🔥 TRENDING छत्रपती संभाजीनगर में मोबदला न मिलने प... ખાંભા તાલુકાના ડેડાણ ગામમાં બસ સ્ટેન્ડ... જેલમાં બંધ AAP ધારાસભ્ય ચૈતર વસાવાને 3... Original Sing launches festive track “... Rahman's 'Ramayana' Song Sparks Debate... સુરતમાં પોલીસ શી-ટીમને મહિલાઓની સુરક્ષ...
27 Oct 2026•
ગુજરાતી मराठी ਪੰਜਾਬੀ বাংলা
Weather

ଅତି ଭୀଷଣ ବାତ୍ୟାର ରୂପ ନେଲା “ଅର୍ଣ୍ଣବ”, ଆସନ୍ତାକାଲି ଲ୍ୟାଣ୍ଡଫଲ୍, ୫୩ ଟ୍ରେନ୍ ରଦ୍ଦ

✍️ Reporter: Deepak Mahapatra 🗓 27 Oct 2026, 01:29 PM 👁 18
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ବଙ୍ଗୋପସାଗରେ ସୃଷ୍ଟ ସାମୁଦ୍ରିକ ଝଡ଼ ଅର୍ଣ୍ଣବ ଆଜି ଭୀଷଣ ବାତ୍ୟାରୁ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏହା ଆସନ୍ତାକାଲି ପୂର୍ବାହ୍ନରେ ଆନ୍ଧ୍ର ଉପକୂଳରେ ସ୍ଥଳ ଭାଗ ଛୁଇଁବାର ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଅତି ଭୀଷଣ ବାତ୍ୟାର ରୂପ ନେଲା “ଅର୍ଣ୍ଣବ”
ଆଇଏମଡିର ସଦ୍ୟତମ ସୂଚନା ଅନୁସାରେ, ମଙ୍ଗଳାବର ସକାଳେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଭୀଷଣ ସାମୁଦ୍ରିକ ଝଡ଼ ଅତି ଭୀଷଣ ବାତ୍ୟାର ରୂପ ନେଇଛି । ଏହା ଗୋପାଳପୁରଠାରୁ ୩୮୦ କିମି ଏବଂ ବିଶାଖାପାଟନମଠାରୁ ୩୦୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଘଣ୍ଟା ପ୍ରତି ୨୫ କି.ମି ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ବର୍ତ୍ତମାନ ସମୁଦ୍ର ଭିତରେ ପବନର ବେଗ ଘଣ୍ଟା ପ୍ରତି ୧୨୫ ରୁ ୧୩୫ କି.ମି ଏବଂ ଝଟକା ପବନର ବେଗ ୧୫୦ କି.ମି ରହିଛି । ଆସନ୍ତାକାଲି ଏହା ଆନ୍ଧ୍ର ଉପକୂଳରେ ମାଡ଼ ହେବାର ସମ୍ଭାବନା ରହିଛି । ଲ୍ୟାଣ୍ଡ୍ ଫଲ୍ ପ୍ରକ୍ରିୟାବେଳେ ପବନର ବେଗ ୧୪୦ କି.ମି ପର‌୍ୟ୍ୟନ୍ତ ରହିପାରେ ।
ଆଲର୍ଟରେ ୫ ରାଜ୍ୟ
ବାତ୍ୟା “ଅର୍ଣ୍ଣବ” ପାଇଁ ଓଡ଼ିଶା ସମେତ ପାଞ୍ଚଟି ରାଜ୍ୟରେ ସତର୍କ ସୂଚନା ଜାରି କରାଯାଇଛି । ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାରରେ ପ୍ରବଳ ବର୍ଷା ହେବା ସହିତ ପବନର ବେଗ ମଧ୍ୟ ଅଧିକ ରହିବ । ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆଇଏମଡି ରାଜ୍ୟଗୁଡ଼ିକୁ ସ୍ପଷ୍ଟ ସତର୍କ ସୂଚନା ଦେଇଛି । ବିଶେଷକରି ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ମାତ୍ରାରେ ବର୍ଷା ହେବା ସହିତ ପବନ ମଧ୍ୟ ରହିଛି । ବାତ୍ୟା ଯେତେ ଆଗକୁ ଗତି କରିବ ସେହି ଅନୁସାରେ ପଶ୍ଚିମ ଓଡ଼ିଶାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।
ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛନ୍ତି । ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକରେ ଦୁଇ ଦିନ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯିବା ସହିତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଉଦ୍ଧାରକାର‌୍ୟ୍ୟ ପାଇଁ ୬୦ଟି ଓଡ୍ରାଫ ,୯ଟି ଘଊଜୠ ଟିମ୍ ଓ ୨୨୫ଟି ଅଗ୍ନିଶମ ଟିମ୍ ମୁତୟନ କରାଯାଇଛି ।
ବାତ୍ୟା ପାଇଁ ୫ଟି ରାଜ୍ୟରେ ମୋଟ ୫୩ଟି ଟ୍ରେନକୁ ବାତିଲ କରାଯାଇଛି । କିଛି ଟ୍ରେନକୁ ଦୁଇ ଦିନ ପାଇଁ ରଦ୍ଦ କରାଯାଇଥିବାବେଳେ କିଛି ଟ୍ରେନକୁ ଗୋଟିଏ ଦିନ ପାଇଁ ରଦ୍ଦ କରାଯାଇଛି ।
📲Get App