍ଷା ଦୃଷ୍ଟିରୁ ୨ ଦିନ ପାଇଁ ଦକ୍ଷିଣ ଓଡ଼ିଶାକୁ ଗଡ଼ିବନି କୌଣଷି ଘରୋଇ ବସ। ସଂଘ ପକ୍ଷରୁ ଆଜି ଦକ୍ଷିଣ ଓଡ଼ିଶାକୁ ବସ୍ ଚଳାଚଳ ବନ୍ଦ କରାଯାଇଥିବା ବେଳେ ଆସନ୍ତାକାଲି ମଧ୍ୟ ବନ୍ଦ ରଖାଯାଇଛି। ସେହିପରି ଆଜିଠାରୁ ଦକ୍ଷିଣ ଓଡ଼ିଶାରୁ ଭୁବନେଶ୍ୱରକୁ ମଧ୍ୟ କୌଣସି ବସ୍ ଆସୁନଥିବା ଜଣାପଡ଼ିଛି। ଆଜି ସକାଳେ କିଛି ବସ୍ ଭୁବନେଶ୍ୱରରୁ ଗଞ୍ଜାମର କିଛି ଅଞ୍ଚଳକୁ ଯାଇଥିବା ବେଳେ ଖୁବ୍ କମ୍ ଲୋକ ଯାତ୍ରା କରିଥିଲେ।
ସଂଘର କୋଷାଧ୍ୟକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ଗତକାଲି ରାତି ପର୍ଯ୍ୟନ୍ତ ଆମେ ଅପେକ୍ଷା କରିଥିଲୁ। ସ୍ଥିତି ଉପରେ ଆମେ ନଜର ରଖିଥିଲୁ। ଦକ୍ଷିଣ ଓଡ଼ିଶାରୁ ଆସୁଥିବା ସମସ୍ତ ବସ୍ ବନ୍ଦ ରହିଛି। ଆମେ ମଧ୍ୟ ଯାତ୍ରୀମାନଙ୍କୁ ଦକ୍ଷିଣ ଓଡ଼ିଶା ପଟକୁ ନଯିବାକୁ କହିଛୁ। ରାସ୍ତାରେ ଗଛ ପଡ଼ି ଯାଇପାରେ। ଯେକୌଣସି ମୁହୂର୍ତ୍ତରେ କିଛି ବିପଦ ଘଟିପାରେ। ତେଣୁ ଆମେ ବି ବସ୍‌ ବନ୍ଦ କରି ଦେଇଛୁ। କୌଣସି ବସ୍ ଚାଲୁନି। ଦକ୍ଷିଣ ଓଡ଼ିଶାକୁ ଚଳାଚଳ କରୁଥିବା ପ୍ରାୟ ୧୫୦ ଘରୋଇ ବସ୍ ବନ୍ଦ ରହିଛି। ଆଜି ଓ ଆସନ୍ତାକାଲି ଗାଡ଼ି ବନ୍ଦ କରିବାକୁ ମାଲିକମାନଙ୍କୁ ଅନୁରୋଧ କରିଛୁ।
📲Get App